www.samajalive.in
Sunday, December 7, 2025
26.1 C
Bhubaneswar

ଚଳିତ ମାସରୁ ୪୯ ସ୍ଥାନକୁ ଭାରତରୁ ଆନ୍ତର୍ଜାତିକ ବିମାନ ସେବା ଆରମ୍ଭ

ନୂଆଦିଲ୍ଲୀ: କୋଭିଡ ମହାମାରୀ କାରଣରୁ ବିଭିନ୍ନ ରାଷ୍ଟ୍ରକୁ ଭାରତରୁ ନିୟମିତ ଯାତ୍ରୀବାହୀ ବିମାନ ସେବା ବନ୍ଦ ରହିଥିବାବେଳେ ସ୍ଥିତି କ୍ରମଶଃ ସୁଧୁରୁଥିବାରୁ ଚଳିତ ମାସରୁ ଆନ୍ତର୍ଜାତିକ ଉଡାଣ ପୁଣି ଆରମ୍ଭ ହେବାକୁ ଯାଉଛି। ଆମେରିକା, ବ୍ରିଟେନ, ୟୁଏଇ, କେନିୟା, ଭୁଟାନ ଓ ଫ୍ରାନ୍ସ ସମେତ ବିଶ୍ୱର ୨୮ଟି ରାଷ୍ଟ୍ରକୁ ଭାରତରୁ ବିମାନ ସେବା ଆରମ୍ଭ ହେବ। ତେବେ ଏହା ବ୍ୟବସାୟିକ ଆନ୍ତର୍ଜାତିକ ଯାତ୍ରୀବାହୀ ବିମାନ ସେବା ହେବନାହିଁ। ବିଭିନ୍ନ ରାଷ୍ଟ୍ର ସହିତ ହୋଇଥିବା ଏୟାର ବବଲ୍‍ ବ୍ୟବସ୍ଥା ଅନୁଯାୟୀ ୪୯ଟି ସ୍ଥାନକୁ ବିମାନଗୁଡିକ ଚଳାଚଳ କରିବ। ଭାରତର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଏକ ବିବୃତିରେ କୁହାଯାଇଛି ଯେ ବିମାନ ଚଳାଚଳ ସଂସ୍ଥାଗୁଡିକ ଦ୍ୱାରା ଭାରତ ଓ ଅନ୍ୟ ରାଷ୍ଟ୍ର ମଧ୍ୟରେ ଏୟାର ବବଲ୍‍ ଚୁକ୍ତି ଅଧୀନରେ ସ୍ୱତନ୍ତ୍ର ଆନ୍ତର୍ଜାତିକ ବିମାନ ସେବା ଆରମ୍ଭ କରାଯାଇପାରିବ। ଏହି ବିମାନ ଉଡାଣ ଚଳିତ ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ରହିବ। ସୂଚନାଯୋଗ୍ୟ ଯେ ଭାରତ ଉପରୋକ୍ତ ୨୮ଟି ରାଷ୍ଟ୍ର ସହିତ ଏୟାର ବବଲ୍‍ ରାଜିନାମା କରିଛି। ସେଥିପାଇଁ ଆଗ୍ରହୀ ଯାତ୍ରୀଙ୍କୁ ଏୟାର ଇଣ୍ଡିଆ ୱେବସାଇଟ, ଏହାର କାର୍ଯ୍ୟାଳୟ ଅଥବା ଟ୍ରାଭେଲ ଏଜେଣ୍ଟଙ୍କ ଜରିଆରେ ଟିକେଟ ବୁକିଂ କରିବାକୁ ହେବ। ପୂର୍ବରୁ ଏହି ବ୍ୟବସ୍ଥାରେ ଭାରତ ସେପ୍ଟେମ୍ବର ୩ରେ ବାଂଲାଦେଶକୁ ବିମାନ ସେବା ଆରମ୍ଭ କରିସାରିଛି। ଆଗକୁ ବାହାରିନ, ବାଂଲାଦେଶର ଢାକା, କାନାଡାର ଟରଣ୍ଟୋ ଓ ଭାଙ୍କୋଭର, ଫ୍ରାନ୍ସର ପ୍ୟାରିସ, ଜର୍ମାନୀର ଫ୍ରାଙ୍କଫର୍ଟ, କେନିୟାର ନାଇରୋବି, କୁଏତର କୁଏତ, ମାଲିଡିଭ୍‍ସର ମାଲେ, ନେପାଳର କାଠମାଣ୍ଡୁ, ଓମାନର ମସ୍କଟ, ରୁଷର ମସ୍କୋ, ଶ୍ରୀଲଙ୍କାର କଲମ୍ବୋ, ୟୁଏଇରେ ଦୁବାଇ ଓ ଆବୁଧାବି, ବ୍ରିଟେନରେ ଲଣ୍ଡନ ଓ ବର୍ମିଂହାମ, ଆମେରିକାରେ ଚିକାଗୋ, ୱାଶିଂଟନ, ନ୍ୟୁୟର୍କ ଏବଂ ସାନଫ୍ରାନସିସକୋ ଆଦି ସ୍ଥାନକୁ ବିମାନ ଉଡାଣ କରିବ।

Hot this week

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

Related Articles

Popular Categories