www.samajalive.in
Sunday, December 7, 2025
26.1 C
Bhubaneswar

ନୀଳାଚଳ କୃଷକ ମହାସଂଘର କାର୍ଯ୍ୟାଳୟ ଉଦଘାଟନ

ସାକ୍ଷୀଗୋପାଳ : ନୀଳାଚଳ କୃଷକ ମହାସଂଘର ସତ୍ୟବାଦୀ ବ୍ଲକ କାର୍ୟ୍ୟାଳୟ ଜୟପୁର ପଞ୍ଚାୟତର ଜୟପୁର ଗ୍ରାମରେ ଉଦଘାଟିତ ହୋଇଯାଇଛି।  ମହାସଂଘ ଉପଦେଷ୍ଟା ମଣ୍ଡଳୀର ସଭାପତି ନିରଞ୍ଜନ ମହାପାତ୍ର ଏହି କାର୍ୟ୍ୟାଳୟକୁ ଉଦଘାଟନ କରିଥିଲେ । ମହାସଂଘର ସତ୍ୟବାଦୀ ବ୍ଲକ ସଭାପତି ସୁଶାନ୍ତ କୁମାର ଶତପଥିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଆଲୋଚନା ଚକ୍ରରେ ମହାସଂଘର ସଭାପତି ଗୋପୀନାଥ ମିଶ୍ର ମୁଖ୍ୟ ଅତିଥି ରୂପେ ଯୋଗ ଦେଇ କୃଷି ଓ କୃଷକର ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଉପାଧ୍ୟକ୍ଷ ବିପ୍ର ଚରଣ ପାତ୍ର, କଣାସ ବ୍ଲକ ସଭାପତି କେଦାରେଶ୍ୱର ପରିଡା, ପିପିଲି ବ୍ଲକ ସଭାପତି ସୁଦର୍ଶନ ପ୍ରଧାନ, ବ୍ରହ୍ମଗିରି ବ୍ଲକ ସଭାପତି ମାର୍କଣ୍ଡ ସ୍ୱାଇଁ ଓ ଦଳିତ ସେଲ ସଭାପତି ମହେଶ୍ୱର ବେହେରା ପ୍ରମୁଖ ଅତିଥି ରୂପେ ଯୋଗ ଦେଇଥିଲେ । ଏହି ବୈଠକରେ ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ୨୪ ଗୋଟି ପଞ୍ଚାୟତର ସଭାପତି, ସମ୍ପାଦକ ଓ ଅନ୍ୟ ସଭ୍ୟ ମାନେ ଯୋଗ ଦେଇଥିଲେ । ଶେଷରେ ସମ୍ପାଦକ ଉଗ୍ରସେନ ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ ।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories