www.samajalive.in
Monday, December 15, 2025
14.1 C
Bhubaneswar

ଗୁରୁ ଦିବସ ଅବସରରେ ୫୦ ଜଣଙ୍କୁ ସମ୍ବର୍ଦ୍ଧିତ କଲା ‘ସଂକଳ୍ପ’

ସମ୍ବଲପୁର :  ସମ୍ବଲପୁରର ସାମାଜିକ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ସଂକଳ୍ପ’ ତରଫରୁ ଭାରତର ପୂର୍ବତନ ରାଷ୍ଟ୍ରପତି ଡ. ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଜନ୍ମଦିବସ ଉପଲକ୍ଷେ ପାଳିତ ପବିତ୍ର ଗୁରୁଦିବସ ଅବସରରେ ସମ୍ବଲପୁରର ୫୦ ଜଣ ଆଦର୍ଶ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ସ୍ଥାନୀୟ ଓଡିଶା ସାଂସ୍କୃତି ସମାଜର ସମ୍ମିଳନୀ କକ୍ଷରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସଭାପତି ଡା. ପ୍ରଭାସ ଦେବତା ସଭାପତିତ୍ୱ କରି ଅନୁଷ୍ଠାନର ଉଦ୍ଦେଶ୍ୟ ଓ ଲକ୍ଷ୍ୟ ବିଷୟରେ କହିଥିଲେ। ସଂଯୋଜକ ସୁର୍ଯ୍ୟ ପାଣିଗ୍ରାହୀ ଗୁରୁଦିବସର ମହତ୍ୱ ସର୍ମ୍ପକରେ ଆଲୋକପାତ କରିଥିଲେ। ସମ୍ବର୍ଦ୍ଧନା ଉତ୍ସବର ପାଇଁ ପ୍ରାରମ୍ଭରେ ଶିଶୁ କଣ୍ଠଶିଳ୍ପୀ ସୃଷ୍ଟି ଶ୍ରଦ୍ଧା ମିଶ୍ର ଗୁରୁବନ୍ଦନା ଗାନ କରିଥିଲେ। ଏହି ଅବସରରେ ଆଦର୍ଶ ଶିକ୍ଷକ ଓ ଶିକ୍ଷୟତ୍ରୀ ଯଥା ବିପିନ ବିହାରୀ ନନ୍ଦ, ବିଜୟ ପ୍ରଧାନ, ସୁଚିତ୍ର ମହାନ୍ତି, କୁମୁଦ ଚରଣ ପାଣିଗ୍ରାହୀ, ବାସନ୍ତୀ ପ୍ରଧାନ, ସୁଦର୍ଶନ ପୂଜାରୀ, ନନ୍ଦ କିଶୋର ଦେବତା, ବୀଣାପାଣୀ ପତି, ପ୍ରତିଭା ମିଶ୍ର, ଶଙ୍କର ପ୍ରସାଦ ପତି, ମିନା ନନ୍ଦ, ପଦ୍ମିନୀ ନାୟକ, ସର୍ଜନ ବଡପଣ୍ଡା, ପଞ୍ଚାନନ ପୂଜାରୀ, ସନ୍ତୋଷିନୀ ଦାସ, ସେଫାଳି ରାଣୀ ଦାସ, ରାଜେନ୍ଦ୍ର କୁମାର ପଣ୍ଡା, ପୁଷ୍ପାରାଣୀ ମିଶ୍ର, ବିହାରିଲାଲ ମହାନ୍ତି, ଧରଣୀଧର ପ୍ରଧାନ, ବ୍ରଜକିଶୋର ହୋତା, ଲମ୍ବୋଦର ଜେନା, ଡା. ହିମାଂଶୁ ଆଚାର୍ଯ୍ୟ, ହରିନାରାୟଣ ପଣ୍ଡା, ବ୍ରଜେନ୍ଦ୍ର ପଟ୍ଟନାୟକ, ପ୍ରସନ୍ନ ମିଶ୍ର, ବସନ୍ତ ଦାସ, ଡୋଳାମଣି ମେହେରା, ଉମା ଦେବୀ, ମୁରଲୀ ପ୍ରେମନାଥ ନାୟକ, ସଦାନନ୍ଦ ନାୟକ, ଦେବେନ୍ଦ୍ର ପଣ୍ଡା, ବିବେକ ମିଶ୍ର, ସଂଯୁକ୍ତ ମିଶ୍ର, ରେଖା ଉଦଗାଥା, ରଞ୍ଜିତ ନାଗ, ଏମ. ପି. ମିଶ୍ର, ବିକ୍ରମାଦିତ୍ୟ ଷଡଙ୍ଗୀ, ରେଖା ସେନ, ଡା. ବିଜୟ କୁମାର ଦତ୍ତ, ମମତା ନାୟକ, ସୋନାଲି ବାନାର୍ଜୀ, କୁମକୁମ ମିଶ୍ର, ସନ୍ତୋଷିନୀ ରଥ ଓ ପ୍ରମୋଦ କୁମାର ମିଶ୍ର ଙ୍କୁ ପୂଜାର୍ଚ୍ଚାନ କରାଯାଇ ସମ୍ବର୍ଦ୍ଧିତ କରଯାଇଥିଲା। ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କୁ ଉପଢ଼ୌକନ ଓ ମାନପତ୍ର ଅର୍ପଣ କରାଯାଇ ସମ୍ମାନୀତ କରାଯାଇଥିଲା। ଗୀତିକାର ବିନୋଦ ପଶାୟତ ଙ୍କୁ ଓଡିଶା ସଙ୍ଗୀ ନାଟକ ଏକାଡେମୀ ସମ୍ମାନ ପାଇଥିବାରୁ ଅନୁଷ୍ଠାନ ପକ୍ଷରୁ ବିଶେଷ ସମ୍ବର୍ଦ୍ଧନା ଦିଆଯାଇଥିଲା। କାର୍ଯ୍ୟକ୍ରମକୁ ଆୟୋଜନ ଓ ପରିଚାଳନାରେ ଅନୁଷ୍ଠାନର ଡା. ରାଜକୁମାର ବଡପଣ୍ଡା, ଡା. ପ୍ରଜ୍ଞା ପରିମିତ ପଣ୍ଡା, ସବିତା ନନ୍ଦ, ଶ୍ରୀକାନ୍ତ ପାଣିଗ୍ରାହୀ, ସୁଜାତା ଗୁରୁ, ସୁବାଷ ସାହୁ, ସିନ୍ଧୁ ନବୀନ, ଶିବ ବେହେରା, କିରଣମୟୀ କିଷାନ, ଲିପି ପଣ୍ଡା, ବିରାଜ ମିଶ୍ର ଓ ମୁକେଶ ଜରିୱାଲ ପ୍ରମୁଖ ସକ୍ରିୟ ସହାୟତା କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories