www.samajalive.in
Sunday, December 7, 2025
14.1 C
Bhubaneswar

କୋଟିଏ ଟଙ୍କାର ଧଳା ଜହର ଜବତ ; ଇଞ୍ଜିନିୟରିଂ ଛାତ୍ର ଗିରଫ

ଖୋର୍ଦ୍ଧା  : ଖୋର୍ଦ୍ଧା କୁମାରବସ୍ତ ପେଟ୍ରୋଲପମ୍ପ ନିକଟରୁ ଏସଟିଏଫ ଜଣେ ଇଞ୍ଜିନିୟରିଂ ଛାତ୍ର ଠାରୁ ୧କେଜି.୩୪ଗ୍ରାମ ବ୍ରାଉନସୁଗାର ଜବତ କରିଛି। ଛାତ୍ର ଜଣଙ୍କ ଖୋର୍ଦ୍ଧା ପୈାରାଂଚଳ ଅନ୍ତର୍ଗତ ଗୁରୁଜଙ୍ଗ ଅଂଚଳର ମନୋରଞ୍ଜନ ଦାସ। ଏସଟିଏଫ ମାମଲାରୁଜୁ କରି ଗିରଫ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି। ଘଟଣାସ୍ଥଳରୁ ଏକ ମଟରସାଇକେଲକୁ ଜବତ କରାଯାଇଛି। ଜବତ ବ୍ରାଉନ ସୁଗର ମୂଲ୍ୟ ଏକ କୋଟି ଟଙ୍କାରୁ ଉଦ୍ଧ୍ୱର୍ ହେବ। ଛାତ୍ର ଜଣଙ୍କ ଜଣେ ବ୍ୟବସାୟୀଙ୍କୁ ଏହି ବ୍ରାଉନସୁଗର ଦେବାକୁ ଅପେକ୍ଷା କରିଥିଲା। ଗୁଇନ୍ଦା ସୂଚନା ଆଧାରରେ ଭୁବନେଶ୍ୱର ଏସଟିଏଫ ପହଁଚି ମନୋରଞ୍ଜନକୁ କାବୁ କରିନେଇଥିଲେ। ୨୦୨୦ଠାରୁ ଏସଟିଏଫ ଦ୍ୱାରା ୩୯କେଜିରୁ ଉଦ୍ଧ୍ୱର୍ ବ୍ରାଉନସୁଗର/ହିରୋଇନ,ଏବଂ ୮୬ କ୍ୱିଂଟାଲ ୮୧କେଜି ଗଞ୍ଜେଇ କରି ୧୦୦ରୁ ଉଦ୍ଧ୍ୱର୍ ନିଶା ବେପାରୀଙ୍କୁ ଗିରଫ କରାଯାଇଥିବା ସୁଚନା ମିଳୁଛି। ତରୁଣ ଶିକ୍ଷିତ ଛାତ୍ର ମାନଙ୍କୁ ଏଥିରେ ବ୍ୟବହାର କରାଯାଉଛି। କିଛି ମାସ ମଧ୍ୟରେ ଖୋର୍ଦ୍ଧା ଅଂଚଳରୁ କୋଟି କୋଟି ଟଙ୍କାର ବ୍ରାଉନସୁଗର ଜବତ କରାଗଲାଣି।

Hot this week

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

Related Articles

Popular Categories