www.samajalive.in
Sunday, December 7, 2025
14.1 C
Bhubaneswar

ତାଲିବାନ ପଟୁ ଭାରତକୁ ଆସିଲା ପ୍ରଥମ ଚେତାବନୀ: କାଶ୍ମୀର ମୁସଲମାନଙ୍କ ପାଇଁ ସ୍ୱର ଉଠାଇବା ଅଧିକାର ରହିଛି

ଇସଲାମାବାଦ: ଯାହା ଆଶଙ୍କା କରାଯାଉଥିଲା, ତାହା ହିଁ ହେଲା। ଏପର୍ଯ୍ୟନ୍ତ ଭାରତ ସହିତ ପଡୋଶୀ ସମ୍ପର୍କ ରଖିବାକୁ କହିଆସୁଥିବା ତାଲିବାନ ଆତଙ୍କି ଗୋଷ୍ଠୀ ଶେଷରେ ନିଜର ପ୍ରକୃତ ରୂପ ଦେଖାଇଛନ୍ତି। ଆଫଗାନିସ୍ତାନରେ ଖୁବ ଶୀଘ୍ର ଶାସନ ଭାର ଆନୁଷ୍ଠାନିକ ଭାବରେ ଗ୍ରହଣ କରିବାକୁ ଯାଉଥିବା ତାଲିବାନ ଗୋଷ୍ଠୀକୁ ନୂଆଦିଲ୍ଲୀ ପକ୍ଷରୁ ବରାବର କୁହାଯାଇଥିଲା ଯେ ସେମାନେ ଆଫଗାନ ମାଟିକୁ ଭାରତ ବିରୋଧୀ କାର୍ଯ୍ୟକଳାପ ଉଦ୍ଦେଶ୍ୟରେ ବ୍ୟବହାର ପାଇଁ ଅନୁମତି ନଦେବା ଆବଶ୍ୟକ। ତେବେ ଶେଷରେ ତାଲିବାନ ଆତଙ୍କି ଗୋଷ୍ଠୀ କାଶ୍ମୀର ସମେତ ବିଶ୍ୱର ସମସ୍ତ ସ୍ଥାନରେ ମୁସଲମାନଙ୍କ ପାଇଁ କହିବାର ଅଧିକାର ରଖୁଛନ୍ତି ବୋଲି କହିବା ଘଟଣା ଭାରତର ଚିନ୍ତା ବଢାଇ ଦେଇଛି।

ତାଲିବାନର ଦୋହାରେ ଥିବା ରାଜନୈତିକ କାର୍ଯ୍ୟାଳୟର ମୁଖପାତ୍ର ସୁହେଲ ସାହିନ ଗୁରୁବାର ଏକ ଟେଲିଭିଜନ ଚାନେଲ ନିକଟରେ ପ୍ରକାଶ କରି କହିଛନ୍ତି, ମୁସଲମାନମାନେ ସେମାନଙ୍କର ନିଜ ଲୋକ, ନିଜ ନାଗରିକ ଏବଂ ଆଇନ ଅନୁଯାୟୀ ସେମାନଙ୍କର ମଧ୍ୟ ସମାନ ଅଧିକାର ରହିଛି। ଏଥିପାଇଁ ତାଲିବାନ ସ୍ୱର ଉଠାଇବ। ତେବେ କୋ÷ଣସି ରାଷ୍ଟ୍ର ବିରୁଦ୍ଧରେ ସଶସ୍ତ୍ର ଲଢେଇ କରିବାର ନୀତି ତାଲିବାନ ରଖୁନାହିଁ। ଏହି ଆତଙ୍କି ଗୋଷ୍ଠୀ ସହିତ ଭାରତ ସରକାର ପ୍ରଥମ ଆନୁଷ୍ଠାନିକ ଯୋଗାଯୋଗ କରିବାର ମାତ୍ର କିଛିଦିନ ମଧ୍ୟରେ ତାଲିବାନ ମୁଖପାତ୍ର କାଶ୍ମୀରକୁ ନେଇ ଏଭଳି ମନ୍ତବ୍ୟ ଦେଇଛନ୍ତି। ସୂଚନାଯୋଗ୍ୟ ଯେ ତାଲିବାନ ସହିତ ମିଶି ଆଫଗାନିସ୍ତାନରେ ଆତଙ୍କରାଜ ଚଳାଇଥିବା ଅନ୍ୟତମ ଆତଙ୍କି ଗୋଷ୍ଠୀ ଅଲ କାଏଦା ତାଲିବାନକୁ ଅଭିନନ୍ଦନ ବାର୍ତ୍ତାରେ କାଶ୍ମୀରକୁ ମୁକ୍ତ କରିବାକୁ କହିବା ପରେ ତାଲିବାନ ପକ୍ଷରୁ ଏଭଳି ବିସ୍ଫୋରକ ମନ୍ତବ୍ୟ ଦିଆଯାଇଛି।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories