www.samajalive.in
Monday, December 15, 2025
15.1 C
Bhubaneswar

ନେହେରୁ ଯୁବକେନ୍ଦ୍ରର ପରିଚାଳନା କମିଟି ବୈଠକ

ନବରଙ୍ଗପୁର : ଭାରତ ସରକାରଙ୍କର ଅଧିନରେ ଥିବା ନେହେରୁ ଯୁବ କେନ୍ଦ୍ରର ଜିଲା ପରିଚାଳନା କମିଟି ବୈଠକ ଜିଲାପାଳଙ୍କର କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ କମିଟିର ସଭାପତି ତଥା ଜିଲାପାଳ ଡଃ.ଅଜିତ୍‍ କୁମାର ମିଶ୍ର ଅଧ୍ୟକ୍ଷତା କରି ଜିଲାରେ ଯୁବକମାନଙ୍କର ବିକାଶ ପାଇଁ ପଦକ୍ଷେପ ନେବାକୁ ଗୁରୁତ୍ୱଦେଇଥିଲେ ।  ଯୁବକ ମାନଙ୍କୁ ନେଇ ବିଭିନ୍ନ ଜନସଚେତନତା କାର୍ଯ୍ୟକ୍ରମ କରିବା ଉପରେ ଗୁରୁତ୍ୱ ଦେଇଥିଲେ । ଜିଲାସ୍ତରୀୟ ସମସ୍ତ ଅଧିକାରୀଙ୍କର ସହିତ ସମନ୍ୱୟ ରଖି କାର୍ଯ୍ୟ କରିବାକୁ ସେ ପରାମର୍ଶ ଦେଇଥିଲେ । ସରକାରଙ୍କର ଯୋଜନା ସଂପର୍କ​ରେ ଲୋକଙ୍କୁ ଅବଗତ କରାଇବା ପାଇଁ ମଧ୍ୟ ସଚେତନତା କରିବାକୁ ନର୍ଦ୍ଦେଶ ଦେଇଥିଲେ।

ଯୁବ କେନ୍ଦ୍ରର ଜିଲା ଯୁବ ଅଧିକାରୀ ବି.ରମେଶ ସ୍ୱାଗତ ଜଣାଇବା ସହ ଜିଲାରେ କାର୍ଯ୍ୟକାରୀ ହୋଇଥିବା ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେଇଥିଲେ। କରୋନା ସମୟରେ ୫ହଜାର ମାସ୍କ ବଣ୍ଟନ, ୪୦୦ ପରିବାରକୁ ରାସନ ଯୋଗାଣ, ବିଭିନ୍ନ ଯୁବକ ସଂଘ ସହଯୋଗରେ ୧୨ହଜାର ଲୋକଙ୍କର ହାତଧୋଇବା ନେଇ ସଚେତନା କରାଇଥିଲେ ।  ୪ଟି ରକ୍ତଦାନ ଶିବିର ଓ ଚାରାରୋପଣ ଇତ୍ୟାଦି ସେବା କାର୍ଯ୍ୟ କରାଯାଇଥିବା ସୂଚନା ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲାପାଳ ଭାସ୍କର ରଇତ, ସହକାରୀ ଜିଲାପାଳ ମୈାସୁମୀ ନାୟକ, ଜିଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ହଳଧର ନିଆଲ, ଜିଲା କ୍ରୀଡା ଅଧିକାରୀ ମହେନ୍ଦ୍ର କୁମାର ସାହୁ, ନବରଙ୍ଗପୁର କଲେଜ ଅଧ୍ୟକ୍ଷ ବିନୋଦ ଚନ୍ଦ୍ର ନାୟକ, ଏନସିସି ଅଧିକାରୀ ଦିଲ୍ଲୀପ ହୋତା, ଲିଡ୍‍ ବ୍ୟାଙ୍କ ଅଧିକାରୀ, ସଦସ୍ୟ ରାକେଶ ଗୁପ୍ତା, ସରାଜୁଦ୍ଧିନ ଅହମ୍ମଦ ଓ ସନ୍ତୋଷ ଷଡଙ୍ଗୀ ପ୍ରମୂଖ ଯୋଗ ଦେଇଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories