www.samajalive.in
Wednesday, December 10, 2025
16.1 C
Bhubaneswar

ଆଜିଠୁ ‘କୌନ୍‍ ବନେଗା କରୋଡପତି’

ମୁମ୍ବଇ : ଜ୍ଞାନ, ଧର୍ଯ୍ୟ, ସହଶୀଳତା, ସାଧାରଣ ରୁ ଅସାଧାରଣ ପ୍ରତିଭା ପ୍ରଦାନ କରୁଥିବା ରିଆଲିଟି ଶୋ’ ‘କୌନ୍‍ ବନେଗା କରୋଡପତି’ର ଦଶମ ସଂସ୍କରଣ ସୋମବାର ଠାରୁ ଆରମ୍ଭ ହେବାକୁ ଯାଉଛି। ଏହି ଶୋ’ର ପ୍ରସାରଣକୁ ନେଇ ପ୍ରଶଂସକ ମାନଙ୍କ ମଧ୍ୟରେ ଉତ୍ସାହ ଲାଗିରହିଛି। ପୂର୍ବ ସଂସ୍କରଣ ତୂଳନାରେ ଏହି ସଂସ୍କରଣରେ ନୂତନ ଟେକ୍ନୋଲୋଜିର ବ୍ୟବହାର କରାଯାଇଛି। କୌଣସି ଚଳଚ୍ଚିତ୍ରର ପ୍ରଚାର ପାଇଁ ଏହି ସଂସ୍କରଣରେ ସ୍ଥାନ ଦିଆଯାଇନାହିଁ। ଏହାର ପ୍ରତିବଦଳରେ ସମାଜରେ ଭଲ କାର୍ଯ୍ୟକରି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଥିବା ଲୋକମାନଙ୍କୁ ମଞ୍ଚରେ ନିମନ୍ତ୍ରଣ କରାଯିବ। ଏହି ଶୋ’ରେ ଆଗମେଣ୍ଟେଡ ରିଆଲିଟିର ବ୍ୟବହାର କରାଯାଇଛି ଯାହା ପ୍ରଥମ ଥର ପାଇଁ ଭାରତୀୟ ରିଆଲିଟି ଶୋ’ରେ ବ୍ୟବହାର କରାଯାଉଛି। ଗ୍ରାଫିକ୍ସର ବହୁଳ ବ୍ୟବହାର ରହିଥିବାରୁ ଏହାକୁ ଦର୍ଶକ ଦେଖିବାକୁ ଖୁବ ପସନ୍ଦ କରିବେ ବୋଲି ଅନୁମାନ କରାଯାଉଛି। ଶୋ’ରେ ଥିବା ସମସ୍ତ ପ୍ରଶ୍ନର ଉତ୍ତର ଦେଇ ବିଜୟଲାଭ କରିଥିବା ବ୍ୟକ୍ତିଙ୍କୁ ମହେନ୍ଦ୍ରା କାର ଦିଆଯିବ।
ଅନ୍ତରାଷ୍ଟ୍ରୀୟ ରିଆଲିଟି ଶୋ’ ‘ହୁ ୱାଣ୍ଟସ୍‍ ଟୁ ବି ଏ ମିଲିନିଆର’ରୁ ପ୍ରେରିତ ହୋଇଛି। ସବୁଥର ପରି ଏଥର ମଧ୍ୟ ବିଗ୍‍ ବି ଅମିତାଭ ବଚ୍ଚନ ଏହାର ଉପସ୍ଥାପକ ରହିଛନ୍ତି। ଏହି ଶୋ’ ସୋନି ଟିଭି ରାତି ୯ଟାରେ ପ୍ରସାରଣ କରାଯିବ।

Hot this week

ସ୍ବତନ୍ତ୍ର ସିନ୍ଧ୍‌ ଦେଶ ଗଠନ ଦାବି; ପାକିସ୍ତାନରେ ହିଂସା

କରାଚି: ବେଲୁଚିସ୍ତାନ ପରେ ପାକିସ୍ତାନରେ ଏବେ ସ୍ବତନ୍ତ୍ର ସିନ୍ଧ୍‌ଦେଶ ଗଠନ ଦାବି...

ଭୋଟ ଚୋରି ଜାତୀୟତା ବିରୋଧୀ କାର୍ଯ୍ୟ: ରାହୁଲ

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଦେଶର ବିଭିନ୍ନ ରାଜ୍ୟରେ ଚାଲିଥିବା ସ୍ବତନ୍ତ୍ର...

ଆଇପିଏଲ୍‌ ନିଲାମ ତାଲିକାରେ ୩୫୦ ଖେଳାଳି

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୨୦୨୬ ସଂସ୍କରଣ ଲାଗି ମିନି...

ଓଡ଼ିଶା ମାଷ୍ଟର୍ସ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ ଆରମ୍ଭ

କଟକ: କଟକର ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମ୍‌ରେ ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ...

ବୁଧବାର ରାଶିଫଳ: କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ପାଇବେ ଏହି ଦୁଇ ରାଶି

ମେଷ: ଆଜି ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ସୁଖଦାୟକ ହେବ। କର୍ମ କ୍ଷେତ୍ରରୁ...

Related Articles

Popular Categories