www.samajalive.in
Wednesday, December 10, 2025
16.1 C
Bhubaneswar

ଚୀନର ଋଣ ଜାଲରେ ପାକିସ୍ତାନ ସମେତ ୮ ଦେଶ

ନ୍ୟୁୟର୍କ : ଦକ୍ଷିଣ ଏସିଆରେ ନିଜର କୂଟନୈତିକ ପ୍ରଭୁତ୍ୱ ବିସ୍ତାର ପାଇଁ ଚୀନ ଏବେ ଋଣ ଜାଲ ବିଛାଇଛି। ଏହି ଜାଲରେ ପାକିସ୍ତାନ ସମେତ ୮ଟି ଦେଶ ପଡ଼ିଛନ୍ତି। ଏହି ଦେଶଗୁଡ଼ିକ ଉପରେ ଚୀନର ୨୦%ରୁ ଅଧିକ ଋଣ ରହିଛି। ଏହି ଦେଶଗୁଡ଼ିକୁ ନିଜ ନିୟନ୍ତ୍ରଣକୁ ଆଣିବା ପାଇଁ ଚୀନ ଅଧିକରୁ ଅଧିକ ଋଣ ଦେଇ ଚାଲିଛି। ଆମେରିକାର ଥିଙ୍କ୍‍ ଟ୍ୟାଙ୍କ୍‍ ‘ସେଣ୍ଟର ଫର ଗ୍ଲୋବାଲ ଡେଭଲପମେଣ୍ଟ’ ଆଲୋଚନାଚକ୍ରରେ ଏହି କଥା ପଦାକୁ ଆସିଛି। ଚୀନର ମହତ୍ୱାକାଂକ୍ଷୀ ୱାନ ବେଲ୍ଟ ୱାନ ରୋଡ଼ (ଓବିଓଆର) ପ୍ରକଳ୍ପ ଇତି ମଧ୍ୟରେ ୫ ବର୍ଷ ପୂରା କରିଛି। ଏହାସହ ଚୀନ ପ୍ରକଳ୍ପରେ ଜଡ଼ିତ ଅନେକ ଦେଶଙ୍କୁ ଋଣ ଜାଲରେ ଫସାଇ ଦେଇଛି। ଫଳରେ ଏବେ ଏହି ଦେଶଗୁଡ଼ିକରେ ଋଣ ବିରୋଧୀ ସ୍ୱର ଶୁଣିବାକୁ ମିଳୁଛି। ଥିଙ୍କ୍‍ ଟ୍ୟାଙ୍କ୍‍ ଅନୁସାରେ ଜିବୁତି, ମାଳଦ୍ୱୀପ, ମଙ୍ଗୋଲିଆ, ଲାଓସ୍‍, ତାଜିକିସ୍ତାନ ଏବଂ କିର୍ଗିସ୍ତାନ ଭଳି ଦେଶଗୁଡ଼ିକ ଖୁବଶୀଘ୍ର ଚୀନ ଋଣ ଜାଲର ଶିକାର ହେବେ। ଆୟ ବହୁ କମ୍‍ ଥିବାରୁ ଏହି ଦେଶଗୁଡ଼ିକ ଚୀନର ଋଣ ସୁଝିପାରିବେ ନାହିଁ ବୋଲି ଥିଙ୍କ୍‍ ଟ୍ୟାଙ୍କ୍‍ ପକ୍ଷରୁ ଆଶଙ୍କା ପ୍ରକାଶ କରାଯାଇଛି। ଓବିଓଆର ପ୍ରକଳ୍ପରେ ସାମିଲ ୭୮ ଦେଶ ମଧ୍ୟରୁ ଅନେକ ଦେଶର ଅର୍ଥ ବ୍ୟବସ୍ଥା ନିବେଶ ଅନୁକୂଳ ନୁହଁ। ଓବିଆରରେ ସାମିଲ ପାକିସ୍ତାନ ଭଳି ଦେଶ ଏହି ଟଙ୍କା ସୁଝିପାରିବେ ନାହିଁ। ଏହା ପରେ ବି ଏଭଳି ଦେଶକୁ ଚୀନ ଋଣ ଦେବା ଅର୍ଥ ସେମାନଙ୍କୁ ନିଜ ଜାଲରେ ଫସାଇବା ଯୋଜନା ବୋଲି ସେମାନେ ମତବ୍ୟକ୍ତ କରିଛନ୍ତି। ସୂଚନା ଅନୁସାରେ ଚୀନଠାରୁ ପାକିସ୍ତାନ ୧.୩୩ ଲକ୍ଷ କୋଟି ଟଙ୍କା, ଲାଓସ୍‍ ୧.୪ ଲକ୍ଷ, ମୋଣ୍ଟେନିଗ୍ରୋ ୫.୭ ହଜାର କୋଟି, ଶ୍ରୀଲଙ୍କା ୩୮ ହଜାର କୋଟି, ମାଲେସିଆ ୧.୪ ଲକ୍ଷ କୋଟି ଟଙ୍କା ଋଣ ନେଇଛନ୍ତି। ଋଣ ସୁଝି ନ ପାରିବାରୁ ଚୀନ ପାକିସ୍ତାନର ଗ୍ୱାଦର ବନ୍ଦରକୁ ନିଜ ନିୟନ୍ତ୍ରଣକୁ ନେଇଯାଇଛି। ଅନୁରୂପ ଭାବେ ଶ୍ରୀଲଙ୍କାର ଏକ ବନ୍ଦର ମଧ୍ୟ ଚୀନର ନିୟନ୍ତ୍ରଣରେ ରହିଛି।

Hot this week

ସୁନା ଓ ରୂପା ଏତିକି ଟଙ୍କା ହେଲା ଶସ୍ତା

ସମାଜ ଡିଜିଟାଲ ଡେସ୍କ: ସୁନା ଓ ରୂପା ମୂଲ୍ୟରେ ସାମାନ୍ୟ ହ୍ରାସ...

ସ୍ବତନ୍ତ୍ର ସିନ୍ଧ୍‌ ଦେଶ ଗଠନ ଦାବି; ପାକିସ୍ତାନରେ ହିଂସା

କରାଚି: ବେଲୁଚିସ୍ତାନ ପରେ ପାକିସ୍ତାନରେ ଏବେ ସ୍ବତନ୍ତ୍ର ସିନ୍ଧ୍‌ଦେଶ ଗଠନ ଦାବି...

ଭୋଟ ଚୋରି ଜାତୀୟତା ବିରୋଧୀ କାର୍ଯ୍ୟ: ରାହୁଲ

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଦେଶର ବିଭିନ୍ନ ରାଜ୍ୟରେ ଚାଲିଥିବା ସ୍ବତନ୍ତ୍ର...

ଆଇପିଏଲ୍‌ ନିଲାମ ତାଲିକାରେ ୩୫୦ ଖେଳାଳି

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୨୦୨୬ ସଂସ୍କରଣ ଲାଗି ମିନି...

ଓଡ଼ିଶା ମାଷ୍ଟର୍ସ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ ଆରମ୍ଭ

କଟକ: କଟକର ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମ୍‌ରେ ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ...

Related Articles

Popular Categories