www.samajalive.in
Tuesday, December 9, 2025
16.1 C
Bhubaneswar

ଶିକ୍ଷୟିତ୍ରୀଙ୍କ ଅକାଳ ବିୟୋଗ ; ଜନ୍ମ ଦିନରେ ପରଲୋକ

ରେଙ୍ଗାଲି :  ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଳକ୍ ଅନ୍ତର୍ଗତ ଲଇଡା ଗ୍ରାମର ଶିକ୍ଷୟିତ୍ରୀ  ପୂର୍ଣିମା ପଟେଲଙ୍କର ବୁଧବାର  ଭୂବେନେଶ୍ୱର ସ୍ଥିତ ଅଖିଳ ଭାରତୀୟ ଆର୍ୟୁବିଜ୍ଞାନ ସଂସ୍ଥା (ଏମ୍ସ) ରେ ଚିକିତ୍ସାଧିନ ଅବସ୍ଥା ରେ ମୃତ୍ୟୁ ହୋଇଯାଇଛି । ମୃତ୍ୟୁ ବେଳେକୁ ତାଙ୍କୁ ୩୮ବର୍ଷ ବୟସ ହୋଇଥିଲା । ପୂର୍ଣିମା ପଟେଲ ଲଇଡାର ନୋଡାଲ୍ ୟୁ.ପି ସ୍କୁଲରେ ସହକାରୀ ଶିକ୍ଷୟିତ୍ରୀ ରୂପେ କାର୍ଯ୍ୟ କରୁଥିଲେ। ସେ ଗତ କିଛି ମାସ ହେଲା କ୍ରମାଗତ ଅସୁସ୍ଥ ହେବାରୁ ତାଙ୍କୁ ଅଖିଳ ଭାରତୀୟ ଆର୍ୟୁବିଜ୍ଞାନ ସଂସ୍ଥାନରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ଜଣେ ଛାତ୍ର ବତ୍ସଳ ମେଳାପି ଶିକ୍ଷୟିତ୍ରୀ ଏବଂ ମିଷ୍ଠ ଭାଷୀ ପରୋପକାରୀ ମହିଳା ଭାବରେ ସେ ପରିଚିତ ଥିଲେ । ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେଲାପରେ ଶିକ୍ଷକ, ଶିକ୍ଷୟିତ୍ରୀ ମହଲ ତଥା ଏବଂ ତାଙ୍କ ପରିଚିତ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି । ସ୍ୱର୍ଗତ ପୂର୍ଣିମା ପଟେଲ ବିଶିଷ୍ଟ କମ୍ୟୁନିଷ୍ଟ ନେତା ଈଶ୍ୱର ନାଏକଙ୍କ ପୁତ୍ରବଧୂ ଏବଂ ଶାସନ ସ୍ଥିତ ଡି.ପି.ଏ କଳେଜ ର ଅଧ୍ୟକ୍ଷ ଶୋଷିତ ନାଏକଙ୍କ ଧର୍ମପତ୍ନୀ । ବିଧିର ବିଧାନ ବଡ ବିଚିତ୍ର ଆଜି ପୂଣିମାଙ୍କ ଜନ୍ମ ଦିବସ ରେ ତାଙ୍କର ମୃତ୍ୟୁ ହୋଇଯାଇଛି ।

Hot this week

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

Related Articles

Popular Categories