www.samajalive.in
Tuesday, December 9, 2025
16.1 C
Bhubaneswar

ବିଦ୍ୟୁତ ସଂସ୍ପର୍ଶରେ ଆସି ୫ ଜଣଙ୍କ ମୃତ୍ୟୁ

ଗାଜିୟାବାଦ : ଉତ୍ତରପ୍ରଦେଶର ଗାଜିୟାବାଦ ଜିଲାରେ ଏକ ବଡ ଧରଣର ଅଘଟଣ ଘଟିଛି। ବିଦ୍ୟୁତ ସଂସ୍ପର୍ଶରେ ଆସି ୫ ଜଣଙ୍କ ମୃତ୍ୟୁ ହୋଇଛି। ଏମାନଙ୍କ ମଧ୍ୟରେ ୩ ଶିଶୁ ରହିଛନ୍ତି ବୋଲି ଜଣାପଡିଛି। ଜଣଙ୍କ ଅବସ୍ଥା ଏବେ ମଧ୍ୟ ଗୁରୁତର ରହିଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।
ସୂଚନା ଯୋଗ୍ୟ, ଗାଜିୟାବାଦର ସିହାନୀ ଗେଟର ରାକେଶ ମାର୍ଗ ନିକଟରେ ୬ ଜଣ ହଠାତ ବିଦ୍ୟୁତ ସଂସ୍ପର୍ଶରେ ଆସି ଯାଇଥିଲେ। ଆଜି ସକାଳ ୧୦ଟା ସମୟର ଏହି ଘଟଣା। ରାକେଶ ମାର୍ଗ ନିକଟରେ ଥିବା ଏକ ଦୋକାନରେ ବଲବ ତାର ସହ ରହିଥିବା ବେଳେ ଏହା ଦୋକାନର ଟିଣରେ ରହିଥିଲା। ମାତ୍ର ବର୍ଷା ହୋଇଥିବା କାରଣରୁ ଏହି ତାର ଦେଇ ବିଦ୍ୟୁତ ପ୍ରବାହିତ ହୋଇଥିଲା ବୋଲି କୁହାଯାଉଛି। ଫଳରେ ଦୋକାନକୁ ଜିନିଷ ପାଇଁ ଯାଇଥିବା ୨ ଶିଶୁ ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲେ।ସେମାନଙ୍କୁ ରକ୍ଷା କରିବାକୁ ପ୍ରୟାସ କରିବା ସମୟରେ ଅନ୍ୟମାନେ ମଧ୍ୟ ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲେ। ସେହି ସମୟ ବେଳକୁ ବିଦ୍ୟୁତ ସରବାରହ ବନ୍ଦ କରାଗଲେ ମଧ୍ୟ ବିଦ୍ୟୁତ ସଂସ୍ପର୍ଶରେ ଆସି କିଛି ଜଣଙ୍କ ମୃତ୍ୟୁ ହୋଇଥିବା ଅନ୍ୟମାନେ ହସ୍ପିଟାଲରେ ଆଖି ବୁଜିଥିଲେ।

 

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories