www.samajalive.in
Wednesday, December 10, 2025
16.1 C
Bhubaneswar

ଅଣ୍ଡା ଖୋଳରୁ ମାସିକ ରୋଜଗାର ୧୫,୦୦୦ଟଙ୍କା

ଅଣ୍ଡା ଖାଇବା ପରେ ସବୁବେଳେ ଆମେ ଖୋଳପା ଫୋପାଡି ଦେଇଥାଉ। ଅଣ୍ଡାର ଖୋଳ ଆମର କୌଣସି କାମରେ ଆସି ନଥାଏ ବୋଲି ଆମେ ଜାଣୁ। ମାତ୍ର ଛତିଶଗଡର କିଛି ମହିଳା ଏହି ଅଣ୍ଡାର ଖୋଳରୁ ଲକ୍ଷାଧିକ ଟଙ୍କା ରୋଜଗାର କରୁଥିବାର ଜଣା ପଡିଛି। ଆସନ୍ତୁ ଜାଣିବା କିପରି ମହିଳାମାନେ ଅଣ୍ଡା ଖୋଳର ବ୍ୟବହାର କରୁଛନ୍ତି ..
ଛତିଶଗଡର ସରଗୁଜା ଜିଲାର ଜିଲାପାଳ ରିତୁ ସେନ ସେଠାକାର ମହିଳାମାନଙ୍କୁ ଆତ୍ମନିର୍ଭରଶୀଳ ହେବା ଅତ୍ୟନ୍ତ ଆବଶ୍ୟକ ବୋଲି କହିଥିଲେ। ସେ ମହିଳାମାନଙ୍କୁ ରୋଜଗାରକ୍ଷମ କରିବା ପାଇଁ ସାହାଯ୍ୟ ମଧ୍ୟ କରିଥିଲେ। ଛତିଶଗଡର ମହିଳାମାନେ ସ୍ୱୟଂ ସହାୟିକା ଗୋଷ୍ଠୀ ଦ୍ୱାରା ନୂଆ ରାସ୍ତା ଆପଣାଇ ରୋଜଗାରର ବାଟ ବାଛିଥିଲେ।
ମହିଳାମାନେ ଦେଖିଥିଲେ ଲୋକମାନେ ଅଣ୍ଡା ଖାଇବା ପରେ ଖୋଳକୁ ଫୋପାଡି ଦେଉଛନ୍ତି। ମହିଳାମାନେ ସେହି ଖୋଳକୁ ପୁନଃ ପ୍ରକ୍ରିୟା କରଣ କରି ‘କ୍ୟାଲସିୟମ ପାଉଡର’ ଓ ଜମିରେ ବ୍ୟବହୃତ ‘ସାର’ ପ୍ରସ୍ତୁତ କରିବାକୁ ଚିନ୍ତା କଲେ। ଏଥିପାଇଁ ସେମାନେ ପରିବେଶ ବିଜ୍ଞାନୀ ଶ୍ରୀ ଶ୍ରୀନିବାସନଙ୍କ ଠାରୁ ପରାମର୍ଶ ନେଇଥିଲେ।ଅଣ୍ଡାର ଖୋଳରୁ ପ୍ରସ୍ତୁତ କରାଯାଇଥିବା କ୍ୟାଲସିୟମ ପାଉଡରକୁ କୁକୁଡାମାନଙ୍କ ଖାଇବା ନିମନ୍ତେ ଦିଆଯାଇଥାଏ। ଏହାକୁ ଖାଇବା ଦ୍ୱାରା କୁକୁଡାମାନଙ୍କ କ୍ୟାଲସିୟମର ମାତ୍ରା ବଢିଥାଏ। ପଶୁପାଳନ ପାଇଁ ଏହି କ୍ୟାଲସିୟମ ପାଉଡର ଅତ୍ୟନ୍ତ ସହାୟକ ବୋଲି ସ୍ଥାନୀୟ ପଶୁପାଳକମାନେ କହିଛନ୍ତି। ଏହି ପଦ୍ଧତି ଦ୍ୱାରା ମହିଳାମାନେ ଭଲ ରୋଜଗାର କରିବା ସହିତ ପଶୁପାଳନ କ୍ଷେତ୍ରରେ ମଧ୍ୟ ଉନ୍ନତି ହୋଇଥିଲା।ଅନ୍ୟ ପକ୍ଷରେ ଅଣ୍ଡାର ଖୋଳରୁ ସାର ମଧ୍ୟ ତିଆରି କରିଥିଲେ ମହିଳା। ଶ୍ରୀନିବାସନଙ୍କ ମତରେ ପ୍ରାକୃତିକ ଭାବେ ପନିପରିବାରୁ ସାର ପ୍ରସ୍ତୁତ କରିବା ସହଜ ହୋଇଥାଏ। କିନ୍ତୁ ଅଣ୍ଡା ଖୋଳରୁ ସାର ପ୍ରସ୍ତୁତ କରିବା କଷ୍ଟକର ଅଟେ। ଅଣ୍ଡା ଖୋଳରେ ୯୫% କ୍ୟାଲସିୟମ କାର୍ବୋନେଟ ଥାଏ। ଏଥିରୁ ପ୍ରସ୍ତୁତ ହୋଇଥିବା ସାର ଗଛଲତାଙ୍କ ପାଇଁ ଉତ୍ତମ ବୋଲି କହିଛନ୍ତି ଶ୍ରୀନିବାସନ। ଏହାଦ୍ୱାରା ଫଳ ଓ ପନିପରିବାକୁ ଭଲ ସାର ମିଳିବା ଦ୍ୱାରା ଉତ୍ପାଦନ ଭଲ ହୋଇଥାଏ।
ମହିଳାମାନେ ମାସିକ ୫୦-୬୦ କିଲୋ ଅଣ୍ଡା ଖୋଳକୁ ପୁନଃ ପ୍ରକ୍ରିୟା କରଣ କରିଥାନ୍ତି। ସେଥିରୁ କୁକୁଡାମାନଙ୍କ ଖାଦ୍ୟ ପାଇଁ କ୍ୟାଲସିୟମ ପାଉଡର କିଲୋ ପିଛା ୫୦୦ ରୁ ୬୦୦ ଟଙ୍କା ରୋଜଗାର କରିଥାନ୍ତି। ଏପରି କରିବା ଦ୍ୱାରା ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳାମାନେ ପ୍ରତ୍ୟେକ ମାସରେ ୧୫,୦୦୦ଟଙ୍କା ରୁ ୩୦,୦୦୦ଟଙ୍କା ପର୍ଯ୍ୟନ୍ତ ରୋଜଗାର କରୁଛନ୍ତି।

Hot this week

ସ୍ବତନ୍ତ୍ର ସିନ୍ଧ୍‌ ଦେଶ ଗଠନ ଦାବି; ପାକିସ୍ତାନରେ ହିଂସା

କରାଚି: ବେଲୁଚିସ୍ତାନ ପରେ ପାକିସ୍ତାନରେ ଏବେ ସ୍ବତନ୍ତ୍ର ସିନ୍ଧ୍‌ଦେଶ ଗଠନ ଦାବି...

ଭୋଟ ଚୋରି ଜାତୀୟତା ବିରୋଧୀ କାର୍ଯ୍ୟ: ରାହୁଲ

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଦେଶର ବିଭିନ୍ନ ରାଜ୍ୟରେ ଚାଲିଥିବା ସ୍ବତନ୍ତ୍ର...

ଆଇପିଏଲ୍‌ ନିଲାମ ତାଲିକାରେ ୩୫୦ ଖେଳାଳି

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୨୦୨୬ ସଂସ୍କରଣ ଲାଗି ମିନି...

ଓଡ଼ିଶା ମାଷ୍ଟର୍ସ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ ଆରମ୍ଭ

କଟକ: କଟକର ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମ୍‌ରେ ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ...

ବୁଧବାର ରାଶିଫଳ: କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ପାଇବେ ଏହି ଦୁଇ ରାଶି

ମେଷ: ଆଜି ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ସୁଖଦାୟକ ହେବ। କର୍ମ କ୍ଷେତ୍ରରୁ...

Related Articles

Popular Categories