www.samajalive.in
Monday, December 15, 2025
14.1 C
Bhubaneswar

ବଡ଼ମ୍ବାକୁ ବିଜ୍ଞାପିତ ଅଞ୍ଚଳ ଘୋଷଣା କରିବାକୁ ନାଗରିକମଞ୍ଚ ଦାବି

ବଡ଼ମ୍ବା: ପୁରାତନ ବଡ଼ମ୍ବା ସହରକୁ ବିଜ୍ଞାପିତ ଅଞ୍ଚଳ ଘୋଷଣା କରିବା ଦିଗରେ ରାଜ୍ୟ ସରକାର ବିଳମ୍ବ କରୁଥିବା ନେଇ ନାଗରିକ ମଞ୍ଚ ତରଫରୁ ଉଦ୍ବେଗ ପ୍ରକାଶ କରାଯାଇଛି। ଆଗାମୀ ପୌର ନିର୍ବାଚନ ପୂର୍ବରୁ ସରକାର ଏଦିଗରେ ଦୃଷ୍ଟି ଦେବାକୁ ବଡ଼ମ୍ବା ନାଗରିକ ମଞ୍ଚ ନିଜ ଦାବି ଦୋହରାଇଛି। ସରକାର ସହରାଞ୍ଚଳ ବିକାଶ କରିବା ଲକ୍ଷନେଇ ରାଜ୍ୟରେ ୨୭ଟି ନୂତନ ବିଜ୍ଞାପିତ ଅଞ୍ଚଳ କରିବାକୁ ବିଧାନ ସଭାରେ ଏକାଧିକବାର ବିବୃତି ରଖିଥିବା ସତ୍ୱେ କାହିଁକି ଏଦିଗରେ କାଳବିଳମ୍ବ କରାଯାଉଛି ସେନେଇ ନାଗରିକମଞ୍ଚ ଆଶ୍ଚର୍ଯ୍ୟ ପ୍ରକାଶ କରିଛି। ମଞ୍ଚର ସଭାପତି ଦାମୋଦର ରଣାଙ୍କ ଅଧ୍ୟକ୍ଷତାରେ ରବିବାର ଏନେଇ ଏକ ବୈଠକ ଆଗତ କରାଯାଇଥିଲା।

 

- Advertisement -

ବୈଠକରେ ଆଗାମୀ ପଞ୍ଚାୟତ ନିର୍ବାଚନ ଘୋଷଣା ପୂର୍ବରୁ ତୁରନ୍ତ ବଡ଼ମ୍ବାକୁ ବିଜ୍ଞାପିତ ଅଞ୍ଚଳ ଘୋଷଣା କରିବା ଲାଗି ଦାବି କରାଯାଇଛି। ଏନେଇ ରାଜ୍ୟ ମୁଖ୍ୟମନ୍ତ୍ରୀ ଏବଂ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀଙ୍କ ଉଦେଶ୍ୟରେ ସାନି ସ୍ମାରକପତ୍ର ପ୍ରଦାନ କରାଯାଇଥିବା ମଞ୍ଚର ସାଧାରଣ ସମ୍ପାଦକ ଅମୀୟ ପଟ୍ଟନାୟକଙ୍କଠାରୁ ପ୍ରକାଶ। ସେହିଭଳି ସୁଦୂର କୋରାପୁଟ ଜିଲାରେ ୧୦ଟି ବିଜ୍ଞାପିତ ଅଞ୍ଚଳ ରହିଥିବା ବେଳେ ବର୍ଦ୍ଧିତ ଜନସଂଖ୍ୟା ଏବଂ ବିକାଶକୁ ଦୃଷ୍ଟି ଦିଆନଯାଇ ଏବେସୁଦ୍ଧା କଟକ ଜିଲା ମାତ୍ର ୩ଟି ବିଜ୍ଞାପିତ ଅଞ୍ଚଳରେ ସିମୀତ ରହିବା ପରିତାପର ବିଷୟବୋଲି ମଞ୍ଚ ତରଫରୁ ଅଭିଯୋଗ କରାଯାଇଛି। ସୁତରାଂ ରାଜ୍ୟ ସରକାର ନୂତନ ବିଜ୍ଞାପିତ ଅଞ୍ଚଳ ଘୋଷଣା ଏବଂ ସେସବୁର ନିର୍ବାଚନକୁ ପ୍ରାଥମିକତା ଦେବାକୁ ମଞ୍ଚ ତରଫରୁ ଏହି ଅବସରରେ ପ୍ରସ୍ତାବ ଦିଆଯାଇଛି। ଅନୁଷ୍ଠିତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଆଇନଜୀବୀ ପରେଶ ମହାନ୍ତି,ସଂଗଠକ ଲିଙ୍ଗରାଜ ରଣା ପ୍ରମୁଖ ମଞ୍ଚର ସଦସ୍ୟମାନେ ଉକ୍ତ ବୈଠକରେ ଯୋଗଦେଇଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories