www.samajalive.in
Thursday, December 11, 2025
27.1 C
Bhubaneswar

ଫୋନ ପେ’କୁ ଭୁଲରେ ଆସିଲା ୪୦ ହଜାର ଟଙ୍କା, ଏଟିଏମରୁ ଟଙ୍କା କାଢ଼ି ଫେରାଇ ଦେଲେ ଯୁବକ 

ଗଞ୍ଜାମ: ନିଜ ଫୋନ ପେ’ ଆକାଉଣ୍ଟକୁ ଭୁଲରେ ୪୦ହଜାର ଟଙ୍କା ଆସି ଯାଇଥିଲା। ଏହା ଜାଣିବା ପରେ ଜଣେ ଯୁବକ ସେହି ଟଙ୍କାକୁ ଏଟିଏମ୍‌ରୁ ବାହାର କରି ଭୁଲରେ ଟଙ୍କା ଫୋନ ପେ’ରେ ପଠାଇଥିବା ବ୍ୟକ୍ତିଙ୍କୁ ତାଙ୍କ ଟଙ୍କା ଫେରାଇ ଦେଇଥିଲେ। ଏଭଳି ଏକ ଉଦାହରଣ ଦେଖିବାକୁ ମିଳିଛି ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପୁରୁଣାବନ୍ଧ ଗ୍ରାମର ଜୈନେକ ପ୍ରସାଦ ବେହେରା ଙ୍କକ୍ଷେତ୍ରରେ, ତାଙ୍କର ମହାନ ଗୁଣ ପାଇଁ ତାଙ୍କୁ ବିଭିନ୍ନ ମହଲରୁ ଉଚ୍ଚ ପ୍ରଶଂସା କରାଯାଇଛି।

ସୂଚନା ଯୋଗ୍ୟଯେ ଗଞ୍ଜାମ ଜିଲା ଗୋପାଳପୁର ସହରର ଜି. ତାତେୟା ନାମକ ଜନୈକ ଯୁବ ବ୍ୟବସାୟୀ ୪୦ ହଜାର ଟଙ୍କା ପ୍ରକାଶ କୁମାର ବେହେରାଙ୍କୁ ପଠାଇବାର ଥିଲା। କିନ୍ତୁ ସେ ତାଙ୍କ ଫୋନ ପେ’ ରେ ଭୁଲବଶତଃ ପ୍ରସାଦ କୁମାର ବେହେରାଙ୍କୁ ପଠାଇ ଦେଇଥିଲେ। ଏହା ପ୍ରସାଦ ଜାଣିବା ପରେ ଏଟିଏମରୁ ଟଙ୍କା ଉଠାଇ ତୁରନ୍ତ ଉଭୟ ଅଞ୍ଚଳର ଭଦ୍ରବ୍ୟକ୍ତିଙ୍କ ଉପସ୍ଥିତିରେ ତାଙ୍କ ଟଙ୍କା ଫେରସ୍ତ କରିଦେଇଥିଲେ। ପ୍ରସାଦଙ୍କ ଏହି ମହାନ ଗୁଣ ପାଇଁ ତାଙ୍କୁ ଟଙ୍କା ଫେରସ୍ତ ପାଇଥିବା ତାତେୟା ଧନ୍ୟବାଦ ଜଣାଇଥିଲେ। ଏହାକୁ ନେଇ ସ୍ଥାନୀୟ ଅଂଚଳର ଲୋକମାନେ ପ୍ରସାଦଙ୍କୁ ବେଶ ପ୍ରଶଂସା କରିଛନ୍ତି।

Hot this week

ବସ୍‌-ବାଇକ୍ ଧକ୍କା : ଦୁଇ ଛାତ୍ର ମୃତ

ପଦ୍ମପୁର: ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ପାଲୁପାଇ ନିକଟରେ ବସ୍- ବାଇକ୍...

ଗୋଆ ଅଗ୍ନିକାଣ୍ଡ : ମାଲିକ ଲୁଥ୍ରା ଭ୍ରାତାଙ୍କୁ ଅଟକ ରଖିଛି ଥାଇଲାଣ୍ଡ ପୁଲିସ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଫୁଲବାଣୀରେ ପ୍ରଥମ ତୁଷାରପାତ

ଫୁଲବାଣୀ : କନ୍ଧମାଳରେ ଏବେ ହାଡ଼ ଭଙ୍ଗା ଶୀତ ଅରମ୍ଭ ହୋଇଛି।...

ରାସ୍ତାକଡରେ ପୁଳା ପୁଳା ଔଷଧ: ସ୍ଵାସ୍ଥ୍ୟ ବିଭାଗର ତଦନ୍ତ

ବାଲେଶ୍ଵର: ରାସ୍ତାକଡ଼ରେ ପଡ଼ିଛି ପୁଳା ପୁଳା ସରକାରୀ ମେଡିସିନ୍। ଏଭଳି ଘଟଣା...

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

Related Articles

Popular Categories