ଶୁଭଙ୍କର ପୁଣି ଗିରଫ

0

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ସିସୋର ଚିଟଫଣ୍ଡ ଠକେଇ ମାମଲାରେ ସଂପୃକ୍ତ ଶୁଭଙ୍କର ନାୟକଙ୍କ ନାମରେ ଅସଦାଚରଣ ଅଭିଯୋଗ ହୋଇଛି । ଏହି ଅଭିଯୋଗରେ ଗତକାଲି ପୁଣି ସେ ଗିରଫ ହୋଇଛନ୍ତି । ଅଭିଯୋଗ ଅନୁଯାୟୀ, ରାଜଧାନୀ ଭୁବନେଶ୍ବର ଖାରବେଳ ନଗରରେ ରହୁଥିବା ଜଣେ ମହିଳାଙ୍କୁ ଶୁଭଙ୍କର ଅସଦାଚରଣ କରିବା ସହ ତାଙ୍କ ପୁଅକୁ ମାଡ ମାରିଛନ୍ତି। ଏନେଇ ଉକ୍ତ ମହିଳା ଜଣଙ୍କ ଖାଳରବେଳ ନଗରରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ଖାଳରବେଳ ପୁଲିସ ଗତକାଲି ଶୁଭଙ୍କରଙ୍କୁ ଗିରଫ କରିଛି । ସୂଚନାଯୋଗ୍ୟ, ପୂର୍ବରୁ ସିସୋର ଚିଟଫଣ୍ଡ ମାମଲାରେ ଶୁଭଙ୍କର ନାୟକ ୨୦୧୪ ମସିହାରେ ଗିରଫ ହୋଇଥିଲେ ।

Leave A Reply