ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ଗାଡ଼ିକୁ ପଥର ମାଡ଼

0

ସିଦ୍ଧି: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନଙ୍କ ଗାଡ଼ି ଉପରକୁ କିଛି ଲୋକ ପଥର ମାଡ଼ କରିଛନ୍ତି। ଏଥିରେ ମୁଖ୍ୟମନ୍ତ୍ରୀ ଶ୍ରୀ ଚୌହ୍ୱାନଙ୍କ କିଛି କ୍ଷତି ହୋଇନାହିଁ।
ପୁଲିସ ସୂଚନା ଅନୁଯାୟୀ, ସିଦ୍ଧି ଜିଲା ନିକଟ ଛୁରାଟ୍‍ ଅଞ୍ଚଳରେ ‘ଜନ ଆଶୀର୍ବାଦ ଯାତ୍ରା’ରେ ଯୋଗ ଦେବାକୁ ଯାଇଥିବା ବେଳେ ଏହି ଅଘଟଣ ଘଟିଥିଲା। ସେହି ଅଞ୍ଚଳ ମଧ୍ୟପ୍ରଦେଶ ବିରୋଧୀ ଦଳ ନେତା ଅଜୟ ସିଂହଙ୍କ ବିଧାନସଭା ମଣ୍ଡଳି ଅଧୀନରେ ଆସୁଥିବାରୁ ପଥର ଆକ୍ରମଣ ଘଟଣାକୁ ନେଇ ରାଜନୀତି ଜୋର ଧରିଛି। ମୁଖ୍ୟମନ୍ତ୍ରୀଙ୍କ ଗାଡ଼ିକୁ ଆକ୍ରମଣ ପଛରେ ବିରୋଧୀ ଦଳର ହାତ ଥିବା ଆଲୋଚନା ଜୋର ଧରିଛି।
ଏହି ଘଟଣା ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ଚୌହ୍ୱାନ ସ୍ୱାଭାବିକ ଭାବରେ ସଭାରେ ଯୋଗ ଦେଇଥିଲେ। ଜନସଭାକୁ ସମ୍ବୋଧିତ କରିବା ଅବସରରେ ଲୁଚିଛପି ନୁହେଁ ବରଂ ସାମ୍‍ନାରୁ ମୁକାବିଲା କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ଚୌହ୍ୱାନ ବିରୋଧୀ ଦଳ ନେତା ଅଜୟ ସିଂହଙ୍କୁ ଆହ୍ୱାନ ଦେଇଛନ୍ତି। ଅପରପକ୍ଷରେ ଅଜୟ ସିଂହ ଏହି ଘଟଣାରେ କଂଗ୍ରେସର ହାତ ଥିବା ଅଭିଯୋଗକୁ ଅସ୍ୱୀକାର କରିଛନ୍ତି। ଏକ ପ୍ରେସ ବିବୃତ୍ତିରେ ଶ୍ରୀ ସିଂହ କହିଛନ୍ତି ଯେ କଂଗ୍ରେସ ହିଂସା ସଂସ୍କୃତିରେ ବିଶ୍ୱାସ ରଖେ ନାହିଁ। କେବଳ କଂଗ୍ରେସ ଓ ତାଙ୍କୁ ବଦ୍‍ନାମ କରିବା ପାଇଁ ଏହାକୁ ଏକ ଷଡ଼ଯନ୍ତ୍ର ବୋଲି ଶ୍ରୀ ସିଂହ କହିଛନ୍ତି।

Leave A Reply