ଏଠାରେ ରାକ୍ଷସ ମଧ୍ୟ ପୂଜା ପାଇଥାନ୍ତି

0

ଭାରତରେ ଅନେକ ଦେବାଦେବୀ ମନ୍ଦିର ରହିଥିବା ଆମେ ଜାଣିଛୁ। ପ୍ରତ୍ୟେକ ଦିନ ମଧ୍ୟ ଆମେ ପୂଜା ନିମନ୍ତେ ଦେବାଦେବୀଙ୍କ ମନ୍ଦିର ଯାଇଥାଉ। କିନ୍ତୁ ବହୁତ କମ ଲୋକ ଜାଣିଛନ୍ତି ଯେ, ଭାରତରେ ଏମିତି କିଛି ମନ୍ଦିର ଅଛି ଯେଉଁଠାରେ ଭଗବାନ ନୁହେଁ ରାକ୍ଷସଙ୍କୁ ପୂଜା କରାଯାଇଥାଏ। ଆସନ୍ତୁ ଜାଣିବା ଏହି ମନ୍ଦିର ବିଷୟରେ ..ଉତ୍ତରପ୍ରଦେଶର କାନପୁରର ଶିବାଲାରେ ରାବଣ ମନ୍ଦିର ଅଛି। ଏହା ପ୍ରାୟ ୧୮୯୦ ମସିହାରେ ନିର୍ମାଣ କରାଯାଇଥିଲା। ରାବଣ ମହାନ ପଣ୍ଡିତ ଥିଲେ ତେଣୁ ଏଠାରେ ତାଙ୍କୁ ପୂଜା କରାଯାଇଥାଏ। ଏହି ମନ୍ଦିର କେବଳ ଦଶହରା ଦିନ ଭକ୍ତମାନଙ୍କ ନିମନ୍ତେ ଖୋଲା ଯାଇଥାଏ।ଭଗବାନ ଶ୍ରୀକୃଷ୍ଣଙ୍କୁ କ୍ଷୀର ପାନ କରାଇ ମାରିବାକୁ ଚାହୁଁଥିବା ରାକ୍ଷସୀ ପୁତନାକୁ ମଧ୍ୟ ପୂଜା କରାଯାଇଥାଏ। ଏହି ମନ୍ଦିର ଗୋକୁଳରେ ଅବସ୍ଥିତ। ଏହି ମନ୍ଦିର ନିର୍ମାଣ କରିବାର କାରଣ ପୁତନା ରାକ୍ଷସୀ ହେଲେ ମଧ୍ୟ ମାତା ରୂପ ଧାରଣ କରି କୃଷ୍ଣଙ୍କୁ କ୍ଷୀର ପାନ କରାଇଥିଲେ।ଉତ୍ତର ପ୍ରଦେଶ ଝାନ୍ସୀରେ ପଞ୍ଚକୁଡୟା ଠାରେ ଏକ ଏପରି ମନ୍ଦିର ଅଛି ଯେଉଁଠାରେ ହନୁମାନଙ୍କ ସହ ଅହିରାବଣଙ୍କୁ ପୂଜା କରାଯାଇଥାଏ। ରାବଣର ଭାଇ ଅହିରାବଣ ଭଗବାନ ରାମ ଓ ଲକ୍ଷ୍ମଣଙ୍କୁ ଅପହରଣ କରିଥିଲେ।

Leave A Reply