www.samajalive.in
Wednesday, December 10, 2025
16.1 C
Bhubaneswar

ରାଜ୍ୟ ଜଳଛାୟା ପ୍ରକଳ୍ପର ନିର୍ଦ୍ଦେଶକଙ୍କ ୩ ଦିନିଆ ନବରଙ୍ଗପୁର ଗସ୍ତ

ନବରଙ୍ଗପୁର: ରାଜ୍ୟ ମୃତ୍ତିକା ସଂରକ୍ଷଣ ବିଭାଗ ତଥା ଜଳଛାୟା ପ୍ରକଳ୍ପର ନିର୍ଦ୍ଦେଶକ ହେମନ୍ତ କୁମାର ପଣ୍ଡା ବୃହତ୍ତ ଉଠା ଜଳସେଚନ ପ୍ରକଳ୍ପର ଏହି ଜିଲାର ନୋଡାଲ ଅଧିକାରୀ ଭାବେ ତିନିଦିନିଆ ନବରଙ୍ଗପୁର ଜିଲା ଗସ୍ତରେ ଆସି ବିଭିନ୍ନ ଉନ୍ନୟନ ପ୍ରକଳ୍ପ ପରିଦର୍ଶନ କରି ସମୀକ୍ଷା କରିଥିଲେ। ସେ ପ୍ରଥମେ ନନ୍ଦାହାଣ୍ଡି ବ୍ଲକର ପରଜାମିନିଗୁଡି ଗାଁକୁ ଯାଇ ସେଠାରେ କୃଷିଜାତ ଦ୍ରବ୍ୟର ବିିବିଧକରଣର ସଚେତନତା କାର୍ଯ୍ୟକ୍ରମରେ ଯୋଗଦେବା ସହ ବୃହତ୍ତ ଉଠା ଜଳସେଚନ ପ୍ରକଳ୍ପ ପର୍ଯ୍ୟବେକ୍ଷଣ କରିଥିଲେ। ଏହାପରେ ଡାଇଭଟ୍ଟା ଓ ଏକମ୍ବା ଗ୍ରାମକୁ ଯାଇ ବୃହତ୍ତ ଉଠା ଜଳସେଚନ ପ୍ରକଳ୍ପ ପରିଦର୍ଶନ କରିଥିଲେ। ଜିଲାରେ କାର୍ଯ୍ୟକାରୀ ହେଉଥିବା ଜଳଛାୟା ପ୍ରକଳ୍ପର ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଥିଲୋ ଏଥିରେ ବିଭାଗର ପ୍ରକଳ୍ପ ନିର୍ଦ୍ଦେଶକ ଲକ୍ଷ୍ମୀଧର ଜେନା ସମେତ ଓଭର ସିୟର ଅଜୟ ସିଂ, ରେଞ ଅଧିକାରୀ, ବ୍ଲକସ୍ତରୀୟ ସମସ୍ତ ଅଧିକାରୀ ଓ କର୍ମଚାରୀମାନେ ଯୋଗ ଦେଇଥିଲେ।

ପରଦିନ ସେ ପାପଡାହାଣ୍ଡିବ୍ଲକ ଅନ୍ତର୍ଗତ ଡେଙ୍ଗାଗୁଡା ଗ୍ରମାକୁ ଯାଇ ସେଠାରେ ୨୦ ଜଣ ଆଦିବାସୀ ହିତାଧିକାରୀଙ୍କର ପାଇଁ ୧୦ ହେକ୍ଟର ଜମିରେ ଲଗାଯାଇଥିବା କାଜୁ ବଗିଚାକୁ ଯାଇ ଯାଞ୍ଚ କରିଥିଲେ। ସେ କିଛି ହିତୀଧିକରୀଙ୍କର ସହିତ ମଧ୍ୟ ଆଲୋଚନା କରିଥିଲେ। ତେବେ ଏହି କାଜୁ ବଗିଚାକୁ ଦେଖି ସେ ସନ୍ତୋଷ ପ୍ରକାଶ କରିଥିଲେ। ମକିଆ ପଞ୍ଚାୟତର ସିଲକଗୁଡାକୁ ଯାଇ ସେଠାରେ ମଧ୍ୟ ୧୫ଜଣ ଆଦିବାସୀ ହିତାଧିକାରୀଙ୍କର ପାଇଁ ୧୦ ହେକ୍ଟରରେ ଲଗାଯାଇ ଥିବା କାଜୁ ବଗିଚା ଦେଖିଥିଲେ। ତେବେ ଏହି ଚାରାଗୁଡିକର ସଠିକ ଯତ୍ନ ନେବାକୁ ସେ କର୍ମଚାରୀଙ୍କୁ ପରାମର୍ଶ ଦେଇଥିଲେ। ସେ କୋଷାଗୁମୁଡା ବ୍ଳକ ଅନ୍ତର୍ଗତ କୋଡିଙ୍ଗା ପଞାୟତର ଡାବିଗୁଡା ଓ ବାଲେଙ୍ଗାକୁ ଯାଇଥିଲେ। ସେଠାରେ ସେ ଆଦିବାସୀ ହିତାଧିକାରୀମାନଙ୍କ ସହିତ କାଜୁ ଚାରା ରୋପଣ ନେଇ ଆଲୋଚନା କରିଥିଲେ। ଗ୍ରାମର ବୃନ୍ଦାବନ ଭତରା ବିଭିନ୍ନ ଫଳ ଓ ପନିିପରିବା ଚାଷ କରୁଥିବା ଦେଖି ଖୁସିପ୍ରକଖଟ କରିଥିଲେ। ସେ ପୋଖରୀରେ ମାଛ ଚାଷ କରୁଥିବାନେଇ ସନ୍ତୋଷ ପ୍ରକାଶ କରିଥିଲୋ ପରେ ଫାର୍ସାଗୁଡା ପଞ୍ଚାୟତର କୁଜାଗୁଡାର ଆଗ୍ରୋ- ଫରେଷ୍ଟ୍ରି ନର୍ସରୀକୁ ଯାଇ ୩୦ଜଣ ମହିଳା ହିତିଧକାରୀଙ୍କୁ କଦଳି ଚାରା ବଣ୍ଟନ କରିଥିଲେ। ଜିଲାରେ କାର୍ଯ୍ୟକାରୀ ହେଉଥିବା ୫ଟି ଫାର୍ମ ପୋଖରୀ କାର୍ଯ୍ୟନେଇ ସନ୍ତୋଷ ପ୍ରକାଶ କରିଥିଲେ। ସମସ୍ତ କାର୍ଯ୍ୟକ୍ରମରେ ମୃତ୍ତିକା ସଂରକ୍ଷଣ ବିଭାଗ ତଥା ଜଳଛାୟା ପ୍ରକଳ୍ପର ପ୍ରକଳ୍ପ ନିର୍ଦ୍ଦେଶକ ଲକ୍ଷ୍ମୀଧର ଜେନା ଉପସ୍ଥିତ ଥିଲେ।

Hot this week

ମିଳିଲା ମହିଳାଙ୍କ କଟାମୁଣ୍ଡ

ମାଲକାନଗିରି : କନ୍ୟା ଆଶ୍ରମ ନିକଟ ପୋଟେରୁ ନଦୀକୂଳରୁ ମିଳିଲା କଟାମୁଣ୍ଡ।...

ସୁନା ଓ ରୂପା ଏତିକି ଟଙ୍କା ହେଲା ଶସ୍ତା

ସମାଜ ଡିଜିଟାଲ ଡେସ୍କ: ସୁନା ଓ ରୂପା ମୂଲ୍ୟରେ ସାମାନ୍ୟ ହ୍ରାସ...

ସ୍ବତନ୍ତ୍ର ସିନ୍ଧ୍‌ ଦେଶ ଗଠନ ଦାବି; ପାକିସ୍ତାନରେ ହିଂସା

କରାଚି: ବେଲୁଚିସ୍ତାନ ପରେ ପାକିସ୍ତାନରେ ଏବେ ସ୍ବତନ୍ତ୍ର ସିନ୍ଧ୍‌ଦେଶ ଗଠନ ଦାବି...

ଭୋଟ ଚୋରି ଜାତୀୟତା ବିରୋଧୀ କାର୍ଯ୍ୟ: ରାହୁଲ

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଦେଶର ବିଭିନ୍ନ ରାଜ୍ୟରେ ଚାଲିଥିବା ସ୍ବତନ୍ତ୍ର...

ଆଇପିଏଲ୍‌ ନିଲାମ ତାଲିକାରେ ୩୫୦ ଖେଳାଳି

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୨୦୨୬ ସଂସ୍କରଣ ଲାଗି ମିନି...

Related Articles

Popular Categories