www.samajalive.in
Sunday, December 7, 2025
26.1 C
Bhubaneswar

ପ୍ରଥମ ଥର ପାଇଁ ଗ୍ରୀନଲାଣ୍ଡରେ ବର୍ଷା ; ଚିନ୍ତାରେ ପରିବେଶବିତ୍‌

ନୂଆଦିଲ୍ଲୀ : ଗ୍ରୀନଲାଣ୍ଡରେ ପ୍ରଥମ ଥର ପାଇଁ ହୋଇଛି ବର୍ଷା । ବରଫାବୃତ ଗ୍ରୀନଲାଣ୍ଡରେ ବର୍ଷା ଯାହା ଇତିହାସ ସୃଷ୍ଟି କରି ସଭିଁଙ୍କୁ ଆଶ୍ଚର୍ଯ୍ୟ କରିଛି । ଏହାକୁ ନେଇ ପରିବେଶବିତ ମାନେ ଚିନ୍ତିତ ହୋଇଛନ୍ତି । ସେମାନଙ୍କ ମତରେ ଗ୍ରୀନଲାଣ୍ଡରେ ବର୍ଷା ଜଳବାୟୁ ପରିବର୍ତ୍ତନର ବଡ ପ୍ରଭାବ । ଜଳବାୟୁ ପରିବର୍ତ୍ତନ ଓ ଗ୍ଲୋବାଲ ୱାର୍ମିଂ ଏହାର କାରଣ । ଏହା ସାରା ବିଶ୍ୱ ପାଇଁ ବିପଦ ସୃଷ୍ଟି କରିପାରେ ବୋଲି ଆଶଙ୍କା ପ୍ରକାଶ କରିଛନ୍ତି । ଗତ ୧୪ ତାରିଖରେ ସମୁଦ୍ର ପତ୍ତନଠାରୁ ୩ ହଜାର ମିଟର ଉପରେ ଥିବା ବରଫ ଦେଶରେ ଘଣ୍ଟା ଘଣ୍ଟା ଧରି ବର୍ଷା ହୋଇଥିଲା । ଆମେରିକାର ସ୍ନୋ ଆଣ୍ଡ ଆଇସ ଡାଟା ସେଣ୍ଟର ଏନେଇ ସୂଚନା ଦେଇଛନ୍ତି ।
ସୂଚନା ଅନୁଯାୟୀ, କୌଣସି ସ୍ଥାନରେ ବର୍ଷା ହେବା ପାଇଁ ତାପମାତ୍ରା ଶୂନ ଡିଗ୍ରୀ ସେଲସିୟସରୁ ସାମାନ୍ୟ ଉପରେ ରହିବା ଦରକାର । ଜାତୀୟ ସ୍ନୋ ଆଣ୍ଡ ଆଇସ ଡାଟା ସେଣ୍ଟର ଅନୁଯାୟୀ, ଅଗଷ୍ଟ ୧୪ରୁ ୧୬ ପର୍ଯ୍ୟନ୍ତ ତିନି ଦିନ ମଧ୍ୟରେ ଗ୍ରୀନଲାଣ୍ଡରେ ୭ ଟନ ବର୍ଷା ହୋଇଥିଲା । ଗ୍ରୀନଲାଣ୍ଡରେ ବର୍ଷା ହେବାର କାରଣ ତାପମାତ୍ରା ବୃଦ୍ଧି ପାଉଛି । ଏପରି କେବେ ହୋଇନଥିଲା ବୋଲି ପରିବେଶବିଜ୍ଞାନୀ ମାନେ ମତ ପ୍ରକାଶ କରିଛନ୍ତି । ବର୍ଷା ଏବଂ ଉଚ୍ଚ ତାପମାତ୍ରା ଯୋଗୁଁ ଦ୍ୱୀପପୁଞ୍ଜରେ ପ୍ରବଳ ବରଫ ତରଳିଛି ।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories