www.samajalive.in
Monday, December 15, 2025
15.1 C
Bhubaneswar

ବେଆଇନ ଲଘୁ ପଥର ଖଣିଜ ଟେଣ୍ଡର ହେରଫେର ମାମଲା, ୪୮ଟି ଖଣି ଲିଜ୍‍ ଟେଣ୍ଡର ବାତିଲ

ମାଲକାନଗିରି : ବହୁ ଚର୍ଚ୍ଚିତ ମାଲକାନଗିରି ଜିଲ୍ଲାର ଲଘୁ ପଥର ଖଣିଜ ଟେଣ୍ଡର ହେରଫେର ମାମଲା ତଦନ୍ତ ପରେ ୪୮ଟି ଲଘୁ ଖଣିଜ ଟେଣ୍ଡରକୁ ରଦ୍ଦ କଲା ଜିଲ୍ଲା ପ୍ରଶାସନା ସୁଚନା ମୁତାବକ ଗତ ମାର୍ଚ୍ଚ ମାସରେ ଏହି ୪୮ଟି ଖଣି ଲିଜ୍‍ ନିମନ୍ତେ ଟେଣ୍ଡର ପ୍ରକ୍ରିୟା କରା ଯାଇଥିବା ବେଳେ ମାର୍ଚ ୨୦ ତାରିଖ ଶେଷ ତାରିଖ ଥିଲ।। ତିନିଦିନ ପର୍ଯ୍ୟନ୍ତ ତତ୍କାଳୀନ ଜିଲ୍ଲାପାଳ ଡଃ ୟେଦୁଲା ବିଜୟ ଏହି ଟେଣ୍ଡର ବାକ୍ସକୁ ନିଜ ଘରେ ରଖି ୨୩ ତାରିଖ ଦିନ ଜିଲ୍ଲା କୋଷାଗାର କା ର୍ଯ୍ୟାଳୟରେ ହସ୍ତାନ୍ତର କରିଥିଲୋ ଏହି ତିନିଦିନ ମଧ୍ୟରେ ଜିଲ୍‍ଲା ପାଳ ଶ୍ରୀ ବିଜୟ ଟେଣ୍ଡର ହେରଫେର କରିଥିବା ଖଣି ମାଲିକ ମାନେ ଅଭି ଯୋଗ କରି ଆସୁଥିଲୋ ଏହାକୁ ଆଧାର କରି ଜୁନ୍‍ ମାସ ୨୨ ତାରିଖ ଦିନ କଂଗ୍ରେସ ପୂର୍ୱତନ ସାଂସଦ ତଥା ରାଜ୍ୟ କା ର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ମାଲକାନଗିରି ଆସି ଏହି ଦୁର୍ନୀତିକୁ ଭିତି କରି ଏକ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାପାଳ ୟେଦୁଲା ବିଜୟଙ୍କ ବିରୁଦ୍ଧରେ ଦୁର୍ନୀତି ହୋଇଥିବା ଅଭି ଯୋଗ କରିଥିଲୋ ଏହି ଖଣି ଦୁର୍ନୀତି କରିବା ନିମନ୍ତେ ସେ ଏକ ଏମ୍‍.ଜି. ହେକ୍ଟର ଗାଡି ନେଇଥିବା ମଧ୍ୟ ଅଭି ଯୋଗ କରିଥିଲେ। ଏହା ବାବଦ ଭିଜି ଗ୍ରାନାଇଟର ମାଲିକ ସିହେଚ୍‍ ବେଣୁ ଗୋପାଳଙ୍କୁ ଅନିୟମିତ ଭାବେ ୮ଟି ଖଣି ଲିଜ୍‍ ଦେଇଥିବା ଅଭି ଯୋଗ କରିଥିଲେ ଏବଂ ଜିଲ୍ଲାପାଳଙ୍କ ବିରୁଦ୍ଧରେ କା ର୍ଯ୍ୟାନୁଷ୍ଠାନ ଦାବି କରିଥିଲୋ ଏହି ଘଟଣାର ଠିକ୍‍ ଚାରିଦିନ ପରେ ଜୁନ୍‍ ୨୬ ତାରିଖ ଦିନ ଜିଲ୍ଲାପାଳ ଶ୍ରୀ ବିଜୟଙ୍କ ବଦଳି ହୋଇ ଯାଇଥିଲା।

ପରବର୍ତୀ ସମୟରେ ନୂତନ ଭାବେ ଜିଲ୍ଲାପାଳ ବିଶାଲ ସିଂ ମାଲକାନଗିରି ଆସି ଦାୟିତ୍ୱ ଗ୍ରହଣ କରିଥିଲୋ ଶ୍ରୀ ସିଂ ଦାୟିତ୍ୱ ଗ୍ରହଣ କରିବା ପରେ ଏହାର ତଦନ୍ତ ଆରମ୍ଭ କରିବା ସହ କଂଗ୍ରେସ ନେତା ଶ୍ରୀ ମାଝୀ ଉଚ୍ଚସ୍ତରୀୟ ତଦନ୍ତ ଦାବି କରି ଆସୁଥିଲୋ ପୁଙ୍ଖାନୁପୁଙ୍ଖ ତଦନ୍ତ ହେବାପରେ ଚାବା ବେଣୁ ଗୋପାଳଙ୍କ ସଲବେନ୍ସି ସାର୍ଟିଫିକେଟକୁ ରଦ୍ଦ କରିବା ପରେ ଗତକାଲି ଅଗଷ୍ଟ ୨୩ ତାରିଖ ଦିନ ଜିଲ୍ଲାପାଳ ଶ୍ରୀ ସିଂ ଟେଣ୍ଡର ପ୍ରକ୍ରିୟା ହୋଇଥିବା ଏହି ୪୮ଟି ଖଣି ଲିଜ୍‍ ଟେଣ୍ଡରକୁ ବାତିଲ କରିଛନ୍ତିା ଆଗାମୀ ଦିନରେ ପୁନର୍ୱାର ଲଘୁ ପଥର ଖଣି ଟେଣ୍ଡର କରା ଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତିା ଏହି ଟେଣ୍ଡର ହେରଫେର ମାମଲାରେ ସମ୍ପୃକ୍ତ ରହିଥିବା ଖଣି ମାଫିଆ, ଏବଂ ପ୍ରଶାସନିକ ଅଧିକାରୀ ମାନଙ୍କ ବିରୁଦ୍ଧରେ ଦୃଢ କା ର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ କଂଗ୍ରେସ ନେତା ଶ୍ରୀ ମାଝୀ ଦାବି କରିଛନ୍ତିା

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories