www.samajalive.in
Monday, December 8, 2025
14.1 C
Bhubaneswar

ଓରମାସ ପକ୍ଷରୁ ଜଗନ୍ନାଥପୁର ମହିଳା ସ୍ୱୟଂସହାୟକ ଗୋଷ୍ଠୀଙ୍କୁ ସହାୟତା; କଳତନ୍ତ ଉଦ୍‍ଘାଟିତ

କଳାପଥର: ବାଙ୍କୀ ଉପଖଣ୍ଡ ଅନ୍ତର୍ଗତ ଜଗନ୍ନାଥପୁର ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ଓରମାସ ସହାୟତାରେ ମା’ ମଙ୍ଗଳା ଉତ୍ପାଦକ ଗୋଷ୍ଠୀ ଆନୁକୁଲ୍ୟରେ କଳତନ୍ତ ପ୍ରକଳ୍ପକୁ ପୁର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀ ଉଦ୍‍ଘାଟନ କରିଛନ୍ତି। ଗ୍ରାମାଞ୍ଚଳରେ ଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ସ୍ୱାବଲମ୍ବୀ କରିବାକୁ ସରକାରୀ ସ୍ତରରେ ଉଦ୍ୟମ କରାଯାଉଛି। ଗ୍ରାମାଞ୍ଚଳରେ ଥିବା ଏହି ମହିଳା ଗୋଷ୍ଠୀ ବିଭିନ୍ନ ସମୟରେ ନିଜର ପରିବାର ଚଳାଇବା ସହିତ ନିଜର ପିଲାମାନଙ୍କୁ ଭଲ ମଣିଷ କରିବାକୁ ସେମାନେ ଉଦ୍ୟମ କରୁଥିବା ବେଳେ ଜଗନ୍ନାଥପୁରର ଏହି ମହିଳା ଗୋଷ୍ଠୀ ଅନ୍ୟମାନଙ୍କଠାରୁ ଭିନ୍ନ ହୋଇ ପଡିଛି। ସେମାନଙ୍କ ନିମନ୍ତେ ବିଭିନ୍ନ ସମୟରେ ଗୋଷ୍ଠୀ ଋଣ ମଞ୍ଜୁର କରାଯାଇଥିବାବେଳେ ଏହି ଅର୍ଥରେ ସେମାନେ ବିଭିନ୍ନ ପ୍ରକାର ଗାମୁଛା, ଲୁଙ୍ଗି, ଶାଢି, ଡ୍ରେସ ଆଦି ହସ୍ତ ତନ୍ତରେ ବୁଣି କରି ସ୍ୱଳ୍ପ ପଇସା ରୋଜଗାର କରିପାରୁଛନ୍ତି। ତେବେ ଆଗକୁ କିପରି ସେମାନେ ଅଧିକରୁ ଅଧିକ ରୋଜଗାର କରିପାରିବେ ବୁଣାକାର ସୃମ୍ପ୍ରଦାୟର ମହିଳା ସ୍ୱୟଂ ସହାୟକ ଗୋଷ୍ଠିଙ୍କୁ ଆଗକୁ ନେବାପାଇଁ କଳତନ୍ତ ପ୍ରକଳ୍ପ ମଞ୍ଜୁର କରାଯାଇଛି। ଏଥିପାଇଁ ଜିଲ୍ଲା ଓରମାସ ତରଫରୁ ଆୟୋଜିତ ସଭାରେ ଯୁବ ନେତା ସୁଶାନ୍ତ କୁମାର ସାହୁଙ୍କ ସଂଯୋଜନାରେ ମୁଖ୍ୟ ଅତିଥିଭାବେ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ, ସମ୍ମନୀତ ଅତିଥିଭାବେ ବଳଭଦ୍ରପୁର ସରପଞ୍ଚ ବିଜନ କୁମାର ସାହୁ, ପୂର୍ବତନ ସରପଞ୍ଚ ମଦନ ନାୟକ, ଜିବନ ଜିବୀକା ମିଶନ ସଂଯୋଜିକା ସଂଘମିତ୍ରା ପ୍ରଧାନ, ଓରମାସର ଯୁଗ୍ମ ସଂଯୋଜକ ବିପିନ ବିହାରି ରାଉତ ପ୍ରମୁଖ ଯୋଗ ଦେଇଥିଲେ। ବ୍ଳକ ବିଜେଡି ସଭାପତି ଅନନ୍ତ ଚରଣ ଦାସଙ୍କ ସଭାପତିତ୍ୱରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଟୁକୁନା ସାହୁ ପରିଚାଳନା କରିଥିବା ବେଳେ କୃଷକ ନେତା କାଳନ୍ଦି ଚରଣ ସାହୁ ଅତିଥି ପରିଚୟ ଓ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories