www.samajalive.in
Wednesday, December 10, 2025
14.1 C
Bhubaneswar

ଜନ୍ମାଷ୍ଟମୀରେ ଶ୍ରୀକୃଷ୍ଣଙ୍କୁ ଭୋଗ ଲଗାନ୍ତୁ ଲହୁଣୀ ବରା

ଲହୁଣୀ ବରା ରାଜସ୍ଥାନର ଏକ ପ୍ରସିଦ୍ଧ ମିଠା ଖାଦ୍ୟ । ବିଶେଷ କରି ଜନ୍ମାଷ୍ଟମୀ ଭଳି ସ୍ବତସ୍ତ୍ର ଅବସରରେ ଏହାକୁ ପ୍ରସ୍ତୁତ କରି ଶ୍ରୀକୃଷ୍ଣଙ୍କ ନିକଟରେ ଭୋଗ ଲଗାଇ ପାରିବେ ।

ତେବେ ଆସନ୍ତୁ ଜାଣିବା ଏଥିନିମନ୍ତେ ଆବଶ୍ୟକୀୟ ସାମଗ୍ରୀ:-

- Advertisement -

ଏକ କପ୍ କ୍ଷୀର,
ଏକ ଛୋଟ ଗିନା ସୁଜି,
୩ କପ୍ ଚିନି,
ଦେଢ କପ୍ ପାଣି,
ଏକ ବଡ ଚାମଚ ଗୁଜୁରାତି ଗୁଣ୍ଡ,
ଛାଣିବା ପାଇଁ ତେଲ ।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଏକ ପାତ୍ରରେ କ୍ଷୀର ନେଇ ଧୀମା ଅଞ୍ଚରେ ଫୁଟାନ୍ତୁ । କ୍ଷୀର ଫୁଟି ଆସିଲେ ସେଥି​ରେ ସୁଜି ପକାଇ ଗୋଳାନ୍ତୁ ଯେପରି ସୁଜି ମୁଣ୍ଡା ନ ହେବ । କ୍ଷୀର ଓ ସୁଜିର ଗାଢ ମିଶ୍ରଣକୁ ଏକ ପ୍ଲେଟରେ କଢି ରଖନ୍ତୁ । ଧ୍ୟାନ ରଖନ୍ତୁ ଏହି ମିଶ୍ରଣ ଯେପରି ଟାଣ ବା ଶକ୍ତ ନ ହୁଏ । ଏବେ ଏହି ମିଶ୍ରଣରୁ ଛୋଟ ଛୋଟ ବରା ତିଆରି କରନ୍ତୁ ଏବଂ ହାତରେ ଆଲକା ଭାବରେ ଦବାଇ ଇଚ୍ଛାନୁସାରେ ଆକାର ଦିଅନ୍ତୁ । ଏବେ ଧୀମି ଆଞ୍ଚରେ କଢେଇରେ ତେଲ ଗରମ କରନ୍ତୁ ଏବଂ ସେଥିରେ ସୁଜି ବରାକୁ ପକାଇ ସୁନେଲି ରଙ୍ଗ ହେବା ଯାଏଁ ଛାଣନ୍ତୁ ।

ଅନ୍ୟ ଏକ ପାତ୍ରରେ ପାଣି, ଚିନି ଓ ଗୁଜୁରାତି ଗୁଣ୍ଡ ମିଶାଇ ସିରା ପ୍ରସ୍ତୁତ କରନ୍ତୁ । ସେଥିରେ ଛଣା ହୋଇଥିବା ସୁଜି ବରାକୁ ପକାଇ ୫ରୁ୭ ମିନିଟ୍ ଛାଡି ଦିଅନ୍ତୁ । ପ୍ରସ୍ତୁତ ହୋଇଗଲା ଲହୁଣୀ ବରା ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories