www.samajalive.in
Wednesday, December 10, 2025
14.1 C
Bhubaneswar

ମେସେଞ୍ଜର ଚାକିରି ପାଇଁ ଆବେଦନ କରିଛନ୍ତି ପିଏଚ୍‍ଡି ଡିଗ୍ରୀଧାରୀ

ଲକ୍ଷ୍ନୌ: ମେସେଞ୍ଜେର ଚାକରି ପାଇଁ ପିଏଚ୍‍ଡି ଡିଗ୍ରୀଧାରୀମାନେ ଆବେଦନ କରିଛନ୍ତି। ଉତ୍ତରପ୍ରଦେଶରେ ନିଯୁକ୍ତିର ଏଭଳି ଚିତ୍ର ଦେଖିବାକୁ ମିଳିଛି। ରାଜ୍ୟ ପୁଲିସ ବିଭାଗର ଟେଲିକମ୍‍ ଶାଖାରେ ୬୨ଟି ମେସେଞ୍ଜର ପଦବୀ ପାଇଁ ରାଜ୍ୟ ସରକାର ବିଜ୍ଞପ୍ତି ପ୍ରକାଶ କରିଥିଲେ। ସେଥିପାଇଁ ସର୍ବାଧିକ ଶିକ୍ଷାଗତ ଯୋଗ୍ୟତା ଥିଲା ୫ମ ପାସ୍‍। ଆବେଦନପତ୍ର ଯାଞ୍ଚ ବେଳେ ଯାହା ଦେଖାଯାଇଥିଲା ସେଥିରୁ ରାଜ୍ୟ ଓ ଦେଶର ସ୍ଥିତି କଣ ତାହାର ସ୍ପଷ୍ଟ ଚିତ୍ର ପ୍ରତିଫଳିତ ହେଉଥିଲା।
ମୋଟ ୯୩ ହଜାର ଆଶାୟୀ ଆବେଦନକାରୀ ମଧ୍ୟରେ ୫୦ ହଜାର ସ୍ନାତକଧାରୀ ଥିବା ବେଳେ ୨୮ ହଜାର ସ୍ନାତକୋତ୍ତର ଡିଗ୍ରୀଧାରୀ ଥିଲେ। ସବୁଠାରୁ ଉଲ୍ଲେଖନୀୟ ହେଲା ଏହି ପଦ ପାଇଁ ୩୭୦୦ ପିଏଚ୍‍ଡି ଡିଗ୍ରୀଧାରୀ ଆବେଦନ କରିଛନ୍ତି। ଆବେଦନକାରୀଙ୍କ ମଧ୍ୟରେ ଅନେକ ଏମ୍‍ବିଏ ଓ ବିଟେକ୍‍ ପାସ୍‍ କରିଥିବା ଜଣାପଡ଼ିଛି। ଅପରପକ୍ଷରେ ୫ମ ଓ ଏକାଦଶ ପାସ୍‍ କରିଥିବା ଆବେଦନକାରୀଙ୍କ ସଂଖ୍ୟା ରହିଛି ିମାତ୍ର ୭,୪୦୦।
ଏତେ ସଂଖ୍ୟକ ଆବେଦନପତ୍ର ମିଳିବା ପରେ ଚୟନ ପରୀକ୍ଷା ପ୍ରକ୍ରିୟାରେ ପରିବର୍ତ୍ତନ କରାଯିବ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଯୋଗ୍ୟ ପ୍ରାର୍ଥୀଙ୍କୁ ସେମାନଙ୍କ ଶିକ୍ଷାଗତ ଯୋଗ୍ୟତା ଆଧାରରେ ଅନ୍ୟ ବିଭାଗରେ ନିଯୁକ୍ତି ସହିତ ଶୀଘ୍ର ପଦୋନ୍ନତି ବ୍ୟବସ୍ଥା କରାଯିବ ବୋଲି ସେ କହିଛନ୍ତି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories