www.samajalive.in
Sunday, December 7, 2025
26.1 C
Bhubaneswar

କାଲିଗାଡୁ ହିଲଟପ୍ ର ମନୋରମ ଦୃଶ୍ୟକୁ ମୋବାଇଲରେ କଏଦ୍ କଲେ କନ୍ଧମାଳ ଜିଲ୍ଲାପାଳ

ଜି.ଉଦୟଗିରି : ଜି.ଉଦୟଗିରି ପଞ୍ଚାୟତ ସମିତି ଅନ୍ତର୍ଗତ କଳିଙ୍ଗା ପଞ୍ଚାୟତ ସ୍ଥିତ ରାଜାଗାଡା ଜଳପ୍ରପାତ ପର୍ଯ୍ୟଟନ ସ୍ଥଳ ଭାବେ ମାନ୍ୟତା ଦେବାକୁ ଦାବୀ ଜୋର ହେଉଥିବାର ଏକ ବର୍ଷ ନ ପୁରୁଣୁ ଏହି ପଞ୍ଚାୟତ ସମିତି ଅନ୍ତର୍ଗତ ମାଲିକାପଡି ପଞ୍ଚାୟତ ସ୍ଥିତ ମୁକୁଲିଙ୍ଗିଆ ନିକଟରେ କାଲିଗାଡୁ ହିଲଟପ୍ ନାମକ ଆଉ ଏକ ପର୍ଯ୍ୟଟନ ସ୍ଥାନର ସନ୍ଧାନ ମିଳିଛି।ଏହି ସ୍ଥାନକୁ ଏବେ ପ୍ରତିଦିନ ଶହଶହ ଦର୍ଶକ ଆସି ଏଠିକାର ମନୋରମ ଦୃଶ୍ୟକୁ ଉପଭୋଗ କରିବା ସହ ନିଜ ନିଜ ମୋବାଇଲରେ ସେଲଫି ନେଉଥିବାର ଦେଖିବାକୁ ମିଳିଛି।ପ୍ରକାଶ ଥାଉକି ଏହି ସ୍ଥାନ ପର୍ଯ୍ୟଟନ ସ୍ଥଳର ମାନ୍ୟତା ଜୋର ଧରିବାରୁ ଶୁକ୍ରବାର ଦିନ କନ୍ଧମାଳ ଜିଲ୍ଲାପାଳ ଡ.ବୃନ୍ଦା ଡି କାଲିଗାଡୁ ହିଲଟପ ପରିଦର୍ଶନ କରିବା ସହ ମନୋରମ ଦୃଶ୍ୟକୁ ନିଜ ମୋବାଇଲରେ ଫୋଟ ଗୁଡିକୁ କଏଦ୍ କରିଥିବା ଦେଖିବାକୁ ମିଳିଛି।ସାଥିରେ ସ୍ଥାନୀୟ ଗୋଷ୍ଟୀ ଉନ୍ନୟନ ଅଧିକାରୀ ବିଜୟ କୁମାର ପ୍ରଧାନ ଉପସ୍ଥିତ ଥିବା ବେଳେ  ସେ ସ୍ଥାନ ସକାଶେ ଗମନାଗମନ ଓ ପାନୀୟ ଜଳର ବ୍ୟବସ୍ଥା ଅତିଶୀଘ୍ର କରାଯିବା ନେଇ ସୂଚନା ଦେଇଛନ୍ତି।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories