www.samajalive.in
Thursday, December 11, 2025
14.1 C
Bhubaneswar

୧୫ରୁ ଅଧିକ ପଦକ ଜିତିବ ଭାରତ, ସ୍ବର୍ଣ୍ଣ ଲକ୍ଷ୍ୟରେ ପ୍ରମୋଦ

ନୂଆଦିଲ୍ଲୀ : ଟୋକିଓ ଅଲିମ୍ପିକ୍‌ସ ଶେଷ ହେବା ପରେ ଏବେ ଟୋକିଓ ପାରାଲିମ୍ପିକ୍‌ସ ଉପରେ ସାରା ଦେଶର ନଜର ରହିଛି। ଟୋକିଓ ଅଲିମ୍ପିକ୍‌ସରେ ଭାରତ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରି ୭ଟି ପଦକ ହାତେଇ ଥିବାବେଳେ ପାରାଲିମ୍ପିକ୍‌ସରେ ମଧ୍ୟ ଶ୍ରେଷ୍ଠ ପ୍ରଦର୍ଶନ ନେଇ ଆଶା କରାଯାଉଛି। ଟୋକିଓ ପାରାଲିମ୍ପିକ୍‌ସରେ ସର୍ବବୃହତ ୫୪ଜଣିଆ​‌ ଭାରତୀୟ ଦଳ ପ୍ରତିନିଧିତ୍ବ କରିବେ। ଭାରତ ଉକ୍ତ ଟୋକିଓ ପାରାଲିମ୍ପିକ୍‌ସରେ ଶ୍ରେଷ୍ଠ ପ୍ରଦର୍ଶନ କରିବା ସହିତ ୫ଟି ସ୍ବର୍ଣ୍ଣ ସହ ୧୫ରୁ ଅଧିକ ପଦକ ଜିତିବ ବୋଲି ଟୋକିଓ ପାରାଲିମ୍ପିକ୍‌ସ ଭାରତୀୟ ଚିଫ ଡି ମିଶନ ଗୁରୁସରଣ ସିଂହ କହିଛନ୍ତି। ଭାରତୀୟ ପାରା କ୍ରୀଡ଼ାବିତ୍‌ମାନେ ୯ଟି କ୍ରୀଡ଼ା ଶୃଙ୍ଖଳା ତୀରନ୍ଦାଜୀ, ଦୌଡକୁଦ, ବ୍ୟାଡ଼ମିଣ୍ଟନ, କାନୋଇଂ, ଶୁଟିଂ, ସନ୍ତରଣ, ଶକ୍ତ୍ିଉତ୍ତୋଳନ, ଟେବୁଲଟେନିସ ଓ ତାଏ​‌େ​‌କ୍ବାଣ୍ଡୋରେ ଅଂଶଗ୍ରହଣ କରିବେ। ଦୌଡ଼କୁଦରେ ଭାରତୀୟ ପାରା କ୍ରୀଡ଼ାବିତ୍‌ମାନେ କଠିନ ପରିଶ୍ରମ କରିଛନ୍ତି। ଏଥିରେ ଭଲ ପ୍ରଦର୍ଶନ କରି ପଦକ ହାସଲ ନେଇ ଆଶା ରହିଛି ବୋଲି ଚିଫ ଡି ମିଶନ ଶ୍ରୀ ସିଂହ କହିଛନ୍ତି। ପାରାଲିମ୍ପିକ୍‌ସରେ ଭାରତ ଏପର୍ଯ୍ୟନ୍ତ ୪ଟି ସ୍ବର୍ଣ୍ଣ ସହ ୧୧ଟି ସଂସ୍କରଣରେ ୧୨ଟି ପଦକ ହାସଲ କରିଛି। ଚଳିତ ଟୋକିଓ ପାରାଲିମ୍ପିକ୍‌ସରେ ଭାରତୀୟ ଦଳ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିବା ସହ ପୂର୍ବ ରେକର୍ଡକୁ ଅତିକ୍ରମ କରିବ ବୋଲି ଶ୍ରୀ ସିଂହ କହିଛନ୍ତି। ପ୍ରଥମ ଦଫାରେ ପାରା କମିଟି ଅଫ ଇଣ୍ଡିଆ ସଭାପତି ଦୀପା ମଲିକଙ୍କ ନେତୃତ୍ବରେ ପ୍ରଥମ ଦଫାରେ ୫ଜଣ ଖେଳାଳି ଓ ଅଫିସିଆଲ ଟୋକିଓରେ ପହଞ୍ଚି ସାରିଛନ୍ତି। ରିଓ ଅଲିମ୍ପିକ୍‌ସ ସ୍ବର୍ଣ୍ଣ ପଦକ ବିଜେତା ହାଇଜମ୍ପର ଥାଙ୍ଗାଭାଲୁ ମାରିୟାପ୍ପାନ ଉଦ୍‌ଘାଟନୀ ଉତ୍ସବରେ ଭାରତୀୟ ଧ୍ବଜା ଧରିବେ। ଥାଙ୍ଗାଭାଲୁଙ୍କ ଜାତୀୟ ରେକର୍ଡ ୧.୮୬ ମିଟର ରହିଥିବାବେଳେ ଟୋକିଓ ପାରାଲିମ୍ପିକ୍‌ସ​‌େ​‌ର ଭାରତ ତାଙ୍କ ନିକଟରୁ ପଦକ ଆଶା ରଖିଛି। ସେହିପରି ପାରା ଜାଭେଲିନ୍‌ ଫିଙ୍ଗାଳି ଦେବେନ୍ଦ୍ର ଝାଝାରିଆ ଏଫ୍-୪୬ ବର୍ଗରେ ପ୍ରତିନିଧିତ୍ବ କରିବେ। ଅନ୍ୟମାନଙ୍କ ମଧ୍ୟରେ ସୁନ୍ଦର ସିଂହ ଗୁରୁଜାର୍‌, ଅଜିତ ସିଂହ ଏଫ୍‌-୪୬, ସନ୍ଦୀପ ଚୌଧୁରୀ ଏଫ୍‌୬୪ ଓ ନବଦୀପ୍‌ ସିଂହ ଏଫ୍‌୪୧ ଜାଭେଲିନ୍‌ ଥ୍ରୋ ରେ ଅଂଶଗ୍ରହଣ କରିବେ। ପାରା ବ୍ୟାଡ଼ମିଣ୍ଟନ ତାରକା ପ୍ରମୋଦ ଭଗତଙ୍କ ଉପରେ ଭାରତ ସ୍ବର୍ଣ୍ଣ ପଦକ ଆଶା ରଖିଛି। ବିଶ୍ବର ଏକ ନମ୍ବର ପାରା ବ୍ୟାଡ଼ମିଣ୍ଟନ ଖେଳାଳି ପ୍ରମୋଦ ଏଫ୍‌ଏଲ-୩ ପୁରୁଷ ସିଙ୍ଗଲ୍‌ସରେ ପ୍ରତିନିଧିତ୍ବ କରିବେ। ପ୍ରମୋଦ ବିଶ୍ବର ଏକ ନମ୍ବର ଖେଳାଳି ହୋଇଥିବାରୁ ତାଙ୍କ ନିକଟରୁ ଭାରତ ସ୍ବର୍ଣ୍ଣ ପଦକଆଶା ରଖିଛି। ସେହିପରି ପ୍ରମୋଦ ମିଶ୍ରିତ ବିଭାଗରେ ପଲ୍ଲକ କୋହଲିଙ୍କ ସହ ଖେଳିବେ। ଏଥିରେ ମଧ୍ୟ ପଦକ ଜିତିବା ନେଇ ଯଥେଷ୍ଟ ସମ୍ଭାବନା ରହିଛି। ଅନ୍ୟମାନଙ୍କ ମଧ୍ୟରେ କ୍ରିଷ୍ଣା ନାଗର ଏଚ୍‌ଏସ୍‌-୬, ତରୁଣ ଧିଲନ ଏସ୍ଏଲ-୪ରେ ପ୍ରତିନିଧିତ୍ବ କରିବେ। ତୀରନ୍ଦାଜୀ​‌େ​‌ର ରାକେଶ କୁମାର ଓ ଶ୍ୟାମ ସୁନ୍ଦର କମ୍ପାଉଣ୍ଡ, ବିବେକ ଚିକାରା ଓ ହରବିନ୍ଦର ସିଂହ ରିକର୍ଭ ଓ ମହିଳା ବିଭାଗରେ ଜ୍ୟୋତି ବଳିୟାନ କମ୍ପାଉଣ୍ଡ ବିଭାଗରେ ଖେଳିବେ।

Hot this week

ବିଶ୍ବାସ ଜିନ୍‌

ବିଶ୍ବାସ ହେଉଛି ସମ୍ପର୍କର ସେତୁବନ୍ଧ। ଏହା ହିଁ ଆଦିମ ମଣିଷକୁ ପରସ୍ପର...

‘ଜୀବେ ଦୟା’ ଜୈବ ବିବିଧତାର ଆଦର୍ଶ

ଆମ ପରିବେଶରେ ଥିବା ବିଭିନ୍ନ ପ୍ରକାରର ଉଦ୍ଭିଦ, ପ୍ରାଣୀ ଓ ଅନ୍ୟାନ୍ୟ...

ଅନୁଗୁଳରେ ଫୁଟିଲା ଗୁଳି, ଜଣେ ଗୁରୁତର

ଅନୁଗୁଳ : ଅନୁଗୁଳରେ ଫୁଟିଲା ଗୁଳି । ଶିକ୍ଷକପଡ଼ା ସ୍ଥିତ ଇକୋ...

ଚିନ୍ତାକଳ୍ପ : ଗୁଣଗ୍ରାହିତା

ଆବ୍ରାହମ ଲିଙ୍କନ, ଆମେରିକାର ଲୋକପ୍ରିୟ ରାଷ୍ଟ୍ରପତିଙ୍କ ମଧ୍ୟରୁ ଅଗ୍ରଗଣ୍ୟ। ଆଜି ମଧ୍ୟ...

ରାଉରକେଲା ସବୁଠୁ ଥଣ୍ଡା ସହର

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟକୁ ଥଣ୍ଡା ଶୁଷ୍କ ବାୟୁ ପ୍ରବାହିତ ହେଉଛି।...

Related Articles

Popular Categories