www.samajalive.in
Tuesday, December 9, 2025
26.1 C
Bhubaneswar

ତ୍ବରିତ ନ୍ୟାୟ ପ୍ରଦାନ ନ୍ୟାୟିକ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିଥାଏ: ମୁଖ୍ୟ ବିଚାରପତି

ସୁନ୍ଦରଗଡ଼: ତୂରିତ ନ୍ୟାୟ ପ୍ରଦାନ ନ୍ୟାୟିକ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ସହ ନ୍ୟାୟିକ ବ୍ୟବସ୍ଥା ଉପରେ ଲୋକଙ୍କ ଆସ୍ଥା ବଢ଼ାଇ ଥାଏ ବୋଲି ରାଜ୍ୟ ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଜଷ୍ଟିସ ଡ.ଏସ.ମୁରଲୀଧର ମତବ୍ୟକ୍ତ କରିବା ସହ ବିଗତ ଦିନରେ କରୋନା ମହାମାରୀ ସମେତ ଅନ୍ୟାନ୍ୟ ସମସ୍ୟା ଯୋଗୁଁ ନ୍ୟାୟ ବ୍ୟବସ୍ଥା ପ୍ରଦାନରେ ସାମାନ୍ୟ ବିଳମ୍ବ ହୋଇଥିବା ବେଳେ ଏବେ ପୁରୁଣା ମାମଲା ଗୁଡ଼ିକୁ ଯୁଦ୍ଧକାଳୀନ ଭିତ୍ତିରେ ବିଚାର କରି ଲୋକଙ୍କୁ ନ୍ୟାୟ ପ୍ରଦାନ କରିବା ଉପରେ ମୁଖ୍ୟ ବିଚାରପତି ଜଷ୍ଟିସ ଡ.ଏସ.ମୁରଲୀଧର ଗୁରୁତ୍ୱାରୋପ କରିଛନ୍ତି ।

 

- Advertisement -

ଆଜି ସୁନ୍ଦରଗଡ଼ ଗସ୍ତ ଅବସରରେ ମୁଖ୍ୟ ବିଚାରପତି ଜଷ୍ଟିସ ଡ.ଏସ.ମୁରଲୀଧର ଜିଲା ଅଦାଲତ ପରିଦର୍ଶନ କରିବା ସହ ମାମଲା ଗୁଡ଼ିକର ତୂରିତ ବିଚାର ଉପରେ ନ୍ୟାୟିକ ଅଧିକାରୀମାନେ ଯତ୍ନବାନ ହୁଅନ୍ତୁ ବୋଲି କହିବା ସହ ଅଦଲାତ ଗୁଡ଼ିକରେ ଇ-ଅଦାଲତ ପରିଚାଳନା ଏଥିରେ ସହାୟକ ହେବ ବୋଲି କହିଥିଲେ । ଜିଲା ଓ ଦୌରା ଜଜ୍‍ ପ୍ରଦୀପ କୁମାର ମାହାନ୍ତଙ୍କ ସମେତ ସମସ୍ତ ବିଚାରପତି ଉପସ୍ଥିତ ଥିଲେ । ମୁଖ୍ୟ ବିଚାରପତି ଜଷ୍ଟିସ ଡ.ଏସ.ମୁରଲୀଧର ଅଦାଲତ ପରିସରରେ ପହଞ୍ôଚବା କ୍ଷଣି ଜିଲା ଓ ଦୌରା ଜଜ୍‍ ପ୍ରଦୀପ କୁମାର ମାହାନ୍ତ, ଜିଲାପାଳ ନିଖିଲ ପବନ କଲ୍ୟାଣ, ଏସ.ପି ସାଗରିକା ନାଥ, ଜିଲା ଓକିଲ ସଂଘ ସଭାପତି ସୁକାନ୍ତ କୁମାର ମହାପାତ୍ର, ସଂପାଦକ ଅଶୋକ ସ୍ୱାଇଁ ପ୍ରମୁଖ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ । ଏହି ଗସ୍ତ ସମୟରେ ଉଚ୍ଚ ନ୍ୟାୟାଳୟର ରେଜିଷ୍ଟାର ଜେନେରାଲ ଚିତ୍ତରଞ୍ଜନ ଦାସ ଓ ସହକାରୀ ରେଜିଷ୍ଟାର ତଥା ବରିଷ୍ଠ ସଂପାଦକ ଆନନ୍ଦ ଦାସ ପ୍ରମୁଖ ମୁଖ୍ୟ ବିଚାରପତିଙ୍କ ସହ ପରିଦର୍ଶନ କାଳରେ ଉପସ୍ଥିତ ଥିଲେ ।

Hot this week

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

ପାନୀୟଜଳ ସମସ୍ୟା ଦୂର ପାଇଁ ନିର୍ମାଣ ହେଉଛି ୬,୬୪୬ ନୂତନ ନଳକୂପ

ସମାଜଲାଇଭ ଡେସ୍କ: ରାଜ୍ୟରେ ଆଗକୁ ଆସୁଥିବା ଖରାଦିନ ପୂର୍ବରୁ ପାନୀୟଜଳ ସମସ୍ୟା...

Related Articles

Popular Categories