www.samajalive.in
Tuesday, December 9, 2025
15.1 C
Bhubaneswar

ଏହି ସରଳ ଉପାୟରେ ପ୍ରସନ୍ନ ହୋଇଥାଆନ୍ତି ମା’ଲକ୍ଷ୍ମୀ

ଧନ ଦେବୀ ମା’ଲକ୍ଷ୍ମୀଙ୍କ ପୂଜା କରିବାର କିଛି ସ୍ୱତନ୍ତ୍ର ନିୟମ ରହିଛି। ଯାହାକୁ ମାନିବା ଦ୍ୱାରା ଆମର ବହୁ ଉନ୍ନତି ହେବା ସହ ପରିବାରରେ ମଧ୍ୟ ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ।
ଲକ୍ଷ୍ମୀଙ୍କର ମୂର୍ତ୍ତି ବା ଫଟୋକୁ ଏକ ଖଟୁଲିରେ ରଖି ତାହାକୁ ଏକ ସାଲୁ କନା ଦ୍ୱାରା ଘୋଡ଼ାଇ ରଖିବା ଉଚିତ।
ଖଟୁଲି ନିକଟରେ ଏକ ଧାନ କେଣ୍ଡା ଝୁଲାଇ ରଖନ୍ତୁ। କେଣ୍ଡାର ବେଣ୍ଟକୁ ମଧ୍ୟ ନାଲି କପଡାରେ ଗୁଡାଇ ରଖନ୍ତୁ।
ମା’ଙ୍କ ମୂର୍ତ୍ତି ନିକଟରେ ଏକ ରୂପାର ଟଙ୍କା ରଖି ଏହାକୁ ପୂଜା କରନ୍ତୁ। ଧନର ବୃଦ୍ଧି ହେବା ସହ ଅଯଥାରେ ଧନ ଖର୍ଚ୍ଚ ହୋଇନଥାଏ।
ଏକ ନାଲି କପଡ଼ାରେ ନଡ଼ିଆକୁ ଗୁଡ଼ାଇ ମା’ଙ୍କ ନିକଟରେ ରଖିଲେ ଘରେ ସର୍ବଦା ସୁଖଶାନ୍ତି ବଜାୟ ରହିଥାଏ।
ମା’ଙ୍କ ଫଟୋକୁ ସର୍ବଦା ପୋଷାକ ପିନ୍ଧାଇ ରଖିବା ଉଚିତ୍। ଏହା ଦ୍ବାରା କେବେ କୌଣସି ଦ୍ରବ୍ୟର ଅଭାବ ହୁଏ ନାହିଁ।
ମା’ଙ୍କୁ ନିୟମିତ ଏକ ସୁଗନ୍ଧ ଫୁଲ ଅର୍ପଣ କରନ୍ତୁ। ଏହା ଦ୍ବାରା ପରିବାରରେ ସୁଖଶାନ୍ତି ରହିବା ସହ ସମସ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ସଠିକ୍ ରହିଥାଏ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories