www.samajalive.in
Monday, December 8, 2025
27.1 C
Bhubaneswar

ଜାଣନ୍ତୁ ଶୁକ୍ରବାର କେଉଁ ଉପାୟ ପାଳନ କରିବା ଦ୍ୱାରା ପ୍ରାପ୍ତି ହୋଇଥାଏ ମା’ଲକ୍ଷ୍ମୀ କୃପା

ସାଧାରଣତଃ ଗୁରୁବାର ମା’ଙ୍କ ବାର ଓ ଏହି ଦିନ ପୂଜାର୍ଚ୍ଚନା କଲେ ମା’ଙ୍କ କୃପା ପ୍ରାପ୍ତି ହୋଇଥାଏ ବୋଲି ସଭିଏଁ ଜାଣନ୍ତି। ମାତ୍ର ଶୁକ୍ରବାର ଦିନ ମା’ଙ୍କୁ ଯଥା ବିଧି ପୂର୍ବକ ପୂଜାର୍ଚ୍ଚନା କରିବା ଦ୍ୱାରା ମା’ଙ୍କ ବିଶେଷ କୃପା ପ୍ରାପ୍ତି ହୋଇଥାଏ। ମା’ଲକ୍ଷ୍ମୀଙ୍କୁ ଐଶ୍ୱର୍ଯ୍ୟ , ବୈଭବ ଓ ଧନସମ୍ପତ୍ତି, ଦେବୀ ବୋଲି କୁହାଯାଏ। ଜାଣନ୍ତୁ ଶୁକ୍ରବାର ମା’ଙ୍କୁ ପୂଜାର କରିବାର ବିଧି….
ମା’ଲକ୍ଷ୍ମୀଙ୍କୁ କ୍ଷୀର ଜାତୀୟ ଦ୍ରବ୍ୟ ଖୁବ ପସନ୍ଦ ବୋଲି ଶାସ୍ତ୍ରରେ ମାନ୍ୟତା ରହିଛି। ତେଣୁ ମା’ଙ୍କ ନିକଟରେ ଶୁକ୍ରବାର ଖିରୀ ଭୋଗ କରନ୍ତୁ ଓ ନିଜ ଇଚ୍ଛା ଓ ସାମର୍ଥ୍ୟ ଅନୁଯାୟୀ ଏହି ଦିନ କିଛି କନ୍ୟାଙ୍କୁ ଭୋଜନ ଓ ଦକ୍ଷିଣା ପ୍ରଦାନ କରନ୍ତୁ। ଏପରି କରିବା ଦ୍ୱାରା ଗୃହରେ କଦାପି ଧନର ଅଭାବ ରହିବ ନାହିଁ।
ମା’ଲକ୍ଷ୍ମୀଙ୍କୁ ହରପ୍ରିୟା ମଧ୍ୟ କୁହାଯାଏ। ମା’ଙ୍କୁ ପୂଜା କରିବା ସମୟରେ ପ୍ରଭୁ ବିଷ୍ଣୁଙ୍କୁ ପୂଜାର୍ଚ୍ଚନା କରିବା ଦ୍ୱାରା ମା’ଙ୍କ ବିଶେଷ କୃପା ପ୍ରାପ୍ତି ହୋଇଥାଏ। ଏହାସହ ଶୁକ୍ରବାର ଦିନ ଦକ୍ଷିଣାବର୍ତ୍ତୀ ଶଙ୍ଖରେ ଜଳ ଭର୍ତ୍ତି କରି ପ୍ରଭୁ ବିଷ୍ଣୁଙ୍କୁ ଅଭିଷେକ କରିବା ଦ୍ୱାରା ମଧ୍ୟ ଆଶୀର୍ବାଦ ମିଳିଥାଏ ଓ ଦୁର୍ଭାଗ୍ୟ ଦୂର ହୋଇଥାଏ।
ଶୁକ୍ରବାର ଗୃହର ଐଶାନ୍ୟ କୋଣରେ ସନ୍ଧ୍ୟା ସମୟରେ ଘିଅର ଦୀପ ଲଗାନ୍ତୁ। ମାତ୍ର ଦୀପରେ ବ୍ୟବହାର କରୁଥିବା ସଳିତା ଲାଲ କିମ୍ବା ହଳଦିଆ ରଙ୍ଗର ହେବା ଉଚିତ।
ଶୁକ୍ରବାର ଦିନ ମା’ଙ୍କ ଶ୍ରୀଯନ୍ତ୍ରକୁ ଗାଈ କ୍ଷୀରରେ ଅଭିଷେକ କରନ୍ତୁ। ଅଭିଷେକ କରିଥିବା କ୍ଷୀରକୁ ଗୃହରେ ସମସ୍ତ କକ୍ଷରେ ଛିଞ୍ଚନ କରନ୍ତୁ। ଏପରି କରିବା ଦ୍ୱାରା ଘରର ଦରିଦ୍ରତା ଦୂର ହୋଇଥାଏ, ଘରେ ସୁଖସମୃଦ୍ଧି, ଧନ ବୃଦ୍ଧି ହୋଇଥାଏ।
ହିନ୍ଦୁ ଧର୍ମରେ ଦାନର ଖୁବ ମହତ୍ତ୍ୱ ରହିଛି। ଶୁକ୍ରବାର ଦିନ ଅସହାୟଙ୍କୁ ଧଳା ରଙ୍ଗର ବସ୍ତୁ ଓ ଖାଦ୍ୟପଦାର୍ଥ ଦାନ କରନ୍ତୁ। ଗାଈଙ୍କୁ ମଧ୍ୟ ଭୋଜନ କରାନ୍ତୁ। ଏହା ଖୁବ ଶଭୁଫଳ ପ୍ରଦାନ କରିଥାଏ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories