www.samajalive.in
Sunday, December 7, 2025
14.1 C
Bhubaneswar

ପାକିସ୍ତାନକୁ ଆର୍ଥିକ ସହାୟତା ବନ୍ଦ କଲା ଆମେରିକା

ୱାଶିଂଟନ: ପାକିସ୍ତାନର ଆମେରିକୀୟ ଅନୁଦାନର ଶେଷ ଆଶା ମଉଳି ଯାଇଛି। ପାକିସ୍ତାନକୁ ସହାୟତା ପାଇଁ ମଞ୍ଜୁର ହୋଇଥିବା ୩୦୦ ନିୟୁତ ଆମେରିକୀୟ ଡଲାର ଅନୁଦାନ ରାଶିକୁ ଆମେରିକା ପକ୍ଷରୁ ପ୍ରତ୍ୟାହାର କରି ନିଆଯାଇଛି। ପୂର୍ବରୁ ଏ ସମ୍ପର୍କରେ ଆମେରିକା ପକ୍ଷରୁ ସୂଚନା ଦିଆଯାଇଥିବା ବେଳେ ଏବେ ଚୂଡ଼ାନ୍ତ ନିଷ୍ପତ୍ତି ଘୋଷଣା କରାଯାଇଛି।
ଆମେରିକା ପରରାଷ୍ଟ୍ର ବିଭାଗ ସଚିବ ମାଇକ୍‍ ପମ୍ପେଓ ଓ ବରିଷ୍ଠ ସେନା ଅଧିକାରୀ ଜେନେରାଲ୍‍ ଜୋଶେଫ୍‍ ଡନ୍‍ଫୋର୍ଡ ପାକିସ୍ତାନ ଗସ୍ତରେ ଆସି ସ୍ଥିତି ସମୀକ୍ଷା କରିବା ପରେ ଉପରୋକ୍ତ ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି। ଗତ ଏକ ଦଶନ୍ଧି ଧରି ପାକିସ୍ତାନରେ ଆମେରିକା ପକ୍ଷରୁ ଶିକ୍ଷା ଓ ତାଲିମ କାର୍ଯ୍ୟକ୍ରମ ଜାରି ରହିଥିବା ବେଳେ ଗତ ଅଗଷ୍ଟ ମାସରୁ ଆମେରିକା ପ୍ରଶାସନ ସେହି କାର୍ଯ୍ୟକ୍ରମକୁ କାଣ୍ଟଛାଣ୍ଟ କରିବା ଆରମ୍ଭ କରିଥିଲା। ଆମେରିକାର ଏହି ନିଷ୍ପତ୍ତି ଏବେ ଆର୍ଥିକ ଦୁରବସ୍ଥା ଦେଇ ଗତି କରୁଥିବା ପାକିସ୍ତାନ ପାଇଁ ଆହୁରି ଅଡ଼ୁଆ ସୃଷ୍ଟି କରିପାରେ ବୋଲି କୁହାଯାଉଛି।
ପାକିସ୍ତାନରେ ବୃଦ୍ଧି ପାଉଥିବା ଆତଙ୍କବାଦୀ କାର୍ଯ୍ୟକଳାପ ନିୟନ୍ତ୍ରଣ ପାଇଁ ଆମେରିକା ପାକିସ୍ତାନକୁ କୋଆଲିସନ୍‍ ସପୋର୍ଟ ଫଣ୍ଡସ୍‍ ନାମରେ ଆର୍ଥିକ ସହାୟତା ଯୋଗାଇ ଦେଇ ଆସୁଥିଲା। କିନ୍ତୁ ସେହି ଅର୍ଥର ଦୁରୁପଯୋଗ ହେଉଥିବା ଓ ଆତଙ୍କବାଦୀ କାର୍ଯ୍ୟକଳାପ ନିୟନ୍ତ୍ରଣରେ ପାକିସ୍ତାନ ସମ୍ପୂର୍ଣ୍ଣ ବିଫଳ ହୋଇଥିବା ପ୍ରମାଣ ମିଳିବା ପରେ ଆମେରିକା ସେନା ବାହିନୀ ପକ୍ଷରୁ ଉପରୋକ୍ତ କଠୋର ନିଷ୍ପତ୍ତି ନିଆଯାଇଛି। ପାକିସ୍ତାନ ନିଜ ମାଟିରେ ଆତଙ୍କବାଦୀ କାର୍ଯ୍ୟକଳାପକୁ ପ୍ରୋତ୍ସାହନ କରିବାରୁ ବିରତ ରହିବା ପାଇଁ ଘୋଷଣା କଲେ ମଧ୍ୟ ନିକଟ ଭବିଷ୍ୟତରେ ଆମେରିକା ତାର ଅନୁଦାନ ପ୍ରତ୍ୟାହାର ନିଷ୍ପତ୍ତିର ପୁନର୍ବିଚାର କରିବ ନାହିଁ ବୋଲି ଜଣାପଡ଼ିଛି। ଏହି ପାଣ୍ଠିକୁ ଆମେରିକା ଅନ୍ୟ ବିକାଶମୂଳକ କାର୍ଯ୍ୟକ୍ରମରେ ବିନିଯୋଗ କରିବ।

Hot this week

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

Related Articles

Popular Categories