ଆଣ୍ଠୁଗଣ୍ଠି ସମସ୍ୟା ଦୂର କରେ ଏହି ଉପାୟ
ଆଣ୍ଠୁଗଣ୍ଠି ବିନ୍ଧାରୁ ରକ୍ଷା ପାଇବା ପାଇଁ ଖାଦ୍ୟପାନୀୟ ଠାରୁ ଆରମ୍ଭ କରି ସମସ୍ତ ସ୍ବାସ୍ଥ୍ୟ ପ୍ରତି ସଚେତନ ହେବା ଉଚିତ।
ଆଣ୍ଠୁଗଣ୍ଠି ବିନ୍ଧାରୁ ରକ୍ଷା ପାଇବାର ଉପାୟ :
ଖାଦ୍ୟପାନରେ ସଚେତନ : ଭୋଜନ ଆମ ଶରୀରକୁ ସଠିକ ପରିମାଣରେ ପୋଷକ ତତ୍ତ୍ବ ଯୋଗାଇଥାଏ। ଉଚିତ ରୂପେ ଖାଦ୍ୟ ନ ଖାଇବା ଦ୍ବାରା ଆଣ୍ଠୁଗଣ୍ଠି ବିନ୍ଧା ହୋଇଥାଏ। ତେଣୁ ସମସ୍ତ ଋତୁ ଅନୁଯାୟୀ, ସଠିକ ପରିମାଣରେ ଖାଦ୍ୟ ଖାଇବା ଉଚିତ। ଆଣ୍ଠୁଗଣ୍ଠି ବିନ୍ଧାରୁ ରକ୍ଷା ପାଇବା ପାଇଁ ଫଳ ଓ ପନିପରିବା ସେବନ କରିବା ଉଚିତ।
ବ୍ୟାୟାମ : ନିୟମିତ ବ୍ୟାୟାମ କରିବା ଦ୍ବାରା ସ୍ବାସ୍ଥ୍ୟ ଭଲ ରହିଥାଏ। ଏହାସହ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବୃଦ୍ଧି ପାଇଥାଏ। ସୁସ୍ଥ ଶରୀର ପାଇଁ ଉପଯୁକ୍ତ ଖାଦ୍ୟ ସହ ନିୟମିତ ରୂପେ ବ୍ୟାୟାମ କରିବା ଉଚିତ। ଏହାଦ୍ବାରା ଆଣ୍ଠୁଗଣ୍ଠି ଦରଜରୁ ମୁକ୍ତି ମିଳିପାରିବ। ବ୍ୟାୟାମ ଦ୍ବାରା ମାଂସପେଶୀୟ ମଜଭୂତ ହୋଇଥାଏ। ମଜଭୂତ ମାଂସପେଶୀୟ ଆଣ୍ଠୁଗଣ୍ଠି ବିନ୍ଧାରୁ ମୁକ୍ତି ଦେଇଥାଏ।
ନିଶାଦ୍ରବ୍ୟ ସେବନ କରନ୍ତୁ ନାହିଁ : ନିଶାଦ୍ରବ୍ୟ ସେବନ କରୁଥିବା ବ୍ୟକ୍ତିମାନେ ଅନେକ ରୋଗର ଶିକାର ହୋଇଥାଆନ୍ତି। ସେମାନେ ଆଣ୍ଠୁଗଣ୍ଠି ରୋଗର ମଧ୍ୟ ଶିକାର ହୋଇଥାଆନ୍ତି। ନିଶାଦ୍ରବ୍ୟ ସେବନ କରିବା କାରଣରୁ ବ୍ୟକ୍ତିଙ୍କ ହାଡ ଗୁଡିକ ଦୁର୍ବଳ ହୋଇଯାଏ। ତେଣୁ ନିଶାଦ୍ରବ୍ୟ ଠାରୁ ଯଥେଷ୍ଟ ଦୂରେଇ ରହିବା ଉଚିତ।
ତେଲ ମାଲିଶ : ଆଣ୍ଠୁଗଣ୍ଠି ସମସ୍ୟା ଥିବା ବ୍ୟକ୍ତିମାନେ ନିୟମିତ ରୂପେ ତେଲ ମାଲିଶ କରିବା ଉଚିତ। ଏପରି କରିବା ଦ୍ବାରା ଆଣ୍ଠୁଗଣ୍ଠି ସମସ୍ୟା ଥିବା ବ୍ୟକ୍ତିଙ୍କୁ ଉପଶମ ମିଳିଥାଏ।
Comments are closed.