www.samajalive.in
Saturday, December 6, 2025
26.1 C
Bhubaneswar

ଆଣ୍ଠୁଗଣ୍ଠି ବିନ୍ଧା ସମସ୍ୟାରୁ ରକ୍ଷା ପାଇବାର ଉପାୟ

ବ୍ୟକ୍ତିମାନେ ଶୀତଦିନେ ଅନେକ ପ୍ରକାରର ରୋଗ ଶିକାର ହୋଇଥାଆନ୍ତି। ଏହିଦିନରେ କିଛି ପୁରୁଣା ରୋଗ ଯୋଗୁଁ ଅଧିକ କଷ୍ଟ ହୋଇଥାଏ। ଏହିଦିନ ଆଣ୍ଡୁଗଣ୍ଠି ବିନ୍ଧା ଅଧିକ ହୋଇଥାଏ। ସାଧାରଣତଃ ବୟୋଜ୍ୟେଷ୍ଠ ବ୍ୟକ୍ତିମାନେ ଏହାର ବଶବର୍ତ୍ତୀ ହୋଇଥାଆନ୍ତି। ସମୟ ବଦଳିବା ସମୟ ବୃଦ୍ଧ ବ୍ୟକ୍ତିଙ୍କ ସହ ଯୁବପିଢି ଏହାର ଶିକାର ହେଉଥିବାର ଦେଖାଯାଉଛି। ଆଣ୍ଠୁଗଣ୍ଠି ବିନ୍ଧାରୁ ରକ୍ଷା ପାଇବା ପାଇଁ ଖାଦ୍ୟପାନୀୟ ଠାରୁ ଆରମ୍ଭ କରି ସମସ୍ତ ସ୍ବାସ୍ଥ୍ୟ ପ୍ରତି ସଚେତନ ହେବା ଉଚିତ।

ଆଣ୍ଠୁଗଣ୍ଠି ବିନ୍ଧାରୁ ରକ୍ଷା ପାଇବାର ଉପାୟ :

- Advertisement -

ଖାଦ୍ୟପାନରେ ସଚେତନ : ଭୋଜନ ଆମ ଶରୀରକୁ ସଠିକ ପରିମାଣରେ ପୋଷକ ତତ୍ତ୍ବ ଯୋଗାଇଥାଏ। ଉଚିତ ରୂପେ ଖାଦ୍ୟ ନ ଖାଇବା ଦ୍ବାରା ଆଣ୍ଠୁଗଣ୍ଠି ବିନ୍ଧା ହୋଇଥାଏ। ତେଣୁ ସମସ୍ତ ଋତୁ ଅନୁଯାୟୀ, ସଠିକ ପରିମାଣରେ ଖାଦ୍ୟ ଖାଇବା ଉଚିତ। ଶୀତଦିନେ ଭିଟାମିନ-ଡି ଯୁକ୍ତ ଖାଦ୍ୟ ଖାଇବା ଉଚିତ। ଆଣ୍ଠୁଗଣ୍ଠି ବିନ୍ଧାରୁ ରକ୍ଷା ପାଇବା ପାଇଁ ଫଳ ଓ ପନିପରିବା ସେବନ କରିବା ଉଚିତ।

ବ୍ୟାୟାମ : ନିୟମିତ ବ୍ୟାୟାମ କରିବା ଦ୍ବାରା ସ୍ବାସ୍ଥ୍ୟ ଭଲ ରହିଥାଏ। ଏହାସହ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବୃଦ୍ଧି ପାଇଥାଏ। ସୁସ୍ଥ ଶରୀର ପାଇଁ ଉପଯୁକ୍ତ ଖାଦ୍ୟ ସହ ନିୟମିତ ରୂପେ ବ୍ୟାୟାମ କରିବା ଉଚିତ। ଏହାଦ୍ବାରା ଆଣ୍ଠୁଗଣ୍ଠି ଦରଜରୁ ମୁକ୍ତି ମିଳିପାରିବ। ବ୍ୟାୟାମ ଦ୍ବାରା ମାଂସପେଶୀୟ ମଜଭୂତ ହୋଇଥାଏ। ମଜଭୂତ ମାଂସପେଶୀୟ ଆଣ୍ଠୁଗଣ୍ଠି ବିନ୍ଧାରୁ ମୁକ୍ତି ଦେଇଥାଏ।

ନିଶାଦ୍ରବ୍ୟ ସେବନ କରନ୍ତୁ ନାହିଁ : ନିଶାଦ୍ରବ୍ୟ ସେବନ କରୁଥିବା ବ୍ୟକ୍ତିମା​‌ନେ ଅନେକ ରୋଗର ଶିକାର ହୋଇଥାଆନ୍ତି। ସେମାନେ ଆଣ୍ଠୁଗଣ୍ଠି ରୋଗର ମଧ୍ୟ ଶିକାର ହୋଇଥାଆନ୍ତି। ନିଶାଦ୍ରବ୍ୟ ସେବନ କରିବା କାରଣରୁ ବ୍ୟକ୍ତିଙ୍କ ହାଡ ଗୁଡିକ ଦୁର୍ବଳ ହୋଇଯାଏ। ତେଣୁ ନିଶାଦ୍ରବ୍ୟ ଠାରୁ ଯଥେଷ୍ଟ ଦୂରେଇ ରହିବା ଉଚିତ।

ତେଲ ମାଲିଶ : ଆଣ୍ଠୁଗଣ୍ଠି ସମସ୍ୟା ଥିବା ବ୍ୟକ୍ତିମା​ନେ ନିୟମିତ ରୂପେ ତେଲ ମାଲିଶ କରିବା ଉଚିତ। ଏପରି କରିବା ଦ୍ବାରା ଆଣ୍ଠୁଗଣ୍ଠି ସମସ୍ୟା ଥିବା ବ୍ୟକ୍ତିଙ୍କୁ ଉପଶମ ମିଳିଥାଏ।

 

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories