www.samajalive.in
Monday, December 8, 2025
20.1 C
Bhubaneswar

ହାଡ ଜନିତ ସମସ୍ୟା ଦୂର ପାଇଁ ଆପଣାନ୍ତୁ ଏହି ଉପାୟ

ହାଡ଼ ସହ ଜଡ଼ିତ ବିଭିନ୍ନ ସମସ୍ୟା ବହୁ ଲୋକଙ୍କ ଚିନ୍ତାର ଏକ କାରଣ। ଜୀବନଶୈଳୀରେ ହେଉଥିବା ପରିବର୍ତ୍ତନ ହାଡ଼ ଜନିତ ବହୁ ସମସ୍ୟା ସୃଷ୍ଟି କରେ। ନିତିଦିନିଆ କାର୍ୟ୍ୟ ଯୋଗୁ ଆମେ ନିଜର ଖାଦ୍ୟପେୟ, ସ୍ୱାସ୍ଥ୍ୟର ସଠିକ ଭାବେ ଯତ୍ନ ନେଇପାରି ନଥାଉ। ଏହି କାରଣରୁ ବିଭିନ୍ନ ପୋଷକ ତତ୍ତ୍ୱର ଅଭାବରେ ଆମ ଆଣ୍ଠୁ ଗଣ୍ଠି ବ୍ୟଥା ଓ ହାଡ଼ ଜନିତ ବିଭିନ୍ନ ସମସ୍ୟା ଦେଖାଯାଏ। କିଛି ସହଜ ଘରୋଇ ଉପାୟ ଅବଲମ୍ବନ ଦ୍ୱାରା ଆମେ ଏହି ସମସ୍ୟାରୁ ମୁକ୍ତି ପାଇପାରିବା। ଜାଣନ୍ତୁ ……….
ରସୁଣ –
ନିୟମିତ ରସୁଣ ଖାଇବା ଦ୍ୱାରା ହାଡ଼କୁ ସଠିକ ଭାବେ ପୋଷକ ତତ୍ତ୍ୱ ମିଳିବା ସହ ହେଉଥିବା ଯନ୍ତ୍ରଣା ଦୂର ହୋଇଥାଏ। ଏଥିରେ ଥିବା ଆଣ୍ଟିବ୍ୟାକ୍ଟେରିଅଲ, ଆଣ୍ଟିଫଙ୍ଗଲ, ଆଣ୍ଟିବାୟୋଟିକ, ଆଣ୍ଟି ଇଫ୍ଲେମେଟ୍ରି ଗୁଣ ହାଡ଼ ଗଣ୍ଠିରେ ହେଉଥିବା ଯନ୍ତ୍ରଣାରୁ ମୁକ୍ତି ଦେଇଥାଏ।
ବ୍ରୋକୋଲି –
ପୋଷକ ତତ୍ତ୍ୱରେ ଭରପୁର ବ୍ରୋକୋଲି ଆଣ୍ଠୁଗଣ୍ଠି ଯନ୍ତ୍ରଣାରୁ ମୁକ୍ତି ଦେବା ପାଇଁ ଖୁବ ସହାୟକ ହୋଇଥାଏ। ଏଥିରେ କ୍ୟାଲସିୟମ, କାର୍ବୋହାଇଡ଼୍ରେଟ, ପ୍ରୋଟିନ, ଭିଟାମିନ ଏ, ସି, କ୍ୟାଲସିୟମ ଥାଏ, ଯାହା ଆମ ଶରୀରକୁ ସୁସ୍ଥ ରଖିବା ପାଇଁ ବେଶ ଆବଶ୍ୟକ।
ହଳଦୀ ଗୁଣ୍ଡ –
ଆଣ୍ଠୁଗଣ୍ଠି ଯନ୍ତ୍ରଣା ଥିବା ବ୍ୟକ୍ତି ମାନେ ନିୟମିତ ହଳଦୀ ଖାଇବା ଉଚିତ। ଏଥିରେ ଥିବା ପୋଷକ ତତ୍ତ୍ୱ ଯନ୍ତ୍ରଣାକୁ ଦୂର କରିବା ସହ ଶରୀରକୁ ବିଭିନ୍ନ ରୋଗରୁ ଦୂରେଇ ରଖେ।
ବଥୁଆ ଶାଗ –
ବଥୁଆ ଶାଗର ରସ ହାଡ଼ ଜନିତ ସମସ୍ତ ସମସ୍ୟା ପାଇଁ ବେଶ ହିତକାରକ। ନିଜ ଖାଦ୍ୟରେ ପ୍ରତିଦିନ ବଥୁଆ ଶାଗ ଖାଇବା ସହ ୧ ଚାମଚ ଏହାର ରସକୁ ମଧ୍ୟ ପିଅନ୍ତୁ। ନିୟମିତ ଏହାକୁ ୨ ମାସ ଖାଇବା ଦ୍ୱାରା ଆପଣ ନିଜେ ଅନୁଭବ କରିବେ ହାଡ଼ ଜନିତ ସମସ୍ତ ସମସ୍ୟା ପାଇଁ ଏହା ଆଶୀର୍ବାଦ।
ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ-
ନିୟମିତ ବ୍ୟାୟାମ କରନ୍ତୁ।
ସକାଳ ହେଉ ଅଥବା ସନ୍ଧ୍ୟାରେ ୧୦ ମିନିଟ ନିଶ୍ଚୟ ଚାଲନ୍ତୁ।
ଠିକ ସମୟରେ ଖାଦ୍ୟ ଖାଆନ୍ତୁ।
ଫାଷ୍ଟଫୁଡ଼ ଖାଦ୍ୟ ଖାଆନ୍ତୁ ନାହିଁ।

Hot this week

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories