www.samajalive.in
Monday, December 8, 2025
27.1 C
Bhubaneswar

ଡଙ୍ଗରିଆକନ୍ଧ ଉନ୍ନୟନ ସଂସ୍ଥାର ସ୍ୱତନ୍ତ୍ର ଅଧିକାରୀଙ୍କ ଦେହାନ୍ତ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ପାର୍ଷାଲି ପଞ୍ଚାୟତ ରେ ଥିବା ନିୟନଗିରି ପାହାଡରେ ବସବାସ କରୁଥିବା ବିରଳ ଡଙ୍ଗରିଆ କନ୍ଧର ବିକାଶ ପାଇଁ ଡଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥା ରହିଛି । ଉକ୍ତ ଡଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥାର ସ୍ୱତନ୍ତ୍ର ଅଧିକାରୀ ମୋଦନ ମୋହନ ଦଳବେହେରାଙ୍କ ଆଜି ବ୍ରହ୍ମପୁର ବଡ ମେଡିକାଲଠାରେ ଦେହାନ୍ତ ହୋଇଥିବା ଜଣାପଡିଛି । ସେ କିଛି ଦିନ ହେବ ଅସୁସ୍ଥ ହେବାରୁ ନିଜ ଗାଁ ପାରଳାଖେମୁଣ୍ଡିକୁ ଯାଇଥିଲେ । ସେଠାରେ ଚିକିତ୍ସା ହେବ ପରେ ତାଙ୍କ ଦେହ ବହୁତ ଖରାପ ହେବଯୋଗୁଁ ବ୍ରହ୍ମପୁର ବଡମେଡିକାଲକୁ ପଠାଇଥିଲେ ।ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ପାହାନ୍ତିଆରେ ଦେହାନ୍ତ ହୋଇଥିବା ସୂଚନା ମିଳିଛି । ସେ ଜଣେ ପରଉପକାରୀ, ଭଦ୍ର ବ୍ୟକ୍ତି ଥିଲେ ।ତାଙ୍କର ଚାକିରୀ କାଳ ଜୀବନରେ ନିଜ କର୍ତ୍ତବ୍ୟକୁ ନିଷ୍ଠାର ସହିତ ତୁଲାଇ ଆସୁଥିଲେ । ସେ ଡଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥାରେ ପ୍ରଥମେ କ୍ଷେତ୍ର ପରିଦର୍ଶକ ରହିଥିଲେ ପରେ ପଦ ଉନ୍ନତି ହୋଇ ସ୍ୱତନ୍ତ୍ର ଅଧିକାରୀ ରହିଥିଲେ । ତାଙ୍କର ଦେହାନ୍ତ ହେବା ଖବର ନିୟମଗିରିବାସୀ ଶୁଣି ମର୍ମାହତ ହୋଇ ଶୋକ ପ୍ରକାଶ କରିଛନ୍ତି ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories