www.samajalive.in
Monday, December 15, 2025
14.1 C
Bhubaneswar

ମହାନଦୀରେ ଭାସିଯାଉଥିବା ବୃଦ୍ଧାଙ୍କୁ ଉଦ୍ଧାର କଲେ ଗ୍ରାମବାସୀ

ବୌଦ୍ଧ : ମହାନଦୀରେ ଭାସିଯାଉଥିବା ଜଣେ ବୃଦ୍ଧାଙ୍କୁ ବୌଦ୍ଧବ୍ଲକ ବହିରା ଗ୍ରାମପଞ୍ଚାୟତ ଅନ୍ତର୍ଗତ ତେନ୍ତୁଳିପାଲି ନିକଟରେ ସ୍ଥାନୀୟ ଗ୍ରାମବାସୀମାନେ ଉଦ୍ଧାର କରିଛନ୍ତି। ମିଳିଥିବା ସୂଚନା ମୁତାବକ ଭାସିଯାଉଥିବା ବୃଦ୍ଧା ଜଣକ ଗୁନ୍ଦୁଳିଆ ଗ୍ରାମର ପାର ନାଏକ(୬୫) ବୋଲି ଜଣାପଡିଛି। ସେ ତେନ୍ତୁଳିପାଲି ଗ୍ରାମର ସଂସାର ନାଏକଙ୍କୁ ବିବାହ କରିଥିବାବେଳେ ସ୍ୱାମୀଙ୍କ ମୃତ୍ୟୁ ପରେ ପୈତୃକ ଗ୍ରାମ ଗୁନ୍ଦୁଳିଆରେ ରହିଆସୁଥିଲେ। ବୁଧବାର ସକାଳୁ ତେନ୍ତୁଳିପାଲି ଗ୍ରାମର ଜମ୍ବେଶ୍ୱର ସେଠୀ ଓ ଦିଲ୍ଲିପ ବେହେରା ମହାନଦୀରେ ଜଣେ ମହିଳା ଭାସି ଯାଉଥିବା ଦେଖି ତାଙ୍କୁ ଉଦ୍ଧାର କରିଥିଲେ। ମହିଳା ଜଣକ ତାଙ୍କରି ଗ୍ରାମର ପାର ନାଏକ ବୋଲି ଜଣାପଡିଥିଲା।

 

- Advertisement -

ତେବେ ସେ ମହାନଦୀର ଉପରମୁଣ୍ଡରୁ ଭାସି ଆସିବା ସହ ତେନ୍ତୁଳିପାଲିର ଦୁଇଜଣ ଗ୍ରାମବାସୀଙ୍କ ଉଦ୍ଧାର ହେବା ଘଟଣା ସଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଅଚେତ ଥିବା ମହିଳାଙ୍କୁ ଆମ୍ବୁଲାନ୍ସ ଯୋଗେ ନିଆଯାଇ ବାଉଁଶୁଣୀ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ତାଙ୍କରି ଚେତା ଫେରିବା ପରେ ଘଟଣା ସଂପର୍କରେ ସ୍ପଷ୍ଟ ହୋଇପାରିବ ବୋଲି ଜଣେ ଗ୍ରାମବାସୀ ସୂଚନା ଦେଇଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories