ମହିଳାଙ୍କ ସନ୍ଦେହ ଜନକ ମୃତ୍ୟୁ : ହତ୍ୟା ଅଭିଯୋଗ ଆଣିଲେ ମହିଳାଙ୍କ ବାପା

0

କଲମପୁର : ନିଜ ଘରେ କବାଟ ବନ୍ଦକରି ଜନୈକ ମହିଳା ଦୌଡି ଦେଇ ଆତ୍ମହତ୍ୟା କରିଥିବା କୁହାଯାଉଥିବା ବେଳେ ମହିଳାଙ୍କ ବାପା ତରଫରୁ ଯୋଜନା ବଦ୍ଧ ହତ୍ୟା ବୋଲି ଥୁଆମୁଳ ରାମପୁର ପୁଲିସ ଥାନାରେ ଅଭିଯୋଗ ହୋଇଛି।
ସୂଚନା ଅନୁସାରେ ଥୁଆମୁଳ ରାମପୁର ଥାନା ଅଧିନସ୍ଥ ଡୁମେରପଦର ଗ୍ରାମର ଫଗନୁ ମାଝୀ ଦାଦନ ଶ୍ରମିକ ଭାବେ କେରଳ ରାଜ୍ୟରେ ନିୟୋଜିତ ଥିବା ବେଳେ ଘରେ ତାର ପତ୍ନୀ ବୁଧବାରୀ ଶାଶୁ ରୁକ୍ମଣୀ ଓ ଶ୍ୱଶୁର ରାମ ସିଂ ସହିତ ଘରେ ରହି ଆସୁଥିଲେ। ଶନିବାର ସକାଳେ ନକିଟସ୍ତ ନାଳରୁ ଗାଧେଇ ଆସିବା ବେଳେ ଶ୍ୱଶୁର ଗାଈ ନେଇ ଅନ୍ୟତ୍ର ଯାଇଥିବା ବେଳେ ଶାଶୁ ଅନ୍ୟ ଜଣକ ଘରକୁ ଯାଇଥିଲେ। ଘରେ କେହିନଥିବା ସୁଯୋଗ ନେଇ ବୁଧବାରୀ ଘର ଭିତରପଟୁ କବାଟ ବନ୍ଦ କରି ଦେଇ ରଶି ଦେଇ ଆତ୍ମହତ୍ୟା କରିଥିବା ପରିବାର ଲୋକ ଜାଣିଥିଲେ। ଏନେଇ ମହିଳାଙ୍କ ବାପ ଘର ପରିବାର ଲୋକଙ୍କୁ ଜଣାଇବା ପରେ ବୁଧବାରୀଙ୍କ ବାପା ଜାମୁ ମାଝୀ ନିଜ ଝିଅକୁ ତାର ଶ୍ୱଶୁର ଘର ଲୋକ ଯୋଜନା ବଦ୍ଧ ଭାବେ ହତ୍ୟା କରି ଆତ୍ମହତ୍ୟାର ରୂପ ଦେଉଥିବା ଥୁଆମୁଳ ରାମପୁର ପୁଲିସ ନିକଟରେ ଅଭିଯୋଗ କରିଥିଲେ। ଏହି ଅଭିଯୋଗ ପାଇବା ପରେ ଥାନା ସବ୍‍ ଇନିସପେକ୍ଟର ଉଗ୍ରେସେନ ପଟେଲ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିଥିଲେ। ପରେ ଶବର ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତରିତ କରିବା ସହ ଘଟଣା ସମ୍ବନ୍ଧରେ ପଚାରି ବୁଝିଥିଲେ।

Leave A Reply