www.samajalive.in
Saturday, December 13, 2025
27.1 C
Bhubaneswar

ଲାଲକିଲ୍ଲାରୁ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

ନୂଆଦିଲ୍ଲୀ : ୭୫ ତମ ସ୍ବାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଐତିହାସିକ ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରି ଦେଶବାସୀଙ୍କୁ ସମ୍ବୋଧନ କରୁଛନ୍ତି।

ଦେଶପାଇଁ ବଳୀଦାନ ଦେଇଥିବା ସଂଗ୍ରାମୀମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସମ୍ବୋଧନ କରୁଛନ୍ତି। ଗଣତନ୍ତ୍ରକୁ ଭଲ ପାଉଥିବା ସମସ୍ତଙ୍କୁ ଅଭିନନ୍ଦନ ପ୍ରଧାନମନ୍ତ୍ରୀ ଜଣାଇଛନ୍ତି। ପ୍ରତିବର୍ଷ ଅଗଷ୍ଟ ୧୪କୁ ‘ବିଭାଜନ ବିଭୀଷିକା ସ୍ମୃତି ଦିବସ’ ଭେବେ ପାଳନ କରିବାକୁ ପ୍ରଧାନମନ୍ତ୍ରୀ ଆହ୍ବାନ ଜଣାଇଛନ୍ତି। ନିଜ ସମ୍ବୋଧନରେ ପ୍ରଧାନମନ୍ତ୍ରୀ କହିଛନ୍ତି କୋରୋନା ମହାମାରୀ ଆମକୁ ଅନେକ ଯାତନା ଦେଇଛି। ବହୁ ପିଲାଙ୍କଠାରୁ ସେମାନଙ୍କ ବାପା-ମାଆଙ୍କୁ ଛଡ଼ାଇ ନେଇଛି। ଅନେକ ନିଜର ଆତ୍ମୀୟଙ୍କୁ ହରାଇଛନ୍ତି। ତେବେ ଆମ ଦେଶରେ ବିଶ୍ବର ସବୁଠୁ ବଡ଼ ଟିକାକରଣ ଅଭିଯାନ ଚାଲିଛି। ୫୪ କୋଟି ଲୋକ କୋରୋନା ଟିକାର ପାନ ନେଇସାରିଲେଣି । ୮୦ କୋଟି ଲୋକଙ୍କୁ କୋରୋନା ସମୟରେ ସହାୟତା ଦିଆଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

- Advertisement -

ପ୍ରଧାନମନ୍ତ୍ରୀ ନିଜ ସମ୍ବୋଧନରେ କହିଛନ୍ତି,  ସବ୍‌କା ସାଥ୍‌, ସବ୍‌କା ବିକାଶ ଓ ସବ୍‌କା ବିଶ୍ବାସ ସରକାରଙ୍କର ମୂଳ ମନ୍ତ୍ର। ପୂର୍ବ ଅପେକ୍ଷା ସରକାରୀ ଯୋଜନା କାର୍ଯ୍ୟକାରିତାର ଅଧିକ ଗତିଶୀଳ ହୋଇଛି। ସବୁ ଗରିବଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାି ଦିଆଯାଉଛି। ଦେଶର ସବୁ ଘରକୁ ପାନୀୟ ଜଳ ଓ ଶୌଚାଳୟ ଯୋଗାଇବାକୁ ସରକାର ଲକ୍ଷ୍ୟ ରଖିଛନ୍ତି ବୋଲି ଶ୍ରୀ ମୋଦୀ କହିଛନ୍ତି।

Hot this week

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

ମହାନଦୀକୁ ହତ୍ୟା ଷଡ଼ଯନ୍ତ୍ର ଚାଲିଛି- ପ୍ରସନ୍ନ

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗର ବିରୋଧୀଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ବଡ ବୟାନ...

Related Articles

Popular Categories