ମୋମୋ ଚ୍ୟାଲେଞ୍ଜ ଖେଳି ଓଡିଆ ଛାତ୍ର ମୃତ!
କଟକ: ଏବେ ବିଭିନ୍ନ ମୋବାଇଲ ଗେମ୍ ଜୀବନ ନେଉଥିବା ଦେଖିବାକୁ ମିଳୁଛି। ବ୍ଲୁ ହ୍ୱେଲ ଗେମ୍ ପରେ ବର୍ତ୍ତମାନ ମୋ ମୋ ଗେମ୍ ଯୁବପିଢି ମାନଙ୍କ ମୁଣ୍ଡ ନେଉଛି। ରାଉଲକେଲାର ରେଲୱେ କଲୋନୀର ଏସ୍. ଚେତନ କୁମାର ଏହି ମୋମୋ ଗେମର ପ୍ରଥମ ଶିକାର ହୋଇଛନ୍ତି। ଏସ୍ ଚେତନ କୁମାର ଭୁବନେଶ୍ୱର ଏକ ଇଞ୍ଜିନିୟରିଂ କଲେଜରେ ତୃତୀୟ ବର୍ଷ କମ୍ପୁଟର ଇଞ୍ଜିନିୟରିଂ ଛାତ୍ର। ଗତ ୨୦ ତାରିଖରେ ଏସ୍ ଚେତନ କୁମାର ହଷ୍ଟେଲ ଛାଡି ଟ୍ରେନରେ ଚେନ୍ନଇ ଚାଲି ଯାଇଥିଲେ। ୨୨ ତାରିଖ ସକାଳେ ରାଜୀବ ଗାନ୍ଧୀ ମେମୋରିଆଲ ହସ୍ପିଟାଲର ୬ ତାଲା ଛାତରୁ ଡେଇଁ ଚେତନ ଆତ୍ମହତ୍ୟା କରିଛନ୍ତି। ପୁଲିସ ସମ୍ପୁର୍ଣ୍ଣ ଘଟଣାର ତଦନ୍ତ କରିବା ପରେ ଏକ ମୋବଇଲ ମିଳିଥିଲା। ଚେତନ ଭୁବନେଶ୍ୱରରୁ ଚେନ୍ନଇ ଆସି ଏହି ଆତ୍ମହତ୍ୟା କରିଥିବା ଜଣାପଡିଛି। ଚେତନଙ୍କ ମୃତ୍ୟୁର ଏଗାର ଦିନରେ ପରିବାର ଲୋକ ଭାଙ୍ଗି ପଡିଛନ୍ତି। କଲେଜ କର୍ତ୍ତୁପକ୍ଷଙ୍କ ଖାମଖିଆଲି ନୀତି ପାଇଁ ଏଭଳି ଅଘଟଣ ହୋଇଛି ବୋଲି ମୃତ ଚେତନଙ୍କ ପରିବାର ଲୋକ କହିଛନ୍ତି। ଗତ ୨୦ ତାରିଖରୁ ପୁଅ ହଷ୍ଟେଲ ଛାଡିଥିଲେ ମଧ୍ୟ ପରିବାର ଲୋକଙ୍କୁ ଏ ବିଷୟରେ କୌଣସି ସୂଚନା ଦିଆଯାଇ ନଥିଲା । ଯୁବପୀଢି ଏଭଳି ଖେଳରୁ ନିବୃତ୍ତ ରୁହନ୍ତୁ ବୋଲି ପରିବାର ଲୋକ ନିବେଦନ କରିଛନ୍ତି।