www.samajalive.in
Saturday, December 13, 2025
18.1 C
Bhubaneswar

ଅଗଷ୍ଟ ୧୬ ‘ଖେଲା ହବେ’ ଦିବସ

କଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅଗଷ୍ଟ ୧୬କୁ ‘ଖେଲା ହବେ’ ଦିବସ ଭାବେ ପାଳନ ପାଇଁ ଘୋଷଣା କରିଛନ୍ତି। ଏହି ଦିବସରେ ରାଜ୍ୟରୁ ଖେଳର ବିକାଶ ପାଇଁ କାର୍ଯ୍ୟକ୍ରମ ଘୋଷଣା କରାଯିବ। ଏତଦ୍‌ ବ୍ୟତୀତ ୧୯୮୦ର ଏହି ଦିନରେ ପ୍ରସିଦ୍ଧ ଇଡେନ୍‌ ଗାର୍ଡନ ପଡ଼ିଆରେ ଇଷ୍ଟ ବେଙ୍ଗଲ ଓ ମୋହନ ବାଗାନ ଦଳ ମଧ୍ୟରେ ଖେଳ ଚାଲିଥିବାବେଳେ ଦଳାଚକଟାରେ ମୃତକଙ୍କ ସମ୍ମାନାର୍ଥେ ଏହି ଦିବସ ପାଳନ କରାଯିବ ବୋଲି ମମତା କହିଛନ୍ତି। ଏହି ଦିନ ଫୁଟବଲ୍‌କୁ ପ୍ରୋତ୍ସାହନ ପାଇଁ ପଦକ୍ଷେପ ହାତକୁ ନିଆଯିବ ଏବଂ ପ୍ରସିଦ୍ଧ ଫୁଟ୍‌ବଲ୍ କ୍ରୀଡ଼ାବିତ୍‌ଙ୍କୁ ସମ୍ମାନିତ କରାଯିବ।

ବିଜେପି ପକ୍ଷରୁ ମମତାଙ୍କ ନିଷ୍ପତ୍ତିକୁ ତୀବ୍ର ସମାଲୋଚନା କରାଯାଇଛି। ୧୯୪୬ ଅଗଷ୍ଟ ୧୬ରେ ସାମ୍ପ୍ରଦାୟିକ ଦଙ୍ଗା ଘଟି ଶତାଧିକଙ୍କ ପ୍ରାଣହାନି ଘଟିଥିବାବେଳେ ଏହି ଦିନକୁ ଉତ୍ସବ ଭାବେ ପାଳିବା ନିନ୍ଦନୀୟ ବୋଲି କହିଛନ୍ତି ବିଧାୟକ ଶୁଭେନ୍ଦୁ ଅଧିକାରୀ। ‘ଡାଇରେକ୍ଟ ଆକ୍ସନ୍‌ ଡେ’ ଭାବେ ପାଳିତ ହେଉଥିବା ଏହି ଦିବସକୁ ମମତା ପରିବର୍ତ୍ତନ କରୁଥିବାରୁ ଏହାକୁ ସେ ନିନ୍ଦା କରିଛନ୍ତି। ମମତାଙ୍କ ପଦକ୍ଷେପକୁ ବନ୍ଦ କିମ୍ବା ଦିନ ପରିବର୍ତ୍ତନ କରିବା ଉଦ୍ଦେଶ୍ୟରେ ବିଜେପିର ଏକ ପ୍ରତିନିଧି ଦଳ ରାଜ୍ୟପାଳ ଜଗଦୀପ ଧନକରଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରିଛନ୍ତି। ସୂଚନାଯୋଗ୍ୟ ଯେ ନିକଟରେ ଶେଷ ହୋଇଥିବା ବିଧାନସଭା ନିର୍ବାଚନରେ ମମତାଙ୍କ ‘ଖେଳା ହବେ’ ସ୍ଲୋଗାନ୍‌ ଜାତୀୟସ୍ତରରେ ଲୋକପ୍ରିୟତା ଅର୍ଜନ କରିଥିଲା।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories