www.samajalive.in
Friday, December 12, 2025
17.1 C
Bhubaneswar

ଟିକା ମିଶ୍ରଣ ଭୁଲ୍ – ସିରମ୍ ମୁଖ୍ୟ ପୁନୱାଲା

ନୂଆଦିଲ୍ଲୀ: ଦୁଇ ପ୍ରକାରର କରୋନା ଟିକା କୋଭାକ୍ସିନ ଓ କୋଭିସିଲ୍ଡର ମିଶ୍ରଣ ପ୍ରସ୍ତାବକୁ ଭାରତ ସରକାର ଅନୁମୋଦନ ପୂର୍ବକ ଏହାର ପରୀକ୍ଷା ଲାଗି ଅନୁମତି ଦେଇଛନ୍ତି। ଦୁଇଦିନ ତଳେ ଭାରତ ଔଷଧ ମହାନିୟନ୍ତ୍ରକ (ଡିଜିଜିଆଇ) ଟିକା ମିଶ୍ରଣ ଉପରେ ପରୀକ୍ଷା ନିମନ୍ତେ ଅନୁମତି ଦେଇଛନ୍ତି। ଭେଲୋରସ୍ଥିତ ଭେଷଜ ମହାବିଦ୍ୟାଳୟରେ ୩୦୦ ସ୍ବାସ୍ଥ୍ୟ କର୍ମଚାରୀଙ୍କୁ ନେଇ ପରୀକ୍ଷା କରାଯିବ। ତେବେ କୋଭାକ୍ସିନ ଓ କୋଭିସିଲ୍ଡ ଟିକାର ଏପରି ମିଶ୍ରଣକୁ ସିରମ୍ ଇନଷ୍ଟିଚ୍ୟୁଟ୍ ଅଫ ଇଣ୍ଡିଆର ଅଧ୍ୟକ୍ଷ ସାଇରସ୍ ପୁନୱାଲା ବିରୋଧ କରିଛନ୍ତି। ସେ କହିଛନ୍ତି ଯେ ଟିକା ମିଶ୍ରଣରେ ଯଦି କିଛି ଭୁଲ ହୁଏ ତେବେ ଟିକା ପ୍ରସ୍ତୁତକାରୀ କମ୍ପାନୀଙ୍କ ମଧ୍ୟରେ ପରସ୍ପରକୁ ଦୋଷାରୋପ କରିବାର ସୁବିଧା ମିଳିବ। ତେଣୁ ଟିକା ମିଶ୍ରଣ କରିବାର କିଛି ଆବଶ୍ୟତା ନାହିଁ। ଏହା ଭୁଲ୍ ନିଷ୍ପତ୍ତି। ପୁନୱାଲା ଆହୁରି କହିଛନ୍ତି ଯେ ୨୦୨୧ ଶେଷ ସୁଦ୍ଧା ଭାରତ ସମସ୍ତ ନାଗରିକଙ୍କୁ ଟିକା ଦିଆଯିବା ନେଇ ସରକାରଙ୍କ ପକ୍ଷରୁ ହେଉଥିବା ଦାବିକୁ ଅବାସ୍ତବ। ସେ କହିଛନ୍ତି ଯେ ରାଜନେତାମାନେ ସାଧାରଣତଃ ବଡ ପ୍ରତିଶ୍ରୁତି ଦେଇଥାନ୍ତି ଯାହା ବାସ୍ତବତା ଠାରୁ ବହୁତ ଦୂର। ତେବେ ଟିକା ପ୍ରସ୍ତୁତିକୁ ଅନୁମତି ଦେବାରେ ନରେନ୍ଦ୍ର ମୋଦୀ ସରକାରଙ୍କ ପଦକ୍ଷେପକୁ ପୁନୱାଲ ପ୍ରଶଂସା କରିଛନ୍ତି।

Hot this week

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା- ୩ ମୃତ ୨ ଗୁରୁତର

ପାଟଣା - ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା...

Related Articles

Popular Categories