www.samajalive.in
Saturday, December 13, 2025
18.1 C
Bhubaneswar

ଆୟଶା ମଲିକ ପାକିସ୍ତାନ ସର୍ବୋଚ୍ଚ ନ୍ୟାୟାଳୟର ପ୍ରଥମ ମହିଳା ବିଚାରପତି

ଇସ୍‌ଲାମାବାଦ: ପାକିସ୍ତାନ ସର୍ବୋଚ୍ଚ ନ୍ୟାୟାଳୟର ପ୍ରଥମ ମହିଳା ବିଚାରପତି ହେବାକୁ ଯାଉଛନ୍ତି ଆୟଶା ମଲିକ। ପ୍ରଧାନ ବିଚାରପତି ଗୁଲଜାର ଅହମଦ ଆୟେଶାଙ୍କୁ ଏହି ପଦ ପାଇଁ ମନୋନୀତ କରିଛନ୍ତି। ଆସନ୍ତା ସେପ୍ଟେମ୍ବର ୯ରେ ପାକିସ୍ତାନର ନ୍ୟାୟିକ ଆୟୋଗ ତାଙ୍କ ପଦୋନ୍ନତି ଓ ନିଯୁକ୍ତିକୁ ମୋହର ଦେବା ପରେ ସେ ଦାୟିତ୍ବ ଗ୍ରହଣ କରିବେ। ଆୟଶା ମଲିକ ସମ୍ପ୍ରତି ଲାହୋର ଉଚ୍ଚ ନ୍ୟାୟାଳୟର ୪୦ ବିଚାରପତିଙ୍କ ମଧ୍ୟରେ ଏକମାତ୍ର ମହିଳା ଅଛନ୍ତି। ସେ ୧୯୯୭ରେ କରାଚୀ ଅଦାଲତରୁ ନ୍ୟାୟିକବୃତ୍ତିରେ ଯୋଗ ଦେଇଥିଲେ। ୨୦୧୨ରେ ଲାହୋର ଉଚ୍ଚ ନ୍ୟାୟାଳୟରେ ଯୋଗ ଦେଇଥିଲେ।

ଆୟଶା ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ ଓ ତାଙ୍କ ପରିବାରକୁ ଚିନି କଳ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ କରିବା ସହ ଦଣ୍ଡାଦେଶ ଦେଇଥିଲେ। ଆୟଶା ମଲିକଙ୍କ ନିଯୁକ୍ତିକୁ ନେଇ ଦେଶରେ ଭିନ୍ନ ଭିନ୍ନ ମତ ପ୍ରକାଶ ପାଉଛି। ନାରୀବାଦୀ ଓ ସାମାଜିକ କର୍ମୀମାନେ ତାଙ୍କ ପଦୋନ୍ନତିକୁ ସ୍ବାଗତ କରିଥିବାବେଳେ ନ୍ୟାୟିକ ବ୍ୟବସ୍ଥାରେ ମହିଳାମାନଙ୍କୁ ସମୁଚିତ ସୁଯୋଗ ମିଳିବା ଉଚିତ ବୋଲି ମତ ଦେଇଛନ୍ତି। ଅପରପକ୍ଷରେ ରକ୍ଷଣଶୀଳ ବ୍ୟକ୍ତି ଓ ସଂଗଠନଗୁଡ଼ିକ ଏହି ନିଯୁକ୍ତିକୁ ବିରୋଧ କରିଛନ୍ତି। ପାକିସ୍ତାନର ବିଚାରପତିମାନଙ୍କ ମଧ୍ୟରୁ ମାତ୍ର ୧୫ ପ୍ରତିଶତ ହେଉଛନ୍ତି ମହିଳା।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories