www.samajalive.in
Friday, December 12, 2025
14.1 C
Bhubaneswar

ଆଜି +୨ କଳା ଓ ଧନ୍ଦାମୂଳକ ଫଳ

ଭୁବନେଶ୍ବର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚଏସ୍‌ଇ) ପରିଚାଳିତ ଯୁକ୍ତଦୁଇ (+୨) କଳା ଓ ଧନ୍ଦାମୂଳକ ଶିକ୍ଷା ଫଳ ଆଜି ପ୍ରକାଶ ପାଇବ। ଛାତ୍ରଛାତ୍ରୀ ୱେବସାଇଟ୍‌ (www.orissaresults.nic.in)କୁ ଲଗ୍‌ଇନ୍ କରି ଫଳ ଦେଖିପାରିବେ। ଏନେଇ ସିଏଚଏସ୍‌ଇ ପକ୍ଷରୁ ସୂଚନା ଦିଆଯାଇଛି।

କଳା ବିଭାଗରେ ୨.୨୧ ଲକ୍ଷ ଏବଂ ଧନ୍ଦାମୂଳକ ଶିକ୍ଷା ବିଭାଗରେ ୬୨୦୦ ଛାତ୍ରଛାତ୍ରୀଙ୍କ ଫଳ ପ୍ରକାଶ ପାଇବ। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ, ବିଭାଗୀୟ ସଚିବ ସତ୍ୟବ୍ରତ ସାହୁ, ସିଏଚଏସ୍‌ଇ ଅଧ୍ୟକ୍ଷ ଗଙ୍ଗାଧର ସାହୁ, ପରୀକ୍ଷା ନିୟନ୍ତ୍ରକ ବିଜୟ କୁମାର ସାହୁ, ଉଚ୍ଚ ମାଧ୍ୟମିକ ନିର୍ଦେଶକ ବିକାଶଚନ୍ଦ୍ର ମହାପାତ୍ର ଏବଂ ସିଏଚଏସ୍‌ଇ ଉପାଧ୍ୟକ୍ଷ ତୁଷାରକାନ୍ତି ତ୍ରିପାଠୀ ଉପସ୍ଥିତ ହୋଇ ଫଳ ପୁସ୍ତିକାକୁ ଉନ୍ମୋଚନ କରିବେ। ସୂଚନାନୁଯାୟୀ, ଜୁଲାଇ ୩୧ ସୁଦ୍ଧା ଫଳ ପ୍ରକାଶ କରିବାକୁ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶ ରହିଥିଲା। ଏହା ପୂର୍ବରୁ ଯୁକ୍ତ ୨ ବିଜ୍ଞାନ ଓ ବାଣିଜ୍ୟ ଫଳ ପ୍ରକାଶ କରିଥିଲା ପରିଷଦ। କିନ୍ତୁ କଳା ଓ ଧନ୍ଦାମୂଳକ ଶିକ୍ଷା ଫଳ ପ୍ରକାଶ କରିବାରେ ବିଳମ୍ବ ହେବା ନେଇ ଅଧିକ ସମୟ ଦେବାକୁ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିକଟରେ ପରିଷଦ ପକ୍ଷରୁ ସମୟ ମଗା ଯାଇଥିଲା। ଅଗଷ୍ଟ ୧୫ ସୁଦ୍ଧା ଫଳ ପ୍ରକାଶ କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ ଅନୁମତି ଦେଇଥିଲେ। କରୋନା ଯୋଗୁଁ ଚଳିତ ବର୍ଷ ପରୀକ୍ଷା ହୋଇନାହିଁ। ବିକଳ୍ପ ପଦ୍ଧତିରେ ଛାତ୍ରଛାତ୍ରୀଙ୍କୁ ଅଙ୍କ(ମାର୍କ) ଦିଆଯାଇ ଫଳ ପ୍ରକାଶ କରାଯାଉଛି।

Hot this week

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

Related Articles

Popular Categories