www.samajalive.in
Tuesday, December 9, 2025
26.1 C
Bhubaneswar

କାବୁଲ ଟଳମଳ, ଇସ୍ତଫା ଦେବେ ଘନି

କାବୁଲ: ତାଲିବାନ ତୀବ୍ର ବେଗରେ ଆଫଗାନିସ୍ତାନର ଗୋଟିଏ ପରେ ଗୋଟିଏ ପ୍ରଦେଶ ଦଖଲ କରିଚାଲିଛି। ଶୁକ୍ରବାର ସୁଦ୍ଧା ଏହା ମୋଟ ୩୪ଟି ମଧ୍ୟରୁ ୧୮ଟି ପ୍ରଦେଶ ଦଖଲ କରିବା ସହ ରାଜଧାନୀ କାବୁଲର ନିକଟତର ହୋଇଛି। ଗୁରୁବାର ଏହା ପ୍ରାୟ ୧୫୦କିଲୋମିଟର ଦୂରରେ ଥିବାବେଳେ ଦିନକ ପରେ ଏହି ବ୍ୟବଧାନ ୮୦ କିଲୋମିଟରକୁ ହ୍ରାସ ପାଇଛି। ଏହି ୨୪ଘଣ୍ଟା ମଧ୍ୟରେ କାନ୍ଦାହାର, ହେରାତ୍‌, ଲସ୍କର ଗାହ୍‌ ଓ ଲୋଗାର ଭଳି ପ୍ରମୁଖ ପ୍ରଦେଶ ଦଖଲ କରିଛି। ଦେଶର ତୃତୀୟ ବୃହତ୍ତମ ସହର ହେରାତ୍‌​‌େ​‌ର ଥିବା ଆନ୍ତର୍ଜାତିକ ବିମାନବନ୍ଦରକୁ କବ୍‌ଜା କରିବା ପରେ ରାଜ୍ୟପାଳ, ପୁଲିସ ମୁଖ୍ୟ ପ୍ରମୁଖଙ୍କୁ ତାଲିବାନ ବନ୍ଦୀ କରିଛି। ସେନା ଆତ୍ମସମର୍ପଣ କରିଛି। ଏହି ପ୍ରଦେଶ ଦଖଲ ସହିତ ତାଲିବାନ କାବୁଲ ବିଜୟକୁ ନିଶ୍ଚିତ କରିଛି। ଗୋହ ଓ ଫି​‌େ​‌ରାଜ କୋ ପ୍ରଦେଶରେ ଘମାଘୋଟ ଲଢ଼େଇ ଚାଲିଛି। କେବଳ ପାକିସ୍ତାନ ସୀମା ସଂଲଗ୍ନ ଦୁଇ ପ୍ରଦେଶ ମଜାର-ଇ-ସରିଫ ଓ ଜଲାଲାବାଦ ଦଖଲ ବାକି ରହିଛି। କାବୁଲର ବହୁ ଥାନା ଏବେ କର୍ମଚାରୀ ଶୂନ୍ୟ ହୋଇପଡ଼ିଛି। ଜୀବନ ବିକଳରେ ସେମାନେ ଥାନା ଚାଡ଼ି ପଳାଇଥିବା ସୂଚନା ମିଳିଛି। ଦିନେ ବା ଦୁଇ ଦିନ ମଧ୍ୟରେ ତାଲିବାନ କାବୁଲ ଦଖଲ କରିବା ଆଶଙ୍କା ପ୍ରକାଶ ପାଇଛି। ତାଲିବାନ୍‌ ଦେଶର ଉତ୍ତର, ଦକ୍ଷିଣ ଓ ପଶ୍ଚିମ​ର ପ୍ରମୁଖ ପ୍ରଦେଶଗୁଡ଼ିକୁ ଦଖଲ କରିବା ପରେ ଏବଂ ଏହାର ଗତିକୁ ଲକ୍ଷ୍ୟ କଲେ ଖୁବ୍ ଶୀଘ୍ର ଅସ୍ରଫ ଘନି ସରକାରର ପତ୍ତନ ଅବଶ୍ୟମ୍ଭାବୀ ବୋଲି ସ୍ପଷ୍ଟ ହୋଇଛି।

ଦେଶରେ ରକ୍ତପାତ ବନ୍ଦ ହେବା ଲକ୍ଷ୍ୟରେ ଅସ୍ରଫ ଘନି ସରକାର ତାଲିବାନ ସହିତ କ୍ଷମତା ଭାଗବଣ୍ଟା ନେଇ ଯେଉଁ ପ୍ରସ୍ତାବ ଦେଇଥିଲେ ତାହାକୁ ତାଲିବାନ ଅଗ୍ରାହ୍ୟ କରିଦେଇଛି। ଘନି ଇସ୍ତଫା ନ ଦେବା ଯାଏ କୌଣସି ପ୍ରସ୍ତାବ ଉପରେ ଆଲୋଚନା ସମ୍ଭବ ନୁହେଁ ବୋଲି ତାଲିବାନ ଘୋଷଣା କରିଛି। ଘନି ପ୍ରଥମେ ପଦ ଛାଡ଼ିବା ଆବଶ୍ୟକ ବୋଲି ତାଲିବାନ କହିଛି। ଏହା ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମାନ ଖାଁଙ୍କ ଭାଷା ବୋଲି କୁହାଯାଉଛି; କାରଣ ଗୁରୁବାର ଇମ୍ରାନ କହିଥିଲେ ଯେ ଘନି ପଦ ନ ଛାଡ଼ିବା ପର୍ଯ୍ୟନ୍ତ ତାଲିବାନ ସହ ଆଲୋଚନା ସମ୍ଭବ ନୁହେଁ। ଏହି ପରିପ୍ରେକ୍ଷୀରେ ଦେଶରେ ଶାନ୍ତି ରକ୍ଷା ପାଇଁ ଘନି ନିଜ ପଦରୁ ଇସ୍ତଫା ଦେବେ ବୋଲି ସୂଚନା ମିଳିଛି। ଏହା ପୂର୍ବରୁ ସେ ଖୁବ୍‌ ଶୀଘ୍ର ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉଦ୍‌ବୋଧନ ଦେବା କାର୍ଯ୍ୟକ୍ରମ ରହିଛି। ସେ ଦୃଷ୍ଟିରୁ ଦାୟିତ୍ବ ହସ୍ତାନ୍ତର ଲାଗି ଘନି ଶାନ୍ତି ବୁଝାମଣା ପାଇଁ ଗଠିତ କମିଟି ସହିତ ବିଚାରବିମର୍ଶ ଚଳାଇଛନ୍ତି।

- Advertisement -

କମିଟି ନିଷ୍ପତ୍ତି କାର୍ଯ୍ୟକାରୀ ହେଲେ ହାତଗଣତି ସରକାରୀ ପ୍ରତିନିଧି, ତାଲିବାନ, ଯୁଦ୍ଧଖୋର ନେତାଙ୍କୁ ନେଇ ଏକ ମଧ୍ୟବର୍ତ୍ତୀକାଳୀନ ସରକାର ଗଠନ ହେବ। ଆଲୋଚନା ସହିତ ସମ୍ପୃକ୍ତ ସମସ୍ତ ପକ୍ଷ ଏଥିରେ ସାମିଲ ହେବେ। ଏହାର ମୁଖ୍ୟ କିଏ ହେବେ ତାହା ସ୍ଥିର ହୋଇ ନାହିଁ; ତେବେ ମଧ୍ୟସ୍ଥତା କରୁଥିବା ଘନିଙ୍କ ପୂର୍ବତନ ସହଯୋଗୀ ଅବଦୁଲ୍ଲା ଅବଦୁଲ୍ଲା ଏହାର ନେତୃତ୍ବ ନେବା ଆଶା ରହିଛି।

ଏଭଳି ସ୍ଥିତିରେ କାତାର ରାଜଧାନୀ ଦୋହାଠାରେ ଚାଲିଥିବା ବୁଝାମଣା ବୈଠକ ସ୍ଥଗିତ ରହିଛି; ଯଦିଓ କୂଟନୀତିଜ୍ଞମାନେ ତୁହାକୁ ତୁହା ବୈଠକ ଜାରି ରଖିଛନ୍ତି। ଆସନ୍ତା ୩୧ ସୁଦ୍ଧା ଆଫଗାନିସ୍ତାନ ଛାଡ଼ିବାକୁ ଥିବାରୁ ଅବଶିଷ୍ଟ ସୈନିକ ଓ ଦୂତାବାସ ଅଧିକାରୀଙ୍କୁ ଦିନକ ମଧ୍ୟରେ ସୁରକ୍ଷିତ ଫେରାଇ ନେବା ପାଇଁ ଆମେରିକା ୩୦୦୦ ସୈନ୍ୟବଳ ପଠାଇଛି। ବ୍ରିଟେନ୍‌ ମଧ୍ୟ ୬୦୦ ସୈନ୍ୟ ମୁତୟନ କରିଛି। କାନାଡ଼ା ନିଜ ଲୋକଙ୍କୁ ଫେରାଇ ନେବା ପାଇଁ ସମସ୍ତ ବ୍ୟବସ୍ଥା କରିଛି। ତାଲିବାନ ଆତଙ୍କ ଓ ପରିସ୍ଥିତିକୁ ଦେଖି ଆଫଗାନିସ୍ତାନର ୯୦ରୁ ଅଧିକ ଗଣମାଧ୍ୟମ ପ୍ରକାଶନ ଓ ପ୍ରସାରଣ ବନ୍ଦ କରିଦେଇଛନ୍ତି। ପାକିସ୍ତାନର ଚମନସ୍ଥିତ ସୀମାରେ ଆଫଗାନିସ୍ତାନକୁ ପ୍ରବେଶ ପାଇଁ ଅପେକ୍ଷା କରିଥିବା ଶତାଧିକ ଆଫଗାନ୍‌ଙ୍କ ସହିତ ପାକିସ୍ତାନୀ ସୁରକ୍ଷାକର୍ମୀଙ୍କର ଲଢ଼େଇ ହୋଇଛି। ସେମାନେ ବଳପୂର୍ବକ ସୀମା ପାର୍‌ ହେବାକୁ ଉଦ୍ୟମ କଲାବେଳେ ପାକିସ୍ତାନୀ ସୁରକ୍ଷାକର୍ମୀ ଅଟକାଇବାରୁ ଏହି ଲଢ଼େଇ ହୋଇଥିବା ପ୍ରକାଶ। ଚମନ୍‌ର ଅପରପଟରେ ତାଲିବାନ୍‌ ଅଧିକୃତ ସ୍ପିନ୍‌ ବୋଲଡକ୍‌ ସହର ରହିଛି। ଏଠାକାର ସୀମାକୁ ତାଲିବାନ ବନ୍ଦ କରିଦେଇଛି।

Hot this week

ଶିକାରୀ ଫାଶରେ ପଡିଲା କଲରାପତରିଆ

ଅନୁଗୁଳ : ଶିକାରୀ ଫାଶରେ ପଡିଲା କଲରାପତରିଆ। ଅନୁଗୋଳ ବନଖଣ୍ଡ କରତପଟା...

ଜନ୍ମଦିନରେ ସୋନିଆ ଗାନ୍ଧୀଙ୍କୁ ଝଟକା: କୋର୍ଟରୁ ନୋଟିସ୍‌

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ବଡ...

ପୀତବାସ ପଣ୍ଡା ହତ୍ୟା ମାମଲା: ବିକ୍ରମଙ୍କ ସହ ୫ଜଣଙ୍କ ଜାମିନ୍‌ ରାୟ ସଂରକ୍ଷିତ

ସମାଜ ଡିଜିଟାଲ ଡେସ୍କ: ପୀତପଣ୍ଡା ହତ୍ୟା ମାମଲାରେ ପୂର୍ବତନ ବିଧାୟକ ବିକ୍ରମ...

ବିଜେପି ମୋର୍ଚ୍ଚା ସଭାପତି : ଅଭିଳାଷ , ଐଶ୍ଵର୍ଯ୍ୟା ରିପିଟ୍‌

ଭୁବନେଶ୍ଵର : ମୋର୍ଚ୍ଚା ସଭାପତି ଓ ଜିଲ୍ଲା ପ୍ରଭାରୀ ଘୋଷଣା କଲେ...

ଚୁଟ୍‌କିରେ ଦୂର ହେବ କେଶ ଝଡିବା ସମସ୍ୟା : ବ୍ୟବହାର କରନ୍ତୁ ଏହି ମାସ୍କ

ନୂଆଦିଲ୍ଲୀ : ଆଜିକାଲି ସମୟରେ କେଶ ଝଡିବା ସମସ୍ତଙ୍କ ପାଇଁ ଏକ...

Related Articles

Popular Categories