www.samajalive.in
Friday, December 12, 2025
14.1 C
Bhubaneswar

ଦୁଇବର୍ଷ ହେଲା ପଡ଼ି ରହିଛି ମାଲେସିଆ ଜାହାଜ ପରିବହନ ଡବା

ପୁରୀ: ଦୁଇ ବର୍ଷ ହେଲା ଅଧାଭଙ୍ଗା ଅବସ୍ଥାରେ ପଡ଼ି ରହିଛି ମାଲେସିଆ ଜାହାଜର ପରିବହନ ଡବା ବା କଣ୍ଟେନର। କୃଷ୍ଣପ୍ରସାଦ ବ୍ଲକ ଅଧୀନ ଖିରିସାହି ରାଜହଂସ ନିକଟ ସମୁଦ୍ରକୂଳରେ ପଡ଼ିରହିଥିବା ଏହି କଣ୍ଟେନରକୁ ସ୍ଥାନାନ୍ତର କରାଯାଉ ନ ଥିବାରୁ ଏହା ଅଞ୍ଚଳବାସୀଙ୍କ ପ୍ରତି ବିପଦ ସୃଷ୍ଟି କରିଛି। ବଡ ଢେଉ ମାଡରେ କଣ୍ଟେନର ଭାଙ୍ଗିି ତଳେ ପଡ଼ିଲାଣି। ଢ଼େଉ ପାଇଁ କଣ୍ଟେନର ପ୍ରତିବନ୍ଧକ ସାଜୁଥିବାରୁ ସମୁଦ୍ର ଓ ଚିଲିକା ମଧ୍ୟରେ ଥିବା ବାଲି ବନ୍ଧ ଖାଇ ନୂଆମୁହାଣ ଖୋଲିବା ସମ୍ଭାବନା ସୃଷ୍ଟି ହେଲାଣି। ନୂଆ ମୁହାଁଣ ଖୋଲିଲେ ମହିଁଷା ଓ ବ୍ରହ୍ମପୁର ଗ୍ରାମ ସମୁଦ୍ରରେ ଲୀନ ହେବାର ଆଶଙ୍କା ରହିଛି। ଏଣୁ ଉଭୟ ଗ୍ରାମର ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି। ଢେଉ ମାଡରେ ସମୁଦ୍ରକୂଳ ଖାଇବାରେ ଲାଗିଛି। ଜାହାଜ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଉ ନଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଢେଉ କଣ୍ଟେନରରେ ମାଡ ହୋଇ ଗତିପଥ ବଦଳାଉଛି। ବାଲି ବନ୍ଧ ଧସୁଛି।

ଦେଢବର୍ଷ ପୂର୍ବେ ଜାହାଜ କମ୍ପାନୀର କିଛି କର୍ମଚାରୀ କଣ୍ଟେନର ନିକଟକୁ ଆସିଥିଲେ। ଜଣେ ଠିକାଦାରଙ୍କୁ କଣ୍ଟେନରଟିକୁ କାଟି ନେବାକୁ ଜାହାଜ କର୍ତ୍ତୃପକ୍ଷ ଦାୟିତ୍ୱ ଦେଇଥିଲେ। ଠିକାଦାର ଆଣିଥିବା କର୍ମଚାରୀ କିଛିଦିନ କାମ କରିବା ପରେ ଚାଲି ଯାଇଥିଲେ। ସେହିପରି ୨୦୧୯ ସେପ୍ଟେମ୍ବର ୧୪ରେ ଜାହାଜ କମ୍ପାନୀ ଜାହାଜଟିକୁ ମରାମତି ପାଇଁ ଅନ୍ୟତ୍ର ନେଇଯାଇଛନ୍ତି; କିନ୍ତୁ କଣ୍ଟେନରଟି ସେହିଠାରେ ଅଧାଭଙ୍ଗା ଅବସ୍ଥାରେ ସମୁଦ୍ର କୂଳରେ ପଡ଼ି ରହିଛି। ସମୁଦ୍ର ଜୁଆର ମାଡରେ କଣ୍ଟେନର ଚାରିପାଖେ ରହିଥିବା ବାଡଗୁଡିକ ଭାଙ୍ଗିଗଲାଣି। ଜାହାଜ କର୍ତ୍ତୃପକ୍ଷ ତୁରନ୍ତ କଣ୍ଟେନରକୁ କାଟି ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ସ୍ଥାନୀୟ ମତ୍ସ୍ୟଜୀବୀ ସଂଘ ଦାବି କରିଛି। ୨୦୧୯ ଅଗଷ୍ଠ ୭ ରାତିରେ କୃଷ୍ଣପ୍ରସାଦ ବ୍ଲକ ଅଧୀନ ଖିରିସାହି ଗ୍ରାମ ରାଜହଂସ ନିକଟ ସମୁଦ୍ର କୂଳରେ ମାଲବାହୀ ଜାହାଜଟି ଲାଗି ଯାଇଥିଲା। ବାଂଲାଦେଶରୁ ଜାହାଜ ଫେରୁଥିବା ବେଳେ ସମୁଦ୍ର ଭିତରେ ବର୍ଷା ଓ ପବନ ହେବାରୁ ଯାନ୍ତ୍ରିକ ତ୍ରୁଟି ଯୋଗୁ ଜାହାଜଟି ସମୁଦ୍ର କୂଳକୁ ଚାଲିଆସିଥିଲା।

Hot this week

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

Related Articles

Popular Categories