www.samajalive.in
Saturday, December 13, 2025
23.1 C
Bhubaneswar

ଅତାବିରାରେ ବିଜୁ ପଟ୍ଟନାୟକ ଇନ୍ ଡୋର ଷ୍ଟାଡିୟମ, ୬.୫୦ କୋଟି ଟଙ୍କା ମଞ୍ଜୁର

ରେଙ୍ଗାଲିକେମ୍ପ: ରାଜ୍ୟ ସରକାରଙ୍କ ଘୋଷଣା ଅନୁଯାୟୀ ଅତାବିରାରେ ବିଜୁ ପଟ୍ଟନାୟକ ଇନ୍ ଡୋର ଷ୍ଟାଡିୟମ୍ ନିର୍ମାଣ ପାଇଁ ସାଢ଼େ ଛଅ କୋଟି ଟଙ୍କା ମଞ୍ଜୁର ହୋଇଛି।ଏହି ଷ୍ଟାଡିୟମ୍ ଟି ଅତାବିରା ଦୂର୍ଗାମନ୍ଦିର ନିକଟରେ ରହିଥିବା ଏକ ଏକର ଜମିରେ ନିର୍ମାଣ କରିବା ପାଇଁ ସ୍ଥିର ହୋଇଛି। ତେଣୁ ଆଜି ଅତାବିରା ବ୍ଲକ ସ୍ଥିତ ସଭାଗୃହରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଧାୟିକା ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ ଏହାକୁ ଘୋଷଣା କରିଥିଲେ। ଏହି ଷ୍ଟାଡିୟମରେ ଜନସାଧାରଣଙ୍କ ବହୁବିଧ କାର୍ଯ୍ୟ ହେବା ସହ ଆବଶ୍ୟକ ସ୍ଥଳେ ପଚାଶ ଶଯ୍ୟା ପର୍ଯ୍ୟନ୍ତ ରୋଗୀଙ୍କୁ ରଖି ଚିକିତ୍ସା ବ୍ୟବସ୍ଥା କରାଯାଇ ପାରିବ। ଏତଦ୍ ବ୍ୟତୀତ ବନ୍ୟା ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଏଠାରେ ଲୋକଙ୍କୁ ସୁରକ୍ଷିତ ଭାବରେ ରଖାଯାଇ ପାରିବ।

ପରିସ୍ଥିତି ପଡ଼ିଲେ ଛାତ୍ରଛାତ୍ରୀ ମାନଙ୍କ ପାଇଁ ବିଭିନ୍ନ ପ୍ରକାର ପରୀକ୍ଷା କେନ୍ଦ୍ର ରୂପେ ମଧ୍ୟ ଏହାକୁ ବ୍ୟବହାର କରାଯାଇ ପାରିବ। ଏ ଅଞ୍ଚଳ ତଥା ପଶ୍ଚିମ ଓଡ଼ିଶାରେ ଖେଳାଳିଙ୍କ ପ୍ରଶିକ୍ଷଣ ପାଇଁ ଉପଯୁକ୍ତ ସ୍ଥାନର ଅଭାବ ରହିଛି ଯାହା ଫଳରେ ଖେଳାଳୀମାନଙ୍କ ଇଚ୍ଛା ଥିବା ସତ୍ୱେ ମଧ୍ୟ ସେମାନେ ଆଗକୁ ବଢ଼ିପାରୁ ନାହାନ୍ତି ବୋଲି ଅଲମ୍ପିକ୍ସରେ ଯୋଗଦେଇଥିବା ଏ ଅଞ୍ଚଳର ଖେଳାଳି ପ୍ରମୋଦ ଭଗତ ପ୍ରକାଶ କରିଥିଲେ।

Hot this week

କଲକାତାରେ ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଡାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

ଫୁଟବଲର କିଙ୍ଗ୍‌ ଲିଓନେଲ୍‌ ମେସିଙ୍କୁ ଭେଟିଲେ ଶାହାରୁଖ

ସମାଜ ଡିଜିଟାଲ ଡେସ୍କ: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ ଷ୍ଟାର ଲିଓନେଲ୍‌ ମେସି...

Related Articles

Popular Categories