www.samajalive.in
Sunday, December 7, 2025
14.1 C
Bhubaneswar

ରାଜସ୍ଥାନରେ ଏହି ଶିବ ମନ୍ଦିରରେ ପ୍ରତ୍ୟେକ ଦିନ ତିଆରି ହୁଏ ୭ ହଜାର ଶିବଲିଙ୍ଗ

ରାଜସ୍ଥାନ : ରାଜସ୍ଥାନର ପାଲୀରେ ଶ୍ରାବଣ ମାସରେ ଭକ୍ତମାନେ ବିଭିନ୍ନ ଶୈଳୀରେ ପ୍ରଭୁ ଶଙ୍କରଙ୍କ ପୂଜାର୍ଚ୍ଚନା କରିଥାଆନ୍ତି । ଭଗବାନ ଶିବଙ୍କର ପୂଜା ପାଇଁ ଧାର୍ମିକ ମାନ୍ୟତା ଅନୁଯାୟୀ ବିିଭିନ୍ନ ନିୟମ ପାଳନ କରିଥାଆନ୍ତି । ରାଜସ୍ଥାନର ପ୍ରସିଦ୍ଧ ପର୍ଶୁରାମ ମହାଦେବଙ୍କ ନିକଟରେ ଭଗବାନ ଶିବଙ୍କର କୃପା ପାଇବା ପାଇଁ ଶ୍ରଦ୍ଧାଳୁ ପୂଜା କରିଥାଆନ୍ତି । ଶ୍ରଦ୍ଧାଳୁମାନଙ୍କ ପାଇଁ ପ୍ରତ୍ୟେକ ଦିନ ୭ ହଜାର ମାଟିର ଶିବଲିଙ୍ଗ ତିଆରି କରାଯାଇଥାଏ ।
ଭଗବାନ ଶିବଙ୍କ କୃପା ପାଇବା ସହ ନିଜ ମନସ୍କାମନା ପୂରଣ ପାଇଁ ଭକ୍ତ ନିୟମିତ ପୂଜାରୀଙ୍କ ତତ୍ତ୍ୱାବଧାନରେ ପୂଜା କରିବା ପରେ ଶିବଲିଙ୍ଗକୁ ପର୍ଶୁରାମ ମହାଦେବ କୁଣ୍ଡରେ ବିସର୍ଜନ କରିଥାଆନ୍ତି । ଶ୍ରାବଣ ମାସରେ ଭଗବାନ ଶିବଙ୍କର ପୂଜାର ବିଶେଷ ମହତ୍ତ୍ୱ ପୁରାଣରେ ମଧ୍ୟ ବର୍ଣ୍ଣନା କରାଯାଇଛି ।
ଧାର୍ମିକ ମାନ୍ୟତା ଅନୁସାରେ ଶିବଶଙ୍କରଙ୍କ ମାଟିରେ ନିର୍ମିତ ଶିବଲିଙ୍ଗ ପୂଜାର୍ଚ୍ଚନା କରିବାର ବିଶେଷ ମହତ୍ତ୍ୱ ରହିଛି । ଶିବ ପୁରାଣରେ ମଧ୍ୟ ଏହାର ଉଲ୍ଲେଖ ରହିଛି ।
ଏହି ଶିବଲିଙ୍ଗ ତିଆରି କରିବା ପାଇଁ ପୋଖରୀ କିମ୍ବା ନଦୀରୁ ମାଟି ଅଣାଯାଇଥାଏ । ଯେଉଁଥିରେ ଗୁଡ,ଲହୁଣୀ, ଖିୀର ମିଶାଇ ୩ ଇଞ୍ଚ ଶିବଲିଙ୍ଗ ତିଆରି କରାଯାଏ । ଏହାପରେ ଫୁଲ, ଚନ୍ଦନ ଦ୍ୱାରା ସଜାଯାଇଥାଏ । ଶିବଲିଙ୍ଗ ତିଆରି ସମୟରେ ଶିବମନ୍ତ୍ର ଜପ କରାଯାଇଥାଏ । ପୂର୍ବ କିମ୍ବା ଉତ୍ତର ଦିଗକୁ ମୁହଁ କରି ଶିବଲିଙ୍ଗଙ୍କ ତିଆରି କରାଯାଏ । ମାଟି ଶିବଲିଙ୍ଗ ତିଆରିରେ ମାଟି, ଲହୁଣୀ ଓ ଗୁଡର ବ୍ୟବହାର ହୋଇଥାଏ ।
ଶିବପୁରାଣରେ ବର୍ଣ୍ଣନା କରାଯାଇଛି, ମାଟିରେ ତିଆରି ଶିବଲିଙ୍ଗ ପୂଜା କରିବା ଦ୍ୱାରା ସବୁ ଦୁଃଖ ଦୂର ହୋଇ ସମସ୍ତ ମନସ୍କାମନା ପୂରଣ ହୋଇଥାଏ । ମାଟି ଶିବଲିଙ୍ଗ ନିକଟରେ ଶିବ ମନ୍ତ୍ରର ଜପ ମଧ୍ୟ କରାଯାଏ । ରୋଗରେ ପୀଡିତ ଲୋକେ ମଧ୍ୟ ମନ୍ତ୍ର ଜପ କରିପାରିବେ ।

Hot this week

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

Related Articles

Popular Categories