ଓଡ଼ିଆ ଯୁବ କ୍ରୀଡାବିତ ଜିଭା ଓ ଏକ୍କାଙ୍କର ଜୁନିୟର ଫେଡେରେସନ କପ୍ ରେ ଚମତ୍କାର ପ୍ରଦର୍ଶନ

ଭୁବନେଶ୍ୱର: ପଞ୍ଜାବର ସଙ୍ଗରୁର୍ ଠାରେ ନିକଟରେ ଅନୁଷ୍ଠିତ ଜୁନିୟର ଫେଡେରେସନ କପରେ ବେଶ ପ୍ରଭାବଶାଳୀ ପ୍ରଦର୍ଶନ କରିଛନ୍ତି ଓଡ଼ିଶାର ଯୁବ କ୍ରୀଡାବିତ ଗ୍ରେସିସନ ଜିଭା ଏବଂ ଆର୍ୟାନ ଏକ୍କା। ଏହି ପ୍ରତିଯୋଗିତା ପରେ ୧୧୦ ମିଟର ହର୍ଡଲ୍ସ ଧାବକ ଗ୍ରେସିସନ ଜିଭା ଚଳିତ ମାସ ଶେଷଆଡକୁ କେନିୟାରେ ଆୟୋଜିତ ହେବାକୁ ଯାଉଥିବା ବିଶ୍ୱ ଆଥଲେଟିକ୍ସ (୨୦ ବର୍ଷରୁ କମ୍) ପାଇଁ ଭାରତୀୟ ଦଳରେ ସ୍ଥାନ ପାଇବାକୁ ଦାବିଦାର ହୋଇଛନ୍ତି। ଜିଭା ଭୁବନେଶ୍ୱରସ୍ଥିତ ରିଲାଏନ୍ସ ଫାଉଣ୍ଡେସନ ଓଡ଼ିଶା ଆଥଲେଟିକ୍ସ ହାଇ ପରଫରମାନ୍ସ ସେଂଟର (ଏଚପିସି)ରେ ତାଲିମ ନେଉଛନ୍ତି।
୧୮ ବର୍ଷ ବୟସ୍କ ଜିଭା ଜୁନିୟର ଫେଡେରେସନ କପ୍ ରେ ୧୪.୧୪ ସେକେଣ୍ଡରେ ଦୂରତା ଅତିକ୍ରମ କରି ତାଙ୍କର ବ୍ୟକ୍ତିଗତ ସର୍ବୋତମ ଶ୍ରେଷ୍ଠ ସମୟ ରେକର୍ଡ ହାସଲ କରିଥିଲେ। ମହାରାଷ୍ଟ୍ରର ତେଜସ ଅଶୋକ ଏଥିରେ ପ୍ରଥମ ହୋଇଥିଲେ। ପୂର୍ବରୁ ଜିଭା ସେମିଫାଇନାଲରେ ତାଙ୍କ ପ୍ରତିପକ୍ଷଙ୍କ ବିପକ୍ଷରେ ଆଉ ଏକ ବ୍ୟକ୍ତିଗତ ଶ୍ରେଷ୍ଠ ସମୟ ୧୪.୧୭ ସେକେଣ୍ଡର ରେକର୍ଡ ହାଲ କରିଥିଲେ। ଜିଭାଙ୍କ ପ୍ରଭାବଶାଳୀ ପ୍ରଗତିକୁ ନେଇ ରିଲାଏନ୍ସ ଫାଉଣ୍ଡେସନ ଓଡ଼ିଶା ଆଥଲେଟିକ୍ସ ଏଚସିପିର ମୁଖ୍ୟ ପ୍ରଶିକ୍ଷକ ଜେମ୍ସ ହିଲିୟର ଅତ୍ୟନ୍ତ ଖୁସି ବ୍ୟକ୍ତ କରିଛନ୍ତି।
୧୭ ବର୍ଷ ବୟସ୍କ ଆର୍ୟାନ ଏକ୍କା ପଞ୍ଜାବର ସଙ୍ଗରୁର ଯାଇଥିବା ରିଲାଏନ୍ସ ଫାଉଣ୍ଡେସନ ଓଡ଼ିଶା ଆଥଲେଟିକ୍ସ ଏଚପିସିର ଚାରିଜଣ ଆଥଲେଟଙ୍କ ମଧ୍ୟରେ ସବୁଠାରୁ ଚମତ୍କାର ପ୍ରଦର୍ଶନ କରିଥିଲେ। ଏକ୍କା ପଦକ ହାସଲରୁ ବଂଚିତ ହୋଇଥିଲେ ମଧ୍ୟ ୨୦୦ ମିଟର ବିଭାଗରେ ସେ ପ୍ରତିଦ୍ୱନ୍ଦ୍ୱିତା କରିଥିବା ତିନିଟି ପ୍ରତିଯୋଗିତା ମଧ୍ୟରୁ ପ୍ରତ୍ୟେକରେ ସେ ନିଜର ବ୍ୟକ୍ତିଗତ ପ୍ରଦର୍ଶନରେ ଉନ୍ନତି ଆଣିବା ସହିତ ପ୍ରଥମ ରାଉଣ୍ଡ ବିଜୟରେ ୨୨.୩୯ ସେକେଣ୍ଡ, ସେମିଫାଇନାଲରେ ୨୨.୨୫ ସେକେଣ୍ଡ ସହିତ ଦ୍ୱିତୀୟ ସ୍ଥାନ ଏବଂ ଫାଇନାଲରେ ୨୨.୧୨ ସେକେଣ୍ଡରେ ଦୂରତା ଅତିକ୍ରମ କରିବା ସହିତ ଅନେକ ଅଭିଜ୍ଞ ଆଥଲେଟଙ୍କୁ ପଛରେ ପକାଇ ଷଷ୍ଠ ସ୍ଥାନ ଅଧିକାର କରିଥିଲେ। ଏକ୍କା ଆସନ୍ତା ବର୍ଷ ଜୁନିୟର ବିଭାଗ ପ୍ରତିଯୋଗିତାରେ ପ୍ରତଦ୍ୱନ୍ଦ୍ୱିତା କରିବାକୁ ତଥାପି ଯୋଗ୍ୟ ରହିଥିବାବେଳେ ହିଲିୟର ମଧ୍ୟ ତାଙ୍କର ସାମର୍ଥ୍ୟକୁ ନେଇ ଉତ୍ତମ ପ୍ରଦର୍ଶନ ନେଇ ପୂର୍ଣ୍ଣ ଆସ୍ଥାବାନ ଅଛନ୍ତି।
କୋଭିଡ-୧୯ ନିୟମାବଳୀ ଅନୁଯାୟୀ ଯାତ୍ରା ଜନିତ କଟକଣା କାରଣରୁ ପ୍ରତିଯୋଗିତା ଆୟୋଜନ ତଥାପି ସୀମିତ ରହିଥିବାବେଳେ ରିଲାଏନ୍ସ ଫାଉଣ୍ଡେସନ ଓଡ଼ିଶା ଆଥଲେଟିକ୍ସ ଏଚ୍ପିସିରେ ଆଥଲେଟମାନେ ଏକାଧିକ ପର୍ଯ୍ୟାୟ ‘ପରଫରମାନ୍ସ ଗ୍ରେଡେଡ ରେସ୍’ରେ ଅଂଶଗ୍ରହଣ କରୁଛନ୍ତି, ଯେଉଁ ନୂତନ ଚିନ୍ତାଧାରା ହିଲିଅରଙ୍କ ଦ୍ୱାରା ଗତବର୍ଷ ଠାରୁ ପ୍ରଚଳନ କରାଯାଇଛି ଏବଂ ତାହା ପରବର୍ତୀ ସମୟରେ ‘ଓପନ ଗ୍ରେଡେଡ ଷ୍ଟ୍ରକଚର’ ପ୍ରଚଳନ କରାଯାଇଛି। ସେଠାରେ ଆଥଲେଟମାନଙ୍କୁ ସେମାନଙ୍କର ବୟସ ଅଥବା ଲିଙ୍ଗ ନିର୍ବିଶେଷରେ ବ୍ୟକ୍ତିଗତ ପ୍ରଦର୍ଶନ ଆଧାରରେ ମାନ୍ୟତା (ସିଡେଡ) ପ୍ରଦାନ କରାଯାଉଛି।

kalyan agarbati

Comments are closed.