ସାରା ଭାରତରେ ମହାବିଦ୍ୟାଳୟରେ ନାମଲେଖାରେ ସହାୟତା କରୁଛି କଲେଜଦେଖୋ
ଗୁରୁଗ୍ରାମ: ଭାରତର ସର୍ବବୃହତ ଉଚ୍ଚଶିକ୍ଷା କ୍ଷେତ୍ରରେ ଉଚ୍ଚତର ପରାମର୍ଶଭିତ୍ତିକ ନାମଲେଖାଇବା ସେବା ପ୍ରଦାନକାରୀ କଲେଜଦେଖୋ ଦେଶବ୍ୟାପୀ ଛାତ୍ରଛାତ୍ରୀଙ୍କୁ ମହାବିଦ୍ୟାଳୟସ୍ତରରେ ସେମାନଙ୍କ ମନପସନ୍ଦ ସ୍ଥାନରେ ନାମ ଲେଖାଇବାରେ ସହାୟତା କରୁଛି। ଏହା ସହାୟତାରେ ୨୦,୦୦୦ ରୁ ଅଧିକ ଛାତ୍ର ସାରା ଭାରତରେ ୬୦୦ ରୁ ଅଧିକ କଲେଜରେ ନାମ ଲେଖାଇପାରିଛନ୍ତି ଓ ସଠିକ ଶିକ୍ଷା ଗ୍ରହଣ ଦିଗରେ ଆଉ ପାଦେ ଆଗକୁ ବଢ଼ିଛନ୍ତି। ଛାତ୍ର ଛାତ୍ରୀଙ୍କର ପସନ୍ଦରେ କଲେଜଦେଖୋ ଅନେକ ଉଲ୍ଲେଖନୀୟ ପରିବର୍ତନ ଆଣିପାରିଛି ଓ ଏଥିରେ ଥିବା ସ୍ୱତନ୍ତ୍ର ପ୍ରଯୁକ୍ତି ଆଧାରିତ ପରାମର୍ଶ ବ୍ୟବସ୍ଥା ମାଧ୍ୟମରେ ଛାତ୍ରଛାତ୍ରୀ ଉଚ୍ଚ ଶିକ୍ଷା ସମ୍ପର୍କିତ ସହାୟତା ପାଇ ପାରୁଛନ୍ତି। କଲେଜଦେଖୋ ମାଧ୍ୟମରେ ଏହାର ଆରମ୍ଭର ମାତ୍ର ଛଅ ବର୍ଷ ମଧ୍ୟରେ ଚାରି ନିୟୁତ ଛାତ୍ର ଛାତ୍ରୀଙ୍କୁ ଆଧୁନିକ ଡାଟା ବିଜ୍ଞାନ ଓ ପ୍ରଯୁକ୍ତି ସହାୟତାରେ ପରାମର୍ଶ ଦିଆଯାଇପାରିଛି ଯଦ୍ୱାରା ଛାତ୍ରମାନେ ସେମାନଙ୍କର କ୍ୟାରିୟର ଲକ୍ଷ୍ୟକୁ ପୂରଣ କରିପାରିଛନ୍ତି। ଏହା ସର୍ବୋତମ ମହାବିଦ୍ୟାଳୟ ବାଛିବାରେ ପିଲାମାନଙ୍କର ଦ୍ୱନ୍ଦକୁ ଦୂର କରିଥାଏ ଓ ପାଠ୍ୟକ୍ରମ ତଥା କ୍ୟାରିୟର ସମ୍ପର୍କରେ ଉତ୍ତମ ପରାମର୍ଶ ପ୍ରଦାନ କରୁଛି। କଲେଜଦେଖୋ ମଧ୍ୟ ଭାରତର ସର୍ବବୃହତ୍ କମନ୍ ଆଡମିସନ ଫର୍ମ ପ୍ରଚଳନ କରିଛି, ଯାହା ସହାୟତାରେ ଛାତ୍ରମାନେ ଗୋଟିଏ କ୍ଲିକରେ ଅନେକ ଗୁଡ଼ିଏ କଲେଜ ପାଇଁ ଆବେଦନ କରିପାରିବେ।
Comments are closed.