www.samajalive.in
Tuesday, December 9, 2025
15.1 C
Bhubaneswar

ତ୍ୱଚା ପାଇଁ ବରଦାନ ଆଳୁ ଓ ଗୋଲାପଜଳ

ଚେହେରାରେ ଚମକ ଆଣିବାକୁ ଚାହୁଁଥିଲେ, ପ୍ରଥମେ ଏକ ଆଳୁର ପେଷ୍ଟ ତିଆରି କରନ୍ତୁ । ସେଥିରେ ୩ରୁ ୪ ଚାମଚ ମୁଲତାନି ମାଟି ଓ କିଛି ବୁନ୍ଦା ଗୋଲାପ ଜଳ ମିଶାଇ ମୁହଁ ଓ ବେକରେ ଲଗାନ୍ତୁ । ଅଧଘଣ୍ଟା ପରେ ଧୋଇ ହୋଇ ପଡନ୍ତୁ । ଚେହେରାର ଚମକ ବୃଦ୍ଧି ପାଇବା ସହ କୁଞ୍ଚନ ପଡି ନଥାଏ ।

ଆଳୁ ରସ ନେଇ ସେଥିରେ ଅଳ୍ପ କିଛି କଞ୍ଚା କ୍ଷୀର ମିଶାଇ ମୁହଁ ଓ ବେକରେ ଲଗାଇ ୨୦ ମିନିଟ୍ ପରେ ଧୋଇ ଦିଅନ୍ତୁ । ସପ୍ତାହରେ ତିନି ଥର ଏପରି କରିବା ପରେ ଫରକ ଆପଣ ନିଜେ ଜାଣି ପାରିବେ ।

- Advertisement -

ଗୋଟିଏ ଆଳୁ ନେଇ ରସ ବାହାର କରି ରଖନ୍ତୁ । ପରେ ଗୋଟିଏ ଅଣ୍ଡାର ଧଳା ଅଂଶକୁ ନେଇ ଆଳୁ ରସରେ ଭଲ ଭାବରେ ଫେଣ୍ଟି ଦିଅନ୍ତୁ । ପରେ ଏହାକୁ ମୁହଁ ଓ ବେକରେ ଲଗାଇ ୨୦ ମିନିଟ୍ ପରେ ଧୋଇ ହେଇ ପଡନ୍ତୁ । ସଙ୍ଗେ ସଙ୍ଗେ ତ୍ଵଚାରେ ଫରକ ନଜର ଆସିବ ।
ଏକ ବରଫ ଟ୍ରେରେ ଆଳୁ ରସ ନେଇ ଫ୍ରିଜରେ ରଖିଦିଅନ୍ତି । ଆଳୁ ରସ ବରଫ ହୋଇଯିବା ପରେ ଏହାକୁ ମୁହଁରେ ଘସନ୍ତୁ । ଏହା ଦ୍ବାରା ତ୍ବଚାରୁ ସନ ଟ୍ୟାନ୍ ଦୂର ହେବ ।

ଆଳୁ ଓ ହଳଦୀର ଫେସପ୍ୟାକ ନିୟମିତ ଲଗାଇବା ଦ୍ବାରା ରଙ୍ଗ ସଫା ହୋଇଥାଏ । ଆଳୁକୁ ପ୍ରଥମେ କୋରି ଦିଅନ୍ତୁ ବା ଗ୍ରାଇଣ୍ଡରେ ପେଶି ଦିଅନ୍ତୁ । ସେଥିରେ ଏକ ଚିମୁଟା ହଳଦୀ ପାଉଡର ଗୋଳାଇ ଚେହେରାରେ ଲଗାନ୍ତୁ ଏବଂ ଅଧ ଘଣ୍ଟା ପରେ ଧୋଇ ହୋଇ ପଡନ୍ତୁ ।

 

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories