www.samajalive.in
Monday, December 15, 2025
14.1 C
Bhubaneswar

ଆଙ୍କୁଲି ଏଲଗଲ ଗ୍ରାମରେଜନନୀଯନ୍ତ୍ରଣା, ଦୋଳ।ରେ ବୁହା ହୋଇ ଡ଼ଙ୍ଗାରେ ଜଳଭଣ୍ଡାର ପାରହେଲେ ଗର୍ଭବତୀ।

ପାତ୍ରପୁର, ଜଙ୍ଗଲ ଘେରା ଦୁର୍ଗମ ଏଲଗଲ ଗ୍ରାମର ଜଣେ ଗର୍ଭବତୀ ଦୋଳ।ରେ ବୁହାହୋଇ ଡ଼ଙ୍ଗାରେ ଜଳଭଣ୍ଡାର ପାର ହୋଇ ପ୍ରସବ ପାଇଁ ଡାକ୍ତର ଖାନାକୁ ଯିବାକୁ ପଡିଛି। ଗ୍ରାମର ଅଭୟ ବେହେରାଙ୍କ ପତ୍ନୀ ସୁବାସିନୀ ବେହେରାଙ୍କ ଗତ ରାତ୍ର ଦୁଇ ଘଣ୍ଟା ବେଳେ ପ୍ରସବ ବେଦନା ହୋଇଥିଲା। ଏହା ଫଳରେ ତାଙ୍କ ସ୍ୱାମୀ ଏବଂ କିଛି ଉତ୍ସାହି ଯୁବକ ଦୋଳ ଯୋଗେ ଭୋର ଚାରି ଘଣ୍ଟବେଳେ ଗ୍ରାମ ଠାରୁ ଦୁଇ କିଲୋମିଟର ଜଙ୍ଗଲ ପଥ ଅତିକ୍ରମ କରି ବାଘଲଟି ଜଳରାଶି ପର୍ଯ୍ୟନ୍ତ ବୋହି ଆଣିଥିଲେ। ସେହିଠାରୁ ଡ଼ଙ୍ଗାରେ ପ୍ରାୟ ଛଅ କିଲୋମିଟର ଜଳରାଶି ପାର କରି ଆମ୍ବୁଲାନ୍ସଯୋଗେ ପାତ୍ରପୁର ନେଇଥିଲେ। ତେବେ ପାତ୍ରପୁରରେ ପହଞ୍ଚିବା ପରେ ତାଙ୍କ ଅବସ୍ଥା ଜଟିଳଥିବା ଦେଖି ବ୍ରହ୍ମପୁର ସ୍ଥାନାନ୍ତରିତ କରାଯାଇ ଥିବା ବେଳେ ଅସ୍ତ୍ରୋପଚାର ପରେ ମୃତ ସନ୍ତାନ ବାହାର କରାଯାଇଛି। ସୁବସିନୀଙ୍କ ଏହା ଦ୍ୱିତୀୟ ଗର୍ଭ ବୋଲି ଜଣାଯାଇଛି।

ଆଙ୍କୁଲି ପଞ୍ଚାୟତର ଏହି ଗ୍ରାମଟି ଜଙ୍ଗଲ ଘେରା ମଧ୍ୟରେ ରହିଛି। ଗ୍ରାମର ତିନି ପାର୍ଶ୍ୱ ଜଙ୍ଗଲ ହୋଇଥିବା ବେଳେ ଗୋଟିଏ ପାର୍ଶ୍ୱରେ ବାଘଲଟି ଜଳଭଣ୍ଡାର ରହିଛି।  ଫଳରେ ଏହି ଗ୍ରାମ ସହିତ ନିକଟରେ ଥିବା ସିରିସିଗଣ୍ଡ, ବେହେରାପୁଟୁ, ବଣୀଆ ବସା, ମାଡୁଆ ଗୁମା, ଝରିବଡ ଗ୍ରାମର ଲୋକମାନଙ୍କ ଯାତାୟତ ସମସ୍ୟା ଲାଗି ରହିଛି।  ବଜାର ସଉଦା ଠାରୁ ରାସନ ସାମଗ୍ରୀସଂଗ୍ରହ ପ୍ରଭୃତି କାର୍ଯ୍ୟପାଇଁ ଜଙ୍ଗଲ ପଥରେ ଲୋକମାନେ ୯ କିଲୋମିଟର ତାଡକ। ସାହି କିମ୍ବା ଜଳଭଣ୍ଡାର ପାର ହେବାକୁ ପଡୁଛି। ଏହି ଗ୍ରାମ ମଧ୍ୟରୁ ବଣିଆ ବସା ଗ୍ରାମକୁ ସ୍ଥାନାନ୍ତରିତ କରି ଥଇଥାନ ପାଇଁ ହୁକୁମା ନିକଟରେ କାର୍ଯ୍ୟ ଚାଲିଛି।

- Advertisement -

ଏହି ସମସ୍ତଗ୍ରାମକୁ ୨୦୦୮ସାଲରେ ୨ କୋଟି ୬୧ଲକ୍ଷ ଟଙ୍କାବ୍ୟୟରେ ଅଟକଳ ପରେ ତାଡକ। ସାହି ଠାରୁ ଅଲଗଲ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କାର୍ଯ୍ୟଆରମ୍ଭ ହୋଇ ବନ୍ଦ ରହିଛି। ଗତ ତିତଲି ବାତ୍ୟା ରେ ସମସ୍ତ ଗ୍ରାମରେ ବ୍ୟାପକକ୍ଷୟକ୍ଷତି ହୋଇ ଥିଲା। ଏପରିକି ଜଳଭଣ୍ଡାର ର ପରକରି ପ୍ରସବ ପାଇଁନେବା ବେଳେ ବାପଚଳାଉ ଥିବା ଡଙ୍ଗାରେ ଝିଅର ପ୍ରସବ ପରେ ଦୁଇ ସନ୍ତାନ ମୃତ୍ୟୁ, ଜଳଭଣ୍ଡାରରେ ପବନରେ ଡଙ୍ଗା ଓଲଟି ଦୁଇ ଜଣ ଆଦିବାସୀଙ୍କ ମୃତ୍ୟୁ,ବା ଦଲଫଟା ବର୍ଷାରେ ଏଲଗଲ ଗ୍ରାମ ମଧ୍ୟକୁ ପର୍ବତ ଜଳ ପଶି ବ୍ୟାପକ କ୍ଷୟକ୍ଷତି ସହ ବିଭିନ୍ନଅଘଟଣ ଘଟିଥିବା ନଜିର ରହିଥିଲା। ଏହାକୁ ଦେଖି ତିତଲି ବାତ୍ୟା ପରେ ପ୍ରଶାସନ ତରଫରୁ ଲୋକମାନଙ୍କୁ ସ୍ଥାନାନ୍ତରିତ କରିବା ସ୍ଥିର ହୋଇଥିଲା। ପ୍ରଶାସନ ତରଫରୁ ଉପଜିଲ୍ଲାପାଳଙ୍କ ସହିତ ବିଭିନ୍ନ ଅଧିକାରୀ ଅଂଚଳକୁ ଗସ୍ତ କରି ଗ୍ରାମ ମାନଙ୍କର ସ୍ଥିତି ଆକଳନ କରିଥିଲେ। ଏହା ପରେ ଲୋକମାନେ ସୌର ତାଳପଡ଼। ନିକଟରେ ବସତି ସ୍ଥାପନ କରିବାକୁ ପ୍ରସ୍ତାବ ଦେଇଥିଲେ। ତେବେ ପାତ୍ରପୁର ତହସିଲ ତରଫରୁ ତୁରୁବୁଡି ପଞ୍ଚାୟତ ଝଗଡା ପଲ୍ଲୀ ନିକଟରେ ଥଇଥାନ ପାଇଁ ସ୍ଥାନ ଚିହ୍ନଟ କରିବା ପରେ ସେହି ସ୍ଥାନରେ ଦୁଇ ଦୁଇ ଥର ପହଞ୍ଚି ଜମି ମାପଜୁପ କାର୍ଯ୍ୟ କରିଥିଲେ।ତେବେ କରୋନା ପ୍ରଭାବ ଯୋଗୁ ଲୋକମାନଙ୍କ ସ୍ଥାନାନ୍ତର କାର୍ଯ୍ୟ ଅଟକିଛି। ଯାହା ଫଳରେ ଆଦିବାସୀ ମାନେ ଅନିଶ୍ଚିତତା ମଧ୍ୟରେ ଭୟରେ ଦିନ କରୁଛନ୍ତି।ଏଣୁ ପ୍ରଶାସନ ତୁରନ୍ତ ଅନ୍ୟତ୍ର ସ୍ଥାନାନ୍ତରିତ ହେବାକୁ ଥିବା ଲୋକମାନଙ୍କୁ ଥଇଥାନ କରିବାକୁ ଦାବୀହେଉଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories