ନବରଙ୍ଗପୁର: ନବରଙ୍ଗପୁର ଜିଲା କୋଷାଗୁମୁଡା ବ୍ଲକ ବାଲେଙ୍ଗ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଚିତାବେଡା ଗ୍ରାମର ଏକ ରାସ୍ତାର କଲଭଟକୁ ଦେଖିଲେ ଏମିତି ଲାଗୁଛି ଯେ ବିପଦ ମଣିଷକୁ ହାତ ଠାରି ଡାକୁଛି। ନିତିଦିନିଆ ଯିବା ଆସିବା ରାସ୍ତା କଲଭଟ ଉପରେ ଏକ ବଡ଼ ଧରଣର ଗର୍ତ୍ତ ବିପଦ ପୂର୍ଣ୍ଣ ଅବସ୍ଥାରେ ଥିବା ଯୋଗୁଁ କେତେବେଳେ ଯେ ଅଘଟଣ ଘଟିବ କହିହେବନି।
କୋଷାଗୁମୁଡା ବ୍ଲକ ଅନ୍ତର୍ଗତ ବାଲେଗାଁ ପଞ୍ଚାୟତକୁ ଯିବାକୁ ହେଲେ ଏହି ଏକ ମାତ୍ର ରାସ୍ତା ଦେଇ ଯିବାକୁ ପଡିଥାଏ। ଲଗାଣ ବର୍ଷାରେ ରାସ୍ତା ମଧ୍ୟ ରେ ଥିବା କଲଭେଟ ରେ ୨ଟି ବଡ ବଡ ଗାତ ହୋଇଯାଇଛି । କଲଭଟରେ ଗର୍ତ୍ତ ହୋଇଯିବା ଫଳରେ ଗାଁକୁ ଆସିପାରୁନାହିଁ ଆମ୍ବୁଲାନ୍ସ, ଫଳରେ କୌଣସି ଗର୍ବବତୀ ମହିଳା କିମ୍ବା ଗୁରୁତର ରୋଗୀଙ୍କୁ ମେଡିକାଲ ଯିବାକୁ ହେଲେ ଗ୍ରାମରେ ରାସ୍ତା ପାର କରିକି ଯିବାକୁ ପଡୁଛି। କୁନିକୁନି ପିଲାମାନେ ଏହି ରାସ୍ତା ଦେଇ ବିଦ୍ୟାଳୟକୁ ଯାଇଥାନ୍ତି ଏବଂ ଲୋକେ ରାସନ ଓ ଅନ୍ୟାନ୍ୟ କାର୍ୟ୍ୟ ପାଇଁ ଏହି ରାସ୍ତା ଦେଇ ବିପଦ ପୂର୍ଣ୍ଣ ଅବସ୍ଥାରେ ଯିବା ଆସିବା କରିଥାନ୍ତି। ରାତ୍ର ସମୟରେ ଏହି ରାସ୍ତାରେ ଅଜଣା ବ୍ୟକ୍ତି ଯଦି ଚାଲିଯାନ୍ତି ତା ହେଲେ ତାଙ୍କ ଅବସ୍ଥା କଣହେବ ବୋଲି ଗ୍ରାମବାସୀ ପ୍ରଶ୍ନ କରିବା ସହ କଲଭେଟ ମରାମତି ପାଇଁ ଗ୍ରାମ ବାସୀ ସରପଞ୍ଚ ଗ୍ରାମ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ବହୁବାର ଅଭିଯୋଗ କରିଥିଲେ ହେଁ କେହି ଶୁଣୁନଥିବା କହିଛନ୍ତି। ତୁରନ୍ତ ରାସ୍ତାରେ ବିପଦପୂର୍ଣ କଲଭଟକୁ ଶୀଘ୍ର ମରାମତି କରିବା ପାଇଁ ଗ୍ରାମବାସୀ ଅଭିଯୋଗ କରିଛନ୍ତି।



