www.samajalive.in
Monday, December 15, 2025
17.1 C
Bhubaneswar

ଶୈବ୍ୟପୀଠ ଉଦୟନାଥ ମନ୍ଦିର ପରିସରରେ

ଗଞ୍ଜାମ:ବିରୁଳି ରାଜାଙ୍କ ଦ୍ୱାରା ପ୍ରତିଷ୍ଠିତ ଶୈବ୍ୟପୀଠ ଉଦୟନାଥ ମନ୍ଦିର ପରିସରରେ,ଗାୟତ୍ରୀ ପରିବାର ବିଶ୍ୱମଙ୍ଗଳ ଗୋ- କଲ୍ୟାଣ ସମିତି ରମ୍ଭା,ପତଞ୍ଜଳି ଯୋଗ ସମିତି ରମ୍ଭା, ଖଲିକୋଟ ବନ ବିଭାଗ ଓ ବନ୍ୟପ୍ରାଣୀ ବନାଞ୍ଚଳ ରମ୍ଭାର ମିଳିତ ସହଯୋଗରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରକୃତି ଓ ପରିବେଶର ସୁରକ୍ଷା ତଥା ଏକ ସବୁଜମୟ ପରିବେଶରେ ପ୍ରାକୃତିକ ଅମ୍ଳଜାନ ଗ୍ରହଣକରି ନିଜକୁ ବିଭିନ୍ନ ଦୁରାରୋଗରୁ ଦୂରେଇ ରଖିବା ପାଇଁ ବୃକ୍ଷରୋପଣ କରାଯାଇଥିଲା।  ରମ୍ଭା ସହରର ନିକଟବର୍ତ୍ତୀ ଜାତୀୟ ରାଜପଥ ଠାରୁ ୨ କିମି ଦୂରରେ ବନ ପାହାଡ଼ ଘେରା ମନୋରମ ପରିବେଶରେ ଅବସ୍ଥିତ ଏହି ମନ୍ଦିର ପରିସରସରେ ଆୟୋଜିତ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ରମ୍ଭା ବିଜ୍ଞାପିତ ଅଂଚଳ ପରିଷଦର ପୂର୍ବତନ ନଗରପାଳ ଶ୍ରୀଯୁକ୍ତ ସୁବାସ ଚନ୍ଦ୍ର ପଣ୍ଡା,ସମ୍ମାନିତ ଅତିଥି ଭାବେ ରମ୍ଭା ବନ୍ୟପ୍ରାଣୀ ବନାଞ୍ଚଳ ଅଧିକାରୀଣୀ ଶ୍ରୀମତୀ ରଶ୍ମିତା ଜେନା,ପତଞ୍ଜଳି ଯୋଗଗୁରୁ ରବୀନ୍ଦ୍ର ବେହେରା,ଗଞ୍ଜାମ ଜିଲ୍ଲା ପବ୍ଲିକ ରାଇଟସ ଆସୋସିଏସନର ସଭାପତି ଭୀମସେନ ବେହେରା ଯୋଗଦେଇ କରୋନା କାଳରେ ବୃକ୍ଷରୋପଣ ପାଇଁ ସାମାଜିକ ଅନୁଷ୍ଠାନଗୁଡିକ ତରଫରୁ ନିଆ ଯାଉଥିବା ପଦକ୍ଷେପକୁ ପ୍ରଶଂସା କରିବାସହ ବୃକ୍ଷପ୍ରେମୀଙ୍କୁ ଉତ୍ସାହିତ କରିଥିଲେ।

 

- Advertisement -

ଗାୟତ୍ରୀ ପରିବାର ବିଶ୍ୱମଙ୍ଗଳ ଗୋ କଲ୍ୟାଣ ସମିତିର ପ୍ରକୃତି ପ୍ରେମୀ ପଞ୍ଚାନନ ଖଟୁଆ ଓ ପ୍ରକୃତି ବନ୍ଧୁ ଶିକ୍ଷକ ଶେଷଦେବ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବନ କର୍ମଚାରୀ ନିରାକାର ବେହେରା,ପତଞ୍ଜଳି ଯୋଗ ସମିତି ପକ୍ଷରୁ ଏମ.ଅକ୍ଷୟ ସୁବୁଦ୍ଧି,ଶିକ୍ଷକ ନିରଞ୍ଜନ ବେହେରା,ତ୍ରିନାଥ ବେହେରା,ମୋଚିରାମ ବେହେରା, ସମୀର ଅଧିକାରୀ,ଆନନ୍ଦ ସାହୁ,ସୁଦର୍ଶନ ଜେନା, ଅରୁଣ ବାରିକ,ରାଘବ ବେହେରା,ନିରାକାର ବେହେରା,ବାଦଲ ମହାପାତ୍ର,ଉଦୟନାଥ ମନ୍ଦିର ପରିଚାଳନା କମିଟି ସଭ୍ୟ ତ୍ରିନାଥ ସାହୁ,ନାରାୟଣ ବେହେରା,ପ୍ରଶାନ୍ତ କୁମାର ବେହେରା,ବନ କର୍ମଚାରୀ ଚିନ୍ତାମଣି ବେହେରା ଓ ଗଛ ମଣିଷ ଗିରିଧାରୀ ବେହେରା ପ୍ରମୁଖ ଯୋଗଦେଇ ମନ୍ଦିର ଚତୁଃପାର୍ଶ୍ବରେ ବେଲ, ଅଁଳା, ପିଜୁଳି, ଡାଳିମ୍ବ, ଓଉ, ନଡ଼ିଆ, ପଣସ, ଜମାକୋଳି, ଆମ୍ବ ଓ ଚନ୍ଦନ ଆଦି ପଚାଶରୁ ଅଧିକ ଚାରା ରୋପଣ କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories